ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଏବେ ଉଠିଛି ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍ସିର ମିଳିତ ଆୟୋଜନରେ ଚାଲିଛି ବାଲିଯାତ୍ରା ।
୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି।
ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍ ଫୋପାଡ଼ିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ପ୍ରଶ୍ନ ଉଠିଛି। ୨୦୧୩ କଣ୍ଟ୍ରାକ୍ଟଚୁଆଲ୍ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର ।
ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।
ପ୍ରଥମାଷ୍ଟମୀ ଓଡ଼ିଶାର ଏକ ପାରମ୍ପରିକ ପର୍ବ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହାକୁ କାହିଁକି କୁହାଯାଏ ପ୍ରଥମାଷ୍ଟମୀ, କ’ଣ ରହିଛି ପରମ୍ପରା ଆସନ୍ତୁ ଜାଣିବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।
ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।
ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।
ହନୁ ମଲାବେଳେ ସତ କହେ କହିଲା ବିଜେପି । କଂଗ୍ରେସ ଛାଡ଼ିଲା ତେରଛା ବାଣ ।
ବିଜେପି ପ୍ରାର୍ଥୀ ଗତକାଲି ପାଟ ପଟୁଆରରେ ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟକୁ ଯାଇ ନାମାଙ୍କନ ନଭରିବା ନେଇ ତେଜିଛି ରାଜନୀତି।
ଜିଆ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାର ଉତ୍ସାହ ଓ ପ୍ରତିଭା ପାଇଁ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ସାମିଲ ହେବାରେ ସେ ସଫଳ ହୋଇପାରିଛି ।
ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।
ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରତ୍ନ ଭଣ୍ଡାର ଓ ଖଣି ଲୁଟ୍ ପାଇଁ ଷଡ଼ଯନ୍ତ୍ର କରୁଛି ବିଦେଶୀ ଶକ୍ତି।
ଦୁର୍ଘଟଣାରେ ଚାଲିଗଲା ଗୋଡ଼। ହାରିଲା ନାହିଁ ସାହସ। ଆଗକୁ ଯିବା ଓ କିଛି କରିବାର ଇଚ୍ଛାଶକ୍ତି ଆଗରେ ସବୁ ଜଟିଳତା ଫିକା ପଡିଗଲା। ନକଲି ଗୋଡ ଖୋଲିଦେଲା ନୂଆ ବାଟ। ଏନେଇ ଅର୍ପିତା ହୋଇଗଲେ ଆନ୍ତର୍ଜାତିକ ସ୍ତରର ଏକ ଆଇକନ୍।
ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।
ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।
୧୦ ମହଲାରୁ ଡେଇଁ ଓଡ଼ିଆ RAW ଅଫିସର୍ଙ୍କ ଆତ୍ମହତ୍ୟା
ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।