Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Free UPSC Coaching: ମାଗଣାରେ ମିଳିବ ୟୁପିଏସସି କୋଚିଂ,ଜାଣନ୍ତୁ କେମିତି କରିବେ ଆବେଦନ

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ । More

Biju Patnaik Statue Desecration: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁକୁ ନେଇ ତେଜିଲା ରାଜନୀତି

ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା । ତା'କୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି । More

Odisha's Beggar Free Plan: କେତେ ଫଳପ୍ରଦ ଭିକ୍ଷୁକ ମୁକ୍ତ ଓଡ଼ିଶା ଅଭିଯାନ ?

ରାଜ୍ୟରେ ୫ ହଜାରରୁ ଅଧିକ ଭିକ୍ଷୁକ ରହିଥିବା ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ସୂଚନା ଦେଇଥିବା ବେଳେ, ଆଗକୁ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । More

Kalbaishakhi Rainfall Alert in Odisha:୪ ଦିନ ହେବ ଝଡ଼ବର୍ଷା;୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ବର୍ଷା ଓ ପବନ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୧୯ ତାରିଖରୁ ଶୁଖିଲା ରହିବ ପାଗ। ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର। More

Bhadrak Patua Yatra Accident: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଡିଜେ: ୨ ମୃତ, ୧୦ ଆହତ

ଗତକାଲି ତିହିଡି ବ୍ଲକର ନୂଆନନ୍ଦ ପଞ୍ଚାୟତରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିଲା । ଶୋଭାଯାତ୍ରା ହାଟୁଆରୀରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। More

Odisha Fishing Ban amid Reproduction Season: ଲାଗୁହେଲା କଟକଣା; ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ ଦିଆଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। More

Fatal Accident after Jatra: ମାଡ଼ିଗଲା ଅଜଣାଗାଡ଼ି; ଚାଲିଗଲା ୩ ଜୀବନ

ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା More

Panchang Today 15th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ରାତ୍ରି ୦୮.୨୬ ଗତେ ବିଛା । ତିଥି- ୨ୟା ଦିବା ୧୦.୫୫ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । More

Book Launch Event in Bhubaneswar: ନୂଆବର୍ଷରେ ପାଠକାର୍ପିତ ହେଲା ୧୦ ନୂଆ ଲେଖିକାଙ୍କ ବହି

ମହାବିଷୁବ ସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ଆୟୋଜିତ ଏହି ଉତ୍ସବକୁ ଓଡ଼ିଆ ସାହିତ୍ୟରେ ପ୍ରଥମଥର ଲାଗି ପାଦ ଦେଇଥିବା ଦଶଜଣ ନବପ୍ରତିଭାଙ୍କ ପ୍ରଥମ ପୁସ୍ତକର ପାଠକାର୍ପଣ ସହ ପଣାପାନରେ ବର୍ଷାରମ୍ଭକୁ ସ୍ୱାଗତ କରାଯାଇଥିଲା। More

Jatani Road Issue: ସର୍ଭେକୁ ୬ ମାସ ହେଲାଣି, କେବେ ଦୂର ହେବ ଜଟଣୀର ରାସ୍ତା ସମସ୍ୟା ?

କେବେ ଆରମ୍ଭ ହେବ ଜଟଣୀ ତଳଖେତା ଛକରୁ ହରିଭାଇନା ଛକକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ କାମ । ସର୍ଭେକୁ ୬ ମାସ ବିତିଥିଲେ ମଧ୍ୟ ଆଗକୁ ବଢ଼ୁନି ଫାଇଲ । ଭୁବନେଶ୍ୱରରୁ ଜଟଣୀକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହୋଇଥିବାରୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି । ବହୁ ଦୁର୍ଘଟଣା ମଧ୍ୟ ଘଟୁଛି । More

Odia Jatra Controversy: ଯାତ୍ରା କଳିରେ ପଡୁନି ଯବନିକା, ପୀୟୁଷ ଓ ନରିଙ୍କ ପରେ ଅକଳରେ କମେଡିଆନ୍ ଦୟା

ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା । ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ । ମାଷ୍ଟର ଆସୋସିଏନ ରୋକ୍‌ଠୋକ୍‌ କହିଛନ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ । More

Pana Sankranti and Hanuman Jayanti Celebrations: ମହାବିଷୁବ ସଂକ୍ରାନ୍ତିରେ ପୁର ପଲ୍ଲୀରେ ଭକ୍ତିର ମାହୋଲ

ଆଜି ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ। ଘରେ ଘରେ ପବିତ୍ର ପରିବେଶ। ସବୁଠି ପଣାର ମହକ। ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ପ୍ରଦର୍ଶନ ସ୍ବରୂପ ରଡ ନିଆଁରେ ଚାଲିଛନ୍ତି। More

Odia Panjika 2025: ନୂଆ ପଞ୍ଜିକାରେ ବଡ଼ ଭବିଷ୍ୟବାଣୀ, ଯୁଦ୍ଧ-ଭୂକମ୍ପରେ ଥରହର ହେବ...

ଚାଷକୁ ଏ ବର୍ଷ ବଢ଼ିଆ ପାଗ । ଭଲ ଫସଲ ହେବ, ଅମଳ ବଢ଼ିବ । ହେଲେ ତା' ସାଙ୍ଗକୁ ମହାବନ୍ୟା ବିପତ୍ତି ବି ଅଛି । ପବିତ୍ର ପଣାସଂକ୍ରାନ୍ତିରେ ଆଜିଠୁ ପ୍ରଚଳିତ ନୂଆ ପଞ୍ଜିକା କିଛି ଏପରି କହୁଛି । ପାଞ୍ଜି ଗଣନାରୁ ଜ୍ୟୋତିର୍ବିଦଙ୍କ ମତରେ ରାଜ୍ୟ ରାଜନୈତିକ ସ୍ଥିତି ବି ବେଶ୍ ରୋଚକ ରହିବ । ଖାସ୍ କରି ବିରୋଧୀଦଳରୁ ବହୁ ନେତା ଦଳବଦଳ କରିବାର ସମ୍ଭାବନା ରହିଛି । More