• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 28 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 3 days ago

IPS Reshuffle: ଆଇପିଏସ ସ୍ତରରେ ଅଦଳ ବଦଳ, ବଦଳିଲେ ଟ୍ବିନ ସିଟି DCP

ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। More
  • Saroj Kumar Jena
  • 3 days ago

Subhadra yojana: ମାର୍ଚ୍ଚ ୮ରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଦିବସରେ ବ୍ରହ୍ମପୁରରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର। ବଡ଼ କଥା ହେଲା, ମାର୍ଚ୍ଚ 8 ରେ କୋଟିଏ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ପୂର୍ବରୁ 98 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଯାଇଥିବା ବେଳେ ଆଉ 2 ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଯେଉଁମାନଙ୍କ ଆକାଉଣ୍ଟରେ NPCI ଏବଂ KYC ସମସ୍ୟା ଥିଲା, ସେମାନଙ୍କ ପାଖକୁ ମଧ୍ୟ ଏଇ ଦିନ ଦୁଇଟି କିସ୍ତି ଯିବ। More
  • Akshaya Kumar Sahoo
  • 3 days ago

Odisha Politics: ପ୍ରତିଶ୍ରୁତି ପୂରଣରେ ବିଳମ୍ବ ହେଲେ ରାଜନୈତିକ ଫାଇଦା ନେବେ ବିରୋଧୀ

ଗୋଟିଏ ରାଜନୈତିକ ଦଳ କେତେବେଳେ କେଉଁ କାର୍ଯ୍ୟ କରିବ ଏହା ତାହାର ଆଭ୍ୟନ୍ତରୀଣ ବ୍ୟାପାର । କିନ୍ତୁ ଯଦି ଠିକଣା ସମୟରେ ଏହା ଉଚିତ୍ ପଦକ୍ଷେପ ନେଇନପାରେ, ଏହା ଜନସାଧାରଣରେ ଆଲୋଚନା ଓ ସମାଲୋଚନାର ବିଷୟବସ୍ତୁ ପାଲଟିଥାଏ । ଗୋଟିଏ ପଟେ ଆଶାୟୀଙ୍କ ତାଲିକା ଦିନକୁ ଦିନ ଅଧିକ ଲମ୍ବା ହୋଇଚାଲିଥିବା ବେଳେ ବୋର୍ଡ ଓ ନିଗମଗୁଡିକର ଅଧ୍ୟକ୍ଷ ଓ ସଭାପତି ପଦ ଖାଲି ପଡ଼ିବା ଉକ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟଶୈଳୀକୁ ନକରାତ୍ମକ ଭାବେ ପ୍ରଭାବିତ କରୁଛି । More
  • Tapaswini Nayak
  • 3 days ago

Uttam Mohanty: ଅଭିମାନରୁ ଦଣ୍ଡା ବାଳୁଙ୍ଗା... ସରପଞ୍ଚ ବାବୁରୁ ସହରୀ ବାଘ

ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । More
  • Namita Biswal
  • 3 days ago

Uttam Mohanty: ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା

୯୦ ଦଶକର ଚଳଚ୍ଚିତ୍ର ଜଗତର ବାଦଶାହ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି । More
  • Tapaswini Nayak
  • 3 days ago

Uttam Mohanty: ଜୀବନ ଯୁଦ୍ଧରେ ହାରିଗଲେ ଉତ୍ତମ ମହାନ୍ତି; ଦିନ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବ ମରଶରୀର

ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା। More
  • Sonali Ojha
  • 3 days ago

Today Panchang 28th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର ।  ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୫.୫୭ ଗତେ ମୀନ। ତିଥି- ଅମାବାସ୍ୟା ପ୍ରାତଃ ୦୬.୧୪ ଗତେ ପ୍ରତିପଦ ରାତ୍ରି ୦୩.୧୬ ଗତେ ୨ୟା। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ନିଶାନ୍ତ ୦୫.୫୭ ଗତେ ଧନୁ ରାଶିର। More
  • Santosh Kumar Sahoo
  • 4 days ago

Uttam Mohanty: ଆଉ ନାହାନ୍ତି ଉତ୍ତମ ମହାନ୍ତି

ସେ ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ଅଭିନେତା । ୧୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି । More
  • Deviprasad Jena
  • 4 days ago

Kiit University: କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜିଥିଲେ ସୁରକ୍ଷା ଢାଲ ?

୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି? ସବୁ ସରକାରୀ ଅନୁଦାନ ପାଇବା ସତ୍ତ୍ବେ କିଟ୍ ଓ କିସ୍ କାହିଁକି ଆରଟିଆଇ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପ୍ରଶ୍ନ କରିଛି ଓସା । More
  • Deviprasad Jena
  • 4 days ago

Migrant Workers: ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ; ଭୋକ, ଦୁଃଖରେ ସାତ ଦରିଆ ତେର ନଈ ସେପଟେ କାନ୍ଦୁଛି ଓଡ଼ିଆ

ଭଲ କାମରେ ନିଯୁକ୍ତି ଦେବାକୁ କହିନେଇଥିବା ଦଲାଲ ଅତି ନିମ୍ନ ମାନର କାମ କରିବାକୁ ବାଧ୍ୟ କରନ୍ତି । ଓମାନରୁ ୪ ମାସର ତିକ୍ତ ଅନୁଭୂତି ନେଇ ଭିଟାମାଟିକୁ ଫେରି ଆସିଥିବା କିଛି ଯୁବକଙ୍କ କଥା ଶୁଣିଲେ ଯେ କେହି ବି ଏମାନଙ୍କ ଦୁଃଖକୁ ସହଜରେ ବୁଝିପାରିବ । ଏମାନେ ସିନା ଫେରି ଆସିଛନ୍ତି । କିନ୍ତୁ, ସେମାନେ କହିଛନ୍ତି ଏବେ ବି ଓଡ଼ିଶା ସମେତ ଆନ୍ଧ୍ରର ଅନେକ ଯୁବକ ସେଠାରେ ଫସି ରହିଛନ୍ତି । More
  • Sujit kumar Swain
  • 4 days ago

BJP State President: କିଏ ହେବେ ରାଜ୍ୟ ବିଜେପି ସଭାପତି ? ଲାଗିରହିଛି ନାନା ଚର୍ଚ୍ଚା, ଆସନ୍ତାକାଲି ଛିଡ଼ିପାରେ ଅଙ୍କ...

ନଡ୍ଡା ଛିଡେଇବେ ରାଜ୍ୟ ସଭାପତି ଅଙ୍କ ! ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । ଯଦିଓ ଗତକାଲି ବୈଠକରେ ବୋର୍ଡ ଏବଂ ନିଗମ ନିଯୁକ୍ତି ତାଲିକା ଏକ ପ୍ରକାର ଚୂଡାନ୍ତ ହୋଇଛି, କିନ୍ତୁ ରାଜ୍ୟ ସଭାପତି ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି।  More
  • Deviprasad Jena
  • 4 days ago

Minor Student Pregnant: ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ; ତନାଘନା ଜାରିରଖିଛି ପ୍ରଶାସନ

ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ । ପାଠପଢ଼ା, ଖେଳକୁଦ ବୟସରେ ମା’ ବନିଯାଉଛନ୍ତି ମାଟ୍ରିକ୍ ଛାତ୍ରୀ । ପରୀକ୍ଷା ହଲରେ ବସି ବୋର୍ଡ ପରୀକ୍ଷା ଦେବା ବଦଳରେ ମେଡ଼ିକାଲର ଲେବର୍ ରୁମରେ ପ୍ରସବ କରୁଛନ୍ତି ସନ୍ତାନ । ମାଲକାନଗିରି ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସେବାଶ୍ରମ ହାଇସ୍କୁଲରେ ଅବାଞ୍ଛିତ ଗର୍ଭଧାରଣ କରି ଜଣେ ଦଶମ ଛାତ୍ରୀ ମା’ ବନିଯାଇଛନ୍ତି । More