Advertisment

BJP State President: କିଏ ହେବେ ରାଜ୍ୟ ବିଜେପି ସଭାପତି ? ଲାଗିରହିଛି ନାନା ଚର୍ଚ୍ଚା, ଆସନ୍ତାକାଲି ଛିଡ଼ିପାରେ ଅଙ୍କ...

ନଡ୍ଡା ଛିଡେଇବେ ରାଜ୍ୟ ସଭାପତି ଅଙ୍କ ! ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । ଯଦିଓ ଗତକାଲି ବୈଠକରେ ବୋର୍ଡ ଏବଂ ନିଗମ ନିଯୁକ୍ତି ତାଲିକା ଏକ ପ୍ରକାର ଚୂଡାନ୍ତ ହୋଇଛି, କିନ୍ତୁ ରାଜ୍ୟ ସଭାପତି ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି।

author-image
Sujit kumar Swain
undefined

BJP State President

ରାଜ୍ୟ ବିଜେପିର ନୂଆ ସଭାପତି କିଏ ? ମନମୋହନ ରିପିଟ୍ ହେବେ ନା ଆଉ କାହାକୁ ଦଳ ଦେବେ ଦାୟିତ୍ବ ? ଏହାକୁ ନେଇ ବେଶ୍ କିଛି ଦିନ ଧରି ସସପେନ୍ସ ଲାଗି ରହିଥିବା ବେଳେ ଆଜି ଓଡ଼ିଶା ପହଞ୍ଚୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତାକାଲି ସେ ରାଜ୍ୟ ଅତିଥି ଭବନରେ କଟାଇବେ ଅଢେଇ ଘଣ୍ଟା। ଯାହା ଉପରେ ରହିଛି ସମସ୍ତଙ୍କ ନଜର। କୁହାଯାଉଛି ଏହି ସମୟରେ ରାଜ୍ୟ ସଭାପତି ଚୟନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ବିଳମ୍ବ ହେଉଥିବା ନୂଆ ସଭାପତି ଘୋଷଣା ଅଙ୍କ ମଧ୍ୟ ଛିଡିପାରେ।

Advertisment

ନଡ୍ଡା ଛିଡେଇବେ ରାଜ୍ୟ ସଭାପତି ଅଙ୍କ ! ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । ଯଦିଓ ଗତକାଲି ବୈଠକରେ ବୋର୍ଡ ଏବଂ ନିଗମ ନିଯୁକ୍ତି ତାଲିକା ଏକ ପ୍ରକାର ଚୂଡାନ୍ତ ହୋଇଛି, କିନ୍ତୁ ରାଜ୍ୟ ସଭାପତି ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି। ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ, କାହିଁକି ବିଳମ୍ବ ହେଉଛି ଏ ପ୍ରଶ୍ନ ଏବେ ସମସ୍ତ କର୍ମୀଙ୍କ ମୁହଁରେ। କୁହାଯାଉଛି ୨୪ ନିର୍ବାଚନରେ ବିଜେପିକୁ ସରକାରକୁ ଆଣିବାରେ ପ୍ରମୁଖ ଭୂମିକା ଥିବା ମନମୋହନ ସାମଲଙ୍କୁ ଦଳ ରିପିଟ୍ କରିପାରେ। କେନ୍ଦ୍ରୀୟ ନେତୃତ୍ବ ନିକଟରେ ବିଜେଡି ସହ ମେଣ୍ଟ ନକରିବା ପାଇଁ ଦୃଢ଼ ଯୁକ୍ତି ରଖିବା ହେଉ କି ପ୍ରାର୍ଥୀ ଚୟନ ଏବଂ ପ୍ରଚାର ପରିଚାଳନାରେ ବି ମୁଖ୍ୟ ଭୂମିକା ନେଇଥିଲେ ମନମୋହନ। ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଗୁଡ୍ ବୁକ୍ ରେ ମନମୋହନ ଥିବା ବେଳେ ତାଙ୍କୁ ଦଳ ପୁରସ୍କୃତ କରିପାରେ।

ଅଧିକ ପଢ଼ନ୍ତୁ : ପୋଲାଭରମ ପ୍ରୋଜେକ୍ଟ ଘୋଷଣା ବେଳେ ଚୁପ୍ ଥିଲେ ,ଏବେ କାହିଁକି ଆଟାକିଂ ମୁଡ୍‌ରେ ନବୀନ ?

Advertisment

ଅନ୍ୟପଟେ କୁହାଯାଉଛି ନୂଆ ଚେହେରା ପାଇଁ ଆଉ ଗୋଟିଏ ଗୋଷ୍ଠୀ ଲବି କରୁଛନ୍ତି। ଯେଉଁଥି ପାଇଁ ଅଙ୍କ ଛିଡି ପାରୁନାହିଁ। ନୂଆ ଚେହେରା ଭାବେ ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି। ତେଣୁ ଆସନ୍ତାକାଲି ରାଜ୍ୟ ଅତିଥି ଭବନରେ ଅଢେଇ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ ଏ ବିଷୟରେ ଆଲୋଚନା କରି ଅଙ୍କ ଛିଡାଇ ପାରନ୍ତି ନଡ୍ଡା।

କ୍ଷମତାକୁ ଆସିବା ପରେ ଶାସକ ଦଳ ହିସାବରେ ରାଜ୍ୟ ସଭାପତିଙ୍କ ଭୂମିକା ଅନେକ ଗୁରୁତ୍ୱବହନ କରୁଛି। ସଙ୍ଗଠନ ମାଧ୍ୟମରେ ଲୋକଙ୍କ ପାଖରେ ସରକାରଙ୍କ କଥା ରଖିବା, ଆଗକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ସଙ୍ଗଠନକୁ ବ୍ୟାପକ କରିବା। ସେ ଦୃଷ୍ଟିରୁ ରାଜ୍ୟବ୍ୟାପୀ ସାଙ୍ଗଠନିକ ଅଭିଜ୍ଞତା ଥିବା ନେତାଙ୍କୁ ହିଁ ମଙ୍ଗୁଆଳ ଭାବେ ବସାଇବାକୁ ଦଳ ଯୋଜନା କରୁଛି।

ନଡ୍ଡା ଆସନ୍ତାକାଲି ପୁରୀରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ, ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ କରିବେ ଦର୍ଶନ। ପରେ ଭୁବନେଶ୍ୱର ଫେରି ରାଜ୍ୟ ଅତିଥି ଭବନରେ ପ୍ରାୟ ଅଢେଇ ଘଣ୍ଟା ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ବିଜେପି ରାଜ୍ୟ ସଭାପତିଙ୍କ ସହ ଅନ୍ୟ ନେତୃତ୍ୱକୁ ଭେଟିବେ ନଡ୍ଡା। ସରକାର ଏବଂ ସଂଗଠନ ଭିତରେ ସମନ୍ୱୟ ନେଇ ଦେବେ ମନ୍ତ୍ର।

ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

BJP President BJP National President
Advertisment
Advertisment