Advertisment

Migrant Workers: ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ; ଭୋକ, ଦୁଃଖରେ ସାତ ଦରିଆ ତେର ନଈ ସେପଟେ କାନ୍ଦୁଛି ଓଡ଼ିଆ

ଭଲ କାମରେ ନିଯୁକ୍ତି ଦେବାକୁ କହିନେଇଥିବା ଦଲାଲ ଅତି ନିମ୍ନ ମାନର କାମ କରିବାକୁ ବାଧ୍ୟ କରନ୍ତି । ଓମାନରୁ ୪ ମାସର ତିକ୍ତ ଅନୁଭୂତି ନେଇ ଭିଟାମାଟିକୁ ଫେରି ଆସିଥିବା କିଛି ଯୁବକଙ୍କ କଥା ଶୁଣିଲେ ଯେ କେହି ବି ଏମାନଙ୍କ ଦୁଃଖକୁ ସହଜରେ ବୁଝିପାରିବ । ଏମାନେ ସିନା ଫେରି ଆସିଛନ୍ତି । କିନ୍ତୁ, ସେମାନେ କହିଛନ୍ତି ଏବେ ବି ଓଡ଼ିଶା ସମେତ ଆନ୍ଧ୍ରର ଅନେକ ଯୁବକ ସେଠାରେ ଫସି ରହିଛନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Migrant Workers

ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ । ଶିକ୍ଷିତ ଯୁବବର୍ଗଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ଦଲାଲମାନେ ପ୍ରଥମେ ବିଦେଶ ପଠାନ୍ତି । କିନ୍ତୁ ପରେ ସେମାନେ ନିର୍ଯାତନାର ଶିକାର ହୁଅନ୍ତି । କାହାକୁ କାମ କଲେ ପାଉଣା ମିଳେନି ତ ପୁଣି କିଏ ଏହାକୁ ବିରୋଧ କଲେ ମିଳେ ନିର୍ଯାତନା । ନିକଟରେ ଓମାନରୁ ଭିଟାମାଟିକୁ ଫେରିଥିବା ଗଞ୍ଜାମର ୪ ଜଣ ଯୁବକ ବଖାଣିଛନ୍ତି ଅଙ୍ଗେ ନିଭା କଥା । ସେମାନେ କହିଛନ୍ତି ଏବେ ବି ଓମାନରେଓଡ଼ିଶାଆନ୍ଧ୍ରର ଆହୁରି ଅନେକ ଯୁବକ ଫସି ରହିଛନ୍ତି ।

Advertisment

ବିଦେଶରେ ଦାଦନ ଦାନବର କବଳରେ କାହାର ପୁଅ ତ ଆଉ କାହାର ସ୍ବାମୀ ବନ୍ଧା ପଡ଼ିଛି । ପେଟ ପାଟଣା ପାଇଁ ସାତ ଦରିଆ ତେର ନଈ ପାର୍ ହୋଇ ପୁଅ ଯାଇଛି ଯେ ଯାଇଛି, ଫେରିବାର କୌଣସି ସୁଯୋଗ ନାହିଁ । ମାସ ମାସ ଧରି ମାଗଣାରେ ଖଟାନ୍ତି, ଟଙ୍କା ମାଗିଲେ ମାଡ଼ ମାରନ୍ତି, ଭଲ ସେ ଦି ମୁଠା ଖାଇବାକୁ ଦିଅନ୍ତିନି । କମ୍ପାନୀ ମାଲିକର ମନମାନିକୁ ନେଇ ଲେବର କମିଶନରେ ଅଭିଯୋଗ କଲେ ଧମକ ଚମକ ମିଳେ । ଅନେକଙ୍କୁ ତ ଘରୁ ଜୋର ଜବରଦସ୍ତ ବାହାର କରିଦିଆଯାଏ ।

ଅଧିକ ପଢ଼ନ୍ତୁ : ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ; ତନାଘନା ଜାରିରଖିଛି ପ୍ରଶାସନ

Advertisment

ଭଲ କାମରେ ନିଯୁକ୍ତି ଦେବାକୁ କହିନେଇଥିବା ଦଲାଲ ଅତି ନିମ୍ନ ମାନର କାମ କରିବାକୁ ବାଧ୍ୟ କରନ୍ତି । ଓମାନରୁ ୪ ମାସର ତିକ୍ତ ଅନୁଭୂତି ନେଇ ଭିଟାମାଟିକୁ ଫେରି ଆସିଥିବା କିଛି ଯୁବକଙ୍କ କଥା ଶୁଣିଲେ ଯେ କେହି ବି ଏମାନଙ୍କ ଦୁଃଖକୁ ସହଜରେ ବୁଝିପାରିବ । ଏମାନେ ସିନା ଫେରି ଆସିଛନ୍ତି । କିନ୍ତୁ, ସେମାନେ କହିଛନ୍ତି ଏବେ ବି ଓଡ଼ିଶା ସମେତ ଆନ୍ଧ୍ରର ଅନେକ ଯୁବକ ସେଠାରେ ଫସି ରହିଛନ୍ତି ।

ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ଶହ ଶହ ଯୁବକ ଏଭଳି ଦଲାଲଙ୍କ ଶିକାର ହୋଇ ଆସୁଛନ୍ତି ।ଗତ ବର୍ଷ ଅକ୍ଟୋବର ମାସରେ ଖଲ୍ଲିକୋଟ ଥାନା ଅଂଚଳରୁ ୨୦ରୁ ଉର୍ଦ୍ଧ୍ବ ଯୁବକ ଦେଶ ବାହାରକୁ ଯାଇଥିଲେ। ଦୀର୍ଘ ଦିନ ପରେ ଗାଁକୁ ଫେରିବାକୁ କହିଲେ, ନିର୍ଯାତନା ଦେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସେହିପରି ଗତ ୩ବର୍ଷ ମଧ୍ୟରେ କେବଳ ଖଲ୍ଲିକୋଟ ଅଂଚଳରୁ ୧୦ରୁ ଅଧିକ ଶ୍ରମିକ ଦାଦନ ଯାଇ ମୃତ୍ୟୁ ବରଣ କରିଛନ୍ତି ।

ଯାହାକୁ ନେଇ ସେମାନଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଦିନକୁ ଦିନ ଗଞ୍ଜାମ, ଦାଦନ ସର୍ଦ୍ଦାରଙ୍କ ଗଡ଼ରେ ପରିଣତ ହୋଇଥିବା ଚର୍ଚ୍ଚା ହେଉଛି । ଜିଲ୍ଲାରେ ଦୁଇ ଦୁଇଟି ଶ୍ରମ ବିଭାଗ ଅଫିସ୍ ରହିଛି। କିନ୍ତୁ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି । ବ୍ରହ୍ମପୁର ସହକାରୀ ଶ୍ରମ ବିଭାଗ ଅଧିକାରୀଙ୍କ କହିବା କଥା ଜିଲ୍ଲାରେ ୨୦୪ ଜଣ ଲାଇସେନ୍ସପ୍ରାପ୍ତ ଏଜେଣ୍ଟ ରହିଥିବା ବେଳେ ଗତ ୨ବର୍ଷ ମଧ୍ୟରେ ୫ ହଜାର ୬୮୦ ଜଣ ଶ୍ରମିକ କାମ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ତେବେ ଗାଁ ଗାଁରେ ଦଲାଲ ମାତିଥିବା ସେ ସ୍ୱୀକାର କରିବା ସହ ଏ ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ : କେଉଁ କାରଣରୁ ମହାଦୀପ ଧରି ଚଢ଼ିବା ବେଳେ ଖସିପଡ଼ିଲେ ସମର୍ଥା ସେବାୟତ ? ଜାଣନ୍ତୁ...

Migrant Workers Ganjam Migrant Labourer Odisha
Advertisment
Advertisment