ସଂକ୍ଷେପରେ ଆଜିର ତାଜା ଖବର - Thursday, 20 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Teacher Works As Labourer: ଶିକ୍ଷକଙ୍କ ନିଆରା ପ୍ରତିବାଦ, ମୂଲ ଲାଗିଲେ ଶିକ୍ଷକ ପ୍ରଭୁଦତ୍ତ ସାହୁ

ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି । More

Old Age Pension: ବଞ୍ଚି ଥାଉଥାଉ ମାରିଦେଇଛି ପ୍ରଶାସନ, ନିଜକୁ ଜୀବିତା ଦର୍ଶାଇବାକୁ ସଂଘର୍ଷ ଜାରି ରଖିଛନ୍ତି ବୃଦ୍ଧା

ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି । More

Drinking Water Crisis: ଖରା ସହ ବଢୁଛି ଜଳ ଯାତନା, କେବେ ବିଶୁଦ୍ଧ ପାନୀୟ ଜଳ ପାଇବେ ଗ୍ରାମବାସୀ ?

ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି । More

Spider Satish: ନିରଞ୍ଜନଙ୍କ ଘରେ କେମିତି ପଶିଥିଲା? ଡେମୋ ଦେଖାଇଲା ସ୍ପାଇଡର ସତୀଶ

୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ। More

Matric Examination: ରାତି ପାହିଲେ ମାଟ୍ରିକ ପରୀକ୍ଷା, ଅନାଇଛି ସିସିଟିଭି

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। କେନ୍ଦ୍ର ହୋଇଛି ୩ ହଜାର ୧୩୩। More

KIIT Nepali Student Case: କାହା ଛତ୍ରଛାୟା ତଳେ କିଟ୍‌ ସାମ୍ରାଜ୍ୟ ବଢାଉଥିଲେ ଅଚ୍ୟୁତ ସାମନ୍ତ?

ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍‌ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ। More

Lingaraj Temple: ଲିଙ୍ଗରାଜଙ୍କ ଜାଗର ନୀତି ନିର୍ଘଣ୍ଟ; ରାତି ୧୦ଟା ମହାଦୀପ ଦର୍ଶନ

ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। More

Today Panchang 20th Feb 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।  ଚନ୍ଦ୍ର- ତୁଳା ପ୍ରାତଃ ୦୬.୪୯ ଗତେ ବିଛା । ତିଥି- ୭ମୀ ଦିବା ୦୯.୫୮ ଗତେ ୮ମୀ  ଘାତଚନ୍ଦ୍ର- ନାସ୍ତି । More

KIIT Suicide Row: ଖୋଲିବ ‘କିଟ୍’ କାଣ୍ଡର ଗୁମର, କମ୍ପାସରେ ପଶି ଉଚ୍ଚସ୍ତରୀୟ କମିଟିର ତନାଘନା

ନେପାଳୀ ଛାତ୍ରୀ ମୃତ୍ୟୁ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍, ବହିଷ୍କାର ଘଟଣାର ତଦନ୍ତ ଆରମ୍ଭ କଲା ଉଚ୍ଚସ୍ତରୀୟ କମିଟି । କିଟ୍ କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପଚାରଉଚରା କଲା । More

Sambalpur : ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଛାତ୍ରୀ; ତା’ପରେ...

ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ  ପଡ଼ିଥିବା ଦେଖିବାକୁ ମିଳିଥିଲା। More

Jackfruit Farming : ସ୍ୱାବଲମ୍ବୀ କରୁଛି ପଣସ ଚାଷ ; ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଛି ଟନ୍ ଟନ୍ ପଣସ କଠା

ପଣସ ବିକ୍ରୟକରି ଭଲ ଦୁଇ ପଇସା କମାଉଛନ୍ତି ନିୟମଗିରି ବାସିନ୍ଦା । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି ଟନ୍ ଟନ୍ ପଣସ କଠା । କେଜି ପ୍ରତି ୩୦ରୁ ୪୫ ଟଙ୍କାରେ ପଣସ ବିକ୍ରୟକରି ଭଲ ରୋଜଗାର କରୁଛନ୍ତି ଚାଷୀ । ସ୍ଥାନୀୟ ଅଞ୍ଚଳର ପାଣିପାଗ ଚାଷକୁ ସୁହାଉଥିବା ବେଳେ ଜୈବିକ ପଦ୍ଧତି ଚାଷ କରୁଥିବାରୁ ବଜାରରେ ନିୟମଗିରି ପଣସର ବେଶ୍ ଚାହିଦା ରହିଛି । More

KIIT University New Viral Video: ମୋତେ ଜ୍ବର ହୋଇଥିଲା ରୁମ୍‌ରୁ ତଢିଦେଲ, ଏବେ ଡାକୁଛ କାହିଁକି?

ଛାତ୍ରୀ ଜଣକ କହିଛନ୍ତି ତାଙ୍କୁ ଭୀଷଣ ଜ୍ୱର ହୋଇଥିବା ସତ୍ତ୍ୱେ ତାଙ୍କୁ ବିଦା କରାଯାଇଥିଲା । ଛାତ୍ରୀ ଜଣକ ଆହୁରି କହିଛନ୍ତି ଆମେ ଅଧା ରାସ୍ତାରୁ କେମିତି ଫେରିବୁ ? ଆପଣ ଜାଣିଛନ୍ତି ନେପାଳ କେଉଁଠି ? More

OTV Foresight 2025: ‘IAS ପରୀକ୍ଷା ପରି ଦେଶରେ IJS ଆସିବା ଜରୁରୀ' : ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ

ବିଚାର ବ୍ୟବସ୍ଥାରେ ସଂସ୍କାର ପାଇଁ ଆବଶ୍ୟକତା ଅନୁଯାୟୀ ନଗଣ୍ୟ ସଂଖ୍ୟାରେ ଥିବା ବିଚାରପତି ମାନଙ୍କ ନିଯୁକ୍ତି, ଜିଲ୍ଲା କୋର୍ଟଠୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଖାଲିଥିବା ସମସ୍ତ ପଦକୁ ଯଥାଶୀଘ୍ର ପୂରଣ କରାଯିବା ଦରକାର । More

KIIT Student Suicide Row: କିଟ୍ କାଣ୍ଡକୁ ନେଇ ବଢୁଛି ତାତି; ମୁହଁ ଖୋଲୁନାହାନ୍ତି ମୁଖିଆ ଅଚ୍ୟୁତ

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି । More

Double Engine: ବିକାଶକୁ ଦୁଇ ଗୁଣ କରିବ ଡବଲ ଇଞ୍ଜିନ- ପୃଥ୍ବୀରାଜ

ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ ଡବଲ ଇଞ୍ଜିନ ସରକାର। ତାକୁ ନେଇ ଓଟିଭି ଫୋରସାଇଟ୍-୨୦୨୫ରେ ହୋଇଛି ସାରଗର୍ଭକ ଆଲୋଚନା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ୨୦୩୬ ବିକଶିତ ଓଡ଼ିଶା ପାଇଁ ମୂଳଦୁଆ ପଡ଼ି ସାରିଛି, ଡବଲ୍ ଇଞ୍ଜିନ ସରକାର ଯୋଗୁଁ କ୍ଷମତାକୁ ଆସୁ ଆସୁ ସୁଭଦ୍ରା ଯୋଜନା ଓ ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି ଭଳି ଅନେକ ନିଷ୍ପତ୍ତି ନେଇ ପାରିଛନ୍ତି। More