Advertisment

Spider Satish: ନିରଞ୍ଜନଙ୍କ ଘରେ କେମିତି ପଶିଥିଲା? ଡେମୋ ଦେଖାଇଲା ସ୍ପାଇଡର ସତୀଶ

୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ।

author-image
Manoranjan Sial
ଅଦ୍ୟତନ ହୋଇଛି
Congress

Congress

ନୟାପଲ୍ଲୀ IRC ଭିଲେଜରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କେମିତି ଲୁଟ୍ କରିଥିଲା? କାହା ପାଚେରୀ ଡେଉଁ କେଉଁ ବାଟରେ ଘରେ ପଶିଥିଲା? ଲୁଟ୍ ପରେ କେଉଁ ରାସ୍ତା ଦେଇ ଚମ୍ପଟ ମାରିଥିଲା? କମିସନରେଟ୍‌ ପୋଲିସ୍‌ ରିମାଣ୍ଡରେ ଆଣି ସତ ଉଗାଳୁଛି ସ୍ପାଇଡର ସତୀଶଙ୍କଠାରୁ। ଆଜି ତାକୁ ସାଙ୍ଗରେ ନେଇ ସିନ ରିକ୍ରିଏସନ କରୁଛି। 

Advertisment

ଜାନୁଆରୀ ୨୫ ତାରିଖରେ ନିରଞ୍ଜନଙ୍କ ଘରୁ ଲୁଟ ପୂର୍ବରୁ ଆଉ ୮ଟି ଘରେ ଝାମ୍ପ ମାରିଥିଲା ସ୍ପାଇଡର ସତୀଶ। ଗୋଟି ଗୋଟି କରି ସେସବୁ ଘରକୁ ଦେଖାଇଛି। କେଉଁ ଘରେ ପଶିଲା? କାହା ପାଚେରୀ ଡେଇଁଲା? ନିରଞ୍ଜନଙ୍କ ଘରେ ପଶିଥିଲା କେମିତି? ଆଉ ଲୁଟ୍ ପରେ କେଉଁ ଗଳି ଦେଇ ଖସି ପଳାଇଲା? ପୋଲିସ ଆଗରେ ଟିକନିଖ ସତ ବଖାଣିଛି ଏହି ଚୋର ସତୀଶ।

୪ ଦିନିଆ ରିମାଣ୍ଡରେ ଆଣି ସ୍ପାଇଡର ସତୀଶର ଗୁମର ଫିଟାଉଛି ପୋଲିସ। ଗୁଡ଼େଇ ତୁଡ଼େଇ ଜେରାରେ ତଥ୍ୟ ଉଗାଳୁଛି ହାଇଫାଇ ଲୁଟେରା। ଗୁଗଲରୁ ସର୍ଚ୍ଚ କରି ହାଇପ୍ରୋଫଇଲ୍ କୋଟିପତିଙ୍କ ଠିକଣା ଖୋଜି ସେମାନଙ୍କୁ ଟାର୍ଗେଟ କରୁଥିଲା।

Advertisment

ସ୍ପାଇଡର ସତୀଶ ଏକାକୀ କେମିତି ହାଇସିକ୍ୟୁରିଟି ଜୋନରେ ପଶି ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଲୁଟ୍ କରୁଥିଲା, ତାହା ସମସ୍ତଙ୍କୁ ହତବାକ କରୁଛି। ମୁଖା ପିନ୍ଧି ଲୁଟ୍ କରୁଥିବା ସାତିର ସତୀଶକୁ ଆଜି ବିନା ମୁଖାରେ ଦେଖିଥିଲେ ସ୍ଥାନୀୟ ଲୋକ।

୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ। କେରଳର ଜିପ୍‌ ଲାଇନରେ ମଜା ଉଠାଉଥିଲା। ଗାର୍ଲଫ୍ରେଣ୍ଡଙ୍କୁ ଦେଉଥିଲା ଡାଇମଣ୍ଡ ଗିଫ୍ଟ। ସେମାନଙ୍କୁ କେରଳ ଓ ଦାର୍ଜିଲିଂ ବୁଲାଉଥିଲା। ଆଉ ଶାରୀରିକ ଫିଟନେଟ୍ ପାଇଁ ଜିମ୍ ଯାଉଥିଲା ସ୍ପାଇଡର୍ ସତୀଶ। ସ୍ୱତନ୍ତ୍ର ଟ୍ରେନରଙ୍କ ଜରିଆରେ କାନ୍ଥ ଚଢ଼ିବାର ଅଭ୍ୟାସ କରୁଥିଲା। ଲକ୍ଷ ଲକ୍ଷ ଟଙ୍କା ଦେଇ ତାଇୱାନରୁ କିଣୁଥିଲା କୁକୁର। ସ୍ପାଇଡର ସତୀଶ କୁକୁର ସ୍ପା ଓ ଷ୍ଟିମ ବାଥ ପାଇଁ ହାତ ଖୋଲା ଖର୍ଚ୍ଚ କରୁଥିଲା। ଚୋରି ଟଙ୍କାରେ ବାଙ୍ଗାଲୁରୁ, ହାଇଦ୍ରାବାଦ, ବିଜୟନଗ୍ରରମରେ କିଣିଥିଲା ୪ଟି ଫ୍ଲାଟ୍।

Bhubaneswar
Advertisment
Advertisment