Advertisment

KIIT Nepali Student Case: କାହା ଛତ୍ରଛାୟା ତଳେ କିଟ୍‌ ସାମ୍ରାଜ୍ୟ ବଢାଇଥିଲେ ଅଚ୍ୟୁତ ସାମନ୍ତ?

ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍‌ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

IAS

ଅଚ୍ୟୁତ ସାମନ୍ତଙ୍କ ସମ୍ରାଜ୍ୟର ବଡ଼ ଦିଗ ହେଉଛି, ତଥାକଥିତ ଲୋକ ସଂପର୍କର କୌଶଳ। କଳବଳେ କୌଶଳେ ପ୍ରଭାବଶାଳୀଙ୍କୁ ପ୍ରଭାବିତ କର, ଆଉ ସେହି ଛତ୍ରଛାୟା ତଳେ ସାମ୍ରାଜ୍ୟ ବିସ୍ତାର କର। ଏହି ନୀତିରେ କିଟ୍ କେଳେଙ୍କାରୀ ଚାଲିଥିବା ଅଭିଯୋଗ ଉଠିଛି। ଖୋଦ୍ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହାର ଗୁମର ଖୋଲିଛନ୍ତି। କହିଛନ୍ତି, ଅନେକ ଆଇଏଏସ୍, ଆଇଏଏସଙ୍କ ସହଧର୍ମିଣୀମାନେ KIITରେ କାମ କରୁଛନ୍ତି, ଆଉ ପାଉଛନ୍ତି ମୋଟା ଅଙ୍କର ଦରମା।

Advertisment

KIITରେ ଗଦା ଗଦା ପ୍ରଭାବଶାଳୀଙ୍କ ପତ୍ନୀ ଓ ସଂପର୍କୀୟ। ପୂର୍ବରୁ ହେଉଥିବା ଏହି ଚର୍ଚ୍ଚାକୁ ପବ୍ଲିକ୍‌ ଫୋରମକୁ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ଏ ପ୍ରସଙ୍ଗକୁ ନେଇ ରାଜନୈତିକ ମୈଦାନରେ ଏବେ ହଟଚମଟ। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ସ୍ଥିତିକୁ ନେଇ ଉଦ୍‌ବେଗ ସହ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବହୁ IAS ଓ IPSଙ୍କ ପତ୍ନୀ KIITରେ କାର୍ଯ୍ୟରତ। ଆଜି ଯେଉଁ ଘଟଣା ଘଟିଲା, ତାକୁ ନେଇ ଲୋକଙ୍କ ଅନ୍ତର ଆତ୍ମା କାନ୍ଦୁଛି। ତଥାପି କାହିଁକି ସରକାର କାହାକୁ ଗିରଫ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ବିଜେଡି କହିଛି, ଯଦି କୌଣସି ଅନିୟମିତତା ହୋଇଛି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଘଟଣା ସଂପର୍କରେ ତଦନ୍ତ ଜାରି ରହିଛି। ଏହି ଦୁର୍ଭାଗ୍ୟ ଘଟଣାରେ ଯିଏ ବି ସଂପୃକ୍ତ ଥିବେ ଆକ୍ସନ ନିଆଯିବ।

ଅଧିକ ପଢ଼ନ୍ତୁ: ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍‌ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ। ସେହିପରି ଆତ୍ମହତ୍ୟା କରିବା ପୂର୍ବରୁ ନିଜର ପୁରୁଷ ବନ୍ଧୁଙ୍କ ବିରୋଧରେ ଯେଉଁ ଇଣ୍ଟରନ୍ୟାସନାଲ ରିଲେସନ୍ସ ଅଫିସରେ ଅଭିଯୋଗ କରିଥିଲେ ଛାତ୍ରୀ ଜଣକ, ସେଇଠି ଡିଜି ହେଉଛନ୍ତି ଅବସରପ୍ରାପ୍ତ IFS ଅଫିସର ଦେବରାଜ ପ୍ରଧାନ। ଯିଏ ନରୱେ ଆମ୍ବାସଡର ଥିଲେ। କେରଳ କ୍ୟାଡରର IPS ଅଫିସର କାହ୍ନୁଚରଣ ମହାଲି ତ ଅଛନ୍ତି KISSର ମହାନିର୍ଦ୍ଦେଶକ। ବର୍ତ୍ତମାନ କିଟ ବିଶ୍ୱବିଦ୍ୟାଳୟର ଚିଫ୍‌ ପ୍ରୋକଟର ବା ମୁଖ୍ୟ ଶୃଙ୍ଖଳାରକ୍ଷାକାରୀ ଅଫିସର ଥିବା ପ୍ରଦୀପ ପଟ୍ଟନାୟକ ପୂର୍ବରୁ ଭୁବନେଶ୍ୱର କମିସନରେଟ ପୋଲିସରେ ଥିଲେ ACP। କେବଳ IPS, IAS କିମ୍ବା IFS ନୁହଁନ୍ତି, ବହୁ ନେତାଙ୍କ ନିକଟ ସଂପର୍କୀୟ ମଧ୍ୟ ଚାକିରି କରୁଛନ୍ତି KIIT ଓ KISSରେ। ଯେମିତି ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଇପସିତା ଶତପଥୀ। ଦୀର୍ଘ ବର୍ଷ ହେବ ମ୍ୟାନେଜମେଣ୍ଟ ପ୍ରଫେସର ଅଛନ୍ତି। ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ KIITର CSR ଡାଇରେକ୍ଟର ଅଛନ୍ତି। ଏଭଳି ଅନେକ ଲମ୍ବା ତାଲିକା ଅଛି।

ଅଧିକ ପଢ଼ନ୍ତୁ: ସ୍କୁଲ୍ ଶିକ୍ଷକଙ୍କ ଅଜବ ଦରଖାସ୍ତ; ଦରମା ମିଳୁନି, ମୂଲ ଲାଗିବି...ଛୁଟି ଦିଅ

ହୁଏତ ସେମାନଙ୍କ ଯୋଗ୍ୟତା ଓ ବ୍ୟକ୍ତିଗତ ଇଚ୍ଛା ମୁତାବକ ଅଚ୍ୟୁତଙ୍କ ଦ୍ୱାରା ପ୍ରତିଷ୍ଠିତ KIIT ଓ KISSରେ ଚାକିରି କରୁଥାଇପାରନ୍ତି ଅନେକ ପ୍ରଭାବଶାଳୀଙ୍କ ପତ୍ନୀ ଏବଂ ସଂପର୍କୀୟ। ଏକ ଘରୋଇ ଡିମଡ ବିଶ୍ୱବିଦ୍ୟାଳୟରେ ଚାକିରି କରିବାରେ କୌଣସି ଆପତ୍ତି ନାହିଁ। କିନ୍ତୁ ଆବଶ୍ୟକତା ନଥାଇ ପ୍ରଭାବ ବିସ୍ତାର କରି ତାଙ୍କଠାରୁ ଫାଇଦା ଆଶାରେ ଅଚ୍ୟୁତ ବ୍ରିଗେଡ୍ ଏହାକୁ କୌଶଳ ଭାବେ ବ୍ୟବହାର କରିବାକୁ ନେଇ ଯେଉଁ ଅଭିଯୋଗ ଉଠୁଛି, ତାହା ଅଧିକ ଅନୁସନ୍ଧାନର ଅପେକ୍ଷା ରଖୁଛି। ଯାହା ସତ ହୋଇଥିଲେ ସାଂଘାତିକ। ତେବେ ଏନେଇ କିଟ୍ କର୍ତ୍ତୃପକ୍ଷ କିମ୍ବା ସଂପୃକ୍ତ IPS, IASଙ୍କ ସଂପର୍କୀୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

KIIT KIIT University
Advertisment
Advertisment