• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କମିଟି ଗତକାଲି କିଟ୍ ବିଶ୍ୱବିଦ୍ୟାଳୟ କମ୍ପାସରେ ପହଞ୍ଚି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପଚରାଉଚରା କରିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କେବଳ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ-ଏ-ଡାଏ ଘୋଷଣା କରିବା ଏବଂ ସେମାନଙ୍କୁ କ୍ୟାମ୍ପସରୁ ବଳପୂର୍ବକ ବହିଷ୍କାର ଇତ୍ୟାଦି ବିଷୟରେ ତଦନ୍ତ କରାଯିବ ।

ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବ ବୋଲି କହିଛନ୍ତି କମିଟିର ସଦସ୍ୟ ଥିବା ଗୃହ ସଚିବ ସତ୍ୟବ୍ରତ ସାହୁ । ଏହି ଘଟଣାରେ ସଂପର୍କରେ ନେପାଳ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିବାର ଗୃହ ସଚିବ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: କିଟ୍ ମାମଲାର ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି, ନେପାଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

କିଟ୍ କ୍ୟାମ୍ପସକୁ ଯାଇ ପୋଲିସ କମିଶନର ମଧ୍ୟ ଖୋଳତାଡ଼ କରିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସିପି କହିଛନ୍ତି, କ୍ୟାମ୍ପସ ଏବେ ପୋଲିସ ଅଧୀନରେ ରହିଛି । ଜବତ ମୋବାଇଲ ଏବଂ ଲ୍ୟାପଟପକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ସେହିପରି ଗିରଫ ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବକୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯାଉଛି । ତେବେ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ଘଟଣାକୁ ନେଇ ଏଯାଏଁ ମୁହଁ ଖୋଲିନାହାନ୍ତି ।

ଅନ୍ୟପଟେ କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ 24x7 ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି । ଏଥିପାଇଁ ଜାରି ହୋଇଛି ୪ଟି ହେଲପଲାଇନ୍ ନମ୍ବର । ସେହି ନମ୍ବରଗୁଡ଼ିକ ହେଉଛି, 0674-2396550, 0674-2323401, 0674-2323402 ଏବଂ 0674-2323403 । 
ସେହିପରି ହ୍ବାଟ୍ସଆପ୍ ନମ୍ବର ହେଉଛି, 9124620605। ଏହି ହେଲପ ଡେକ୍ସର ନୋଡାଲ୍ ଅଫିସର ରହିବେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ।

ଅଧିକ ପଢ଼ନ୍ତୁ: କୁତ୍ସିତ କାରନାମା, ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା; ଭୟଙ୍କର ସନ୍ଦେହ ଘେରରେ କର୍ତ୍ତୃପକ୍ଷ

OTV is now on Whatsapp

Join and get latest news update delivered to you via whatsapp

Join Now