ସଂକ୍ଷେପରେ ଆଜିର ତାଜା ଖବର - Friday, 14 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Mo Bus Accident in Bhubaneswar: ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ ; ଚାଲିଗଲା ଜଣେ ମହିଳାଙ୍କ ଜୀବନ

ମୋ ବସ୍‌ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍‌ସିଟିର ପ୍ରକାଶ ପାଇଛି ଉଦ୍‌ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ । More

Odisha Education System: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି; ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ ହରଣ

ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ଅଷ୍ଟମ ଶ୍ରେଣୀ ପିଲା କରି ପାରୁନାହାନ୍ତି ଫେଡ଼ାଣ ହରଣ । କାହିଁକି ଏମିତି ସ୍ଥିତି ତାକୁ ନେଇ ତେଜିଛି ରାଜନୀତି । More

Amazon Online Order: ଅନଲାଇନ୍‌ରେ ମଗାଇଥିଲେ ଲାପଟପ୍ ଆସିଲା ମାର୍ବଲ ପଥର ଖଣ୍ଡ

ଅନଲାଇନ୍‌ରେ ଲାପଟପ୍ ଅର୍ଡର କରିଥିବା ସମ୍ବଲପୁରର ଜଣେ ଗ୍ରାହକଙ୍କ ପାଖରେ ପହଁଚିଛି ମାର୍ବଲ ପଥର ଖଣ୍ଡ । ଅନଲାଇନ୍ ସଂସ୍ଥାଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି । More

High Profile Thief: କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ ଆଣିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟିଥିବା ଚୋର

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଠାରୁ ଅଧିକ ଚର୍ଚ୍ଚାରେ ଚୋର । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଥିବା ଚୋର ସ୍ପାଇଡର୍ ସତୀଶର ଥାଟବାଟ ଓ ଜୀବନ ଶୈଳୀ ଲାଗୁଛି ବେଶ୍ ସମ୍ଭ୍ରାନ୍ତ । More

Prafulla Ghadei: ଘଡାଇ ଖୋଲିଲେ କୋରେଇ ଗୁମର, ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି କଲେ ବିଷୋଦଗାର

ପୁଅ ପାଇଁ ମୁହଁ ଖୋଲିଲେ । ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି ବିଷୋଦଗାର କଲେ । ବିଜୁ ଜନତା ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଏଭଳି ସାଙ୍ଘାତିକ ବୟାନ ଏବେ ବିଜେଡି ରାଜନୀତିରେ ସୃଷ୍ଟି କରିଛି କଂପନ । More

Today Panchang 14th Feb 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ନିଶାନ୍ତ ୦୫.୪୪ ଗତେ କନ୍ୟା । ତିଥି- ୨ୟା ରାତ୍ରି ୦୯.୫୨ ଗତେ ୩ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ନିଶାନ୍ତ ୦୫.୪୪ ଗତେ ବୃଷ ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୯.୫୨ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୧୧.୧୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ । More

Education System: ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା; ଗଞ୍ଜାମ ଜିଲ୍ଲାରୁ ଆସିଲା ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର

ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । କିନ୍ତୁ, ଗଞ୍ଜାମ ଜିଲ୍ଲାରୁ ଆସିଛି ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର । କେଉଁଠି ସରିନି କୋର୍ସ ପୁଣି କେଉଁଠି ନାହାନ୍ତି ଶିକ୍ଷକ । ନାଁକୁ ଅଛି 'ଫାଇଭ୍ ଟି' ସ୍କୁଲ୍ ହେଲେ ଶିକ୍ଷାଦାନରେ ଫେଲ୍ ।  More

Sura Routray : ସୁରେଶ ରାଉତରାୟଙ୍କ ଉପରୁ ଉଠିବ କି ନିଲମ୍ୱନ ? ଭକ୍ତ ଦାସ ନୂଆ ପିସିସି ସଭାପତି ହେବାପରେ ଆରମ୍ଭହେଲା ଚର୍ଚ୍ଚା

ସୁରେଶ ରାଉତରାୟ ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଚର୍ଚ୍ଚା ହେଉଛି । More

Odisha Weather Update: ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା; ୩୫ ଡେଇଁଲା ରାଜଧାନୀର ତାତି

ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାତି । ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । More

BJD Supremo in Tension: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ

ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍‌ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ। More

Odisha CHSE Exam 2025: ୪ ଦିନ ପରେ + ୨ ପରୀକ୍ଷା, ହେଲେ ଏଯାଏଁ ବାହାରିଲାନି ସାମ୍ପୁଲ ପ୍ରଶ୍ନପତ୍ର

ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି। More