• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 10 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 1 month ago

Pravasi Bharatiya Divas: ବିକଶିତ ଓଡ଼ିଶା ପାଇଁ ପ୍ରବାସୀଙ୍କ ଟିପସ୍, 'ମେଡ୍ ଇନ୍‌ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ପ୍ରଚାର ପ୍ରସାର ଦାବି

ଓଡ଼ିଶାର ଉନ୍ନତି, ପ୍ରଗତି ଓ ଅଭିବୃଦ୍ଧି ପାଇଁ ପ୍ରବାସୀଙ୍କ ଟିପ୍ସ । 'ମେଡ୍ ଇନ୍ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ହେଉ ପ୍ରଚାର ପ୍ରସାର । ଫୋକସରେ ଇନଭେଷ୍ଟମେଣ୍ଟ୍, ଇନଫ୍ରାଷ୍ଟକ୍ଚର ଓ ଟୁରିଜିମ୍ । More
  • Sonali Ojha
  • 1 month ago

Bunty-Babli Row: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ଲମ୍ବୁଛି ଦାମୀ ଗାଡ଼ି ଲିଷ୍ଟ୍; ୩ କୋଟିର ମର୍ସିଡିଜ୍ ସିଜ୍

ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି। More
  • Sonali Ojha
  • 1 month ago

Pravasi Bharatiya Divas 2025: ପ୍ରବାସୀ ଭାରତୀୟ ମହାକୁମ୍ଭ ଉଦଯାପିତ; ୨୪ ରାଷ୍ଟ୍ରର ୨୭ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର ଭରପୁର ସୁଯୋଗ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ। More
  • Saroj Kumar Jena
  • 1 month ago

Vishal Das Detained:ନବ ଦାସଙ୍କ ପୁଅକୁ ଅଟକ ରଖିଲା ଛତିଶଗଡ ପୋଲିସ

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି। ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାପଡିଛି। More
  • Pallipuspa Samal
  • 1 month ago

Panchang Today 10th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Saroj Kumar Jena
  • 1 month ago

Accident In Ranpur: ପିକନିକ ଯାଉଥିବା ବେଳେ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। More
  • Santosh Kumar Sahoo
  • 1 month ago

Pravasi Bharatiya Divas2025: ମିନି ଗ୍ଲୋବ୍ ପାଲଟିଛି ଜନତା ମୈଦାନ, ବିଦେଶରେ ରହୁଥିଲେ ବି ମନରୁ ଲିଭିନି ଜନ୍ମମାଟିର ମହକ

ଜନତା ମୈଦାନ ଏବେ ମିନି ଗ୍ଲୋବ୍। କିଏ ଆମେରିକାରୁ ଆସିଛି, କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି, କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI । More
  • Santosh Kumar Sahoo
  • 1 month ago

Mahaprasad: ଶହେ ଟଙ୍କାରେ ମିଳିବ ପେଟପୂରା ମହାପ୍ରସାଦ ! ଆଇନମନ୍ତ୍ରୀଙ୍କ ସୂଚନା ପରେ ଶ୍ରଦ୍ଧାଳୁ ଆଶ୍ବସ୍ତ

ଶହେ ଟଙ୍କାରେ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ । More
  • Swadesi Megha Mallhar Prusty
  • 1 month ago

Crop Loss: ଉଜୁଡି ଯାଇଛି ସୁନାର ଫସଲ, ଟଙ୍କା ମିଳିଲା ବେଳକୁ ତାଲିକାରୁ ବାଦ୍ ଅସଲ ଅନ୍ନଦାତା

ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର । More
  • Santosh Kumar Sahoo
  • 1 month ago

Bunty-Babli Row: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି । More
  • Swadesi Megha Mallhar Prusty
  • 1 month ago

Puri Srimandir: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଆସନ୍ତା ୨୦ରୁ ଟ୍ରାଏଲ୍ ରନ୍

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ । More