/odishatv-khabar/media/post_attachments/uploadimage/library/16_9/16_9_0/Accident_1736476932.jpg)
Accident
ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୩୦ରୁ ଅଧିକ ଯାତ୍ରୀ ଆହତ ହୋଥଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୁଣ୍ଠୁଣି ଗ୍ରାମର ପ୍ରାୟ ୪୦ ରୁ ୪୫ ଜଣ ଯାତ୍ରୀ କାଳିଜାଇ ଓ ତାରାତାରିଣୀ ଦେଖିବା ପାଇଁ ବାହାରିଥିଲେ। ତେବେ ମଧ୍ୟରାତ୍ରିରେ ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ଦୁର୍ଘଟଣା ଘଟିଥିଲା।
ରଣପୁର ଖଣ୍ଡିସି ଛକ ନିକଟରେ ବସଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ବସଟି ଭାରସାମ୍ୟ ହରାଇ ସାଇଟ ୱାଲକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସିପଡ଼ିଥିଲା। ବସ ଭିତରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଵା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ବସରେ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ।
ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଗୁରତର ଆହତ ମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)