Advertisment

Pravasi Bharatiya Divas2025: ମିନି ଗ୍ଲୋବ୍ ପାଲଟିଛି ଜନତା ମୈଦାନ, ବିଦେଶରେ ରହୁଥିଲେ ବି ମନରୁ ଲିଭିନି ଜନ୍ମମାଟିର ମହକ

ଜନତା ମୈଦାନ ଏବେ ମିନି ଗ୍ଲୋବ୍। କିଏ ଆମେରିକାରୁ ଆସିଛି, କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି, କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଜନତା ମୈଦାନ ମିନି ଗ୍ଲୋବ୍‌

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଭରପୁର ଓଡ଼ିଶା କ୍ରେଜ୍ । ଓଡ଼ିଆ ସଂସ୍କୃତି ଓ ଖାଦ୍ୟପେୟ ସହ ଆତିଥ୍ୟତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶ୍ବର କୋଣ ଅନୁକୋଣରୁ ଆସିଥିବା ଅତିଥି । ଏହି ସମାରୋହ ସେମାନଙ୍କୁ ଏକାଠି ହେବାର ନିଆରା ସୁଯୋଗ ଦେଇଥିବା ବେଳେ, ସେମାନଙ୍କ ଖୁସିକୁ ଦେଖିଲେ ଲାଗୁଛି, ସେମାନେ ଅତିଥି ଭାବେ ନୁହେଁ, ସତେକି ବହୁଦିନ ପରେ ନିଜ ଘରକୁ ଫେରିଛନ୍ତି ଜଣେ ଜଣେ ପରିବାର ସଦସ୍ୟ ଭାବରେ। ବିଦେଶରେ ରହୁଥିଲେ ବି ମନରୁ ଜମା ବି ଲିଭିନି ଜନ୍ମମାଟିର ମୋହ ଓ ମହକ ।

Advertisment

ଜନତା ମୈଦାନ ଏବେ ମିନି ଗ୍ଲୋବ୍। କିଏ ଆମେରିକାରୁ ଆସିଛି, କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି, କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI । ସେମାନଙ୍କ ଉତ୍ସାହ ଓ ଉଲ୍ଲାସରେ ଉଠୁଛି ପଡ଼ୁଛି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଆଜି ଦ୍ବିତୀୟ ଦିନ ଆରମ୍ଭରୁ ପ୍ରବାସୀ ଭାରତୀୟଙ୍କ କ୍ରେଜ୍‌ରେ ଚାର୍ ଚାନ୍ଦ୍ ଲଗାଇଥିଲେ ରିକି କେଜ୍ । ପ୍ରଖ୍ୟାତ ଅନ୍ତର୍ଜାତୀୟ ମ୍ୟୁଜିକ୍ କମ୍ପୋଜର ରିକି ଏବଂ ସାଥୀ କଣ୍ଠଶିଳ୍ପୀଙ୍କ ଉଦଘାଟନୀ ସଂଗୀତ କେବଳ ଅତିଥିଙ୍କୁ ନୁହେଁ, ବରଂ ଏକ ଆନ୍ଥେମ୍ ଭାବେ ପ୍ରଭାବିତ କରିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ।

ଅଧିକ ପଢ଼ନ୍ତୁ: ଶହେ ଟଙ୍କାରେ ମିଳିବ ପେଟପୂରା ମହାପ୍ରସାଦ ! ଆଇନମନ୍ତ୍ରୀଙ୍କ ସୂଚନା ପରେ ଶ୍ରଦ୍ଧାଳୁ ଆଶ୍ବସ୍ତ

Advertisment

କିଏ ମରିସସ୍ ରୁ ଆସିଛି, କିଏ ପୋଲାଣ୍ଡରୁ । କିଏ କାଲିଫର୍ଣ୍ଣିଆରୁ, ଆଉ କିଏ ଓମାନରୁ। ହେଲେ ନିଜକୁ ଜଣେ ଜଣେ ଗର୍ବିତ ଭାରତୀୟ ଭାବେ ପରିଚୟ ଦେବାକୁ କିଏ ପଗଡ଼ି ବାନ୍ଧିଛି, କିଏ ଶାଢ଼ୀ ପିନ୍ଧିଛି, ଆଉ କାହା ହାତରେ ଧରିଛି ତ୍ରିରଙ୍ଗା । ମରିସସ୍‌ରୁ ସର୍ବାଧିକ ପ୍ରାୟ ୩ଶହ ପ୍ରବାସୀ ଆସିଥିବା ବେଳେ, ସେଠାକାର ଏକ ମହିଳା ମଣ୍ଡଳୀର ଢୋଲ ବଜାଇ ସଂଗୀତ ପରିବେଷଣ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିହାରରୁ ସେମାନଙ୍କ ପୂର୍ବପିଢ଼ି କିଭଳି ମରିସସକୁ କୁଲି ଭାବେ ଯାଇଥିଲେ, ସେହି ସଂଘର୍ଷର କଥାକୁ ବଖାଣିଥିଲେ ଭୋଜପୁରୀ ଗୀତ ଆକାରରେ ।

ପୋଲାଣ୍ଡରୁ ଆସିଥିଲେ ଏକ ପରବାର । ବାପା ଭାରତୀୟ, ମାଆ ପୋଲାଣ୍ଡର । ହେଲେ ତିନି ଦିଅଁଙ୍କୁ ଦେଖିବା ବେଳକୁ ଆପେ ଆପେ ଯୋଡ଼ି ଯାଉଛି ହାତ, ନଇଁ ଯାଉଛି ମୁଣ୍ଡ । ତିନି ରଥକୁ ଦେଖାଇ ପିଲାଙ୍କୁ ରଥଯାତ୍ରାର ମହତ୍ତ୍ବ ବୁଝାଉଥିବା ଦୃଶ୍ୟ ବେଶ୍ ବିହ୍ବଳିତ କରିବା ଭଳି ଥିଲା । ବରଗଡ଼ ଧନୁଯାତ୍ରାର ପ୍ରଚାର ପ୍ରସାର ପାଇଁ ମହାରାଜା କଂସ ବେଶରେ ଥିବା ଜଣେ କଳାକାରଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ଦେଖିବାକୁ ମିଳିଥିଲା ପ୍ରବାସୀଙ୍କ ପ୍ରବଳ ଆଗ୍ରହ ।

ପ୍ରବାସୀଙ୍କ ପାଇଁ ବିଭିନ୍ନ ଅଥେଣ୍ଟିକ୍ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ, ଅନେକଙ୍କୁ ବେଶି ପସନ୍ଦ ଆସୁଛି ଖେଚୁଡ଼ି ଓ ଡାଲମା। ତେବେ ସେ ସୁଆଦ କଥା ହେଉ କି ସଂସ୍କୃତି... ପର୍ଯ୍ୟଟନ ହେଉ କି ଲୋକଙ୍କ ଆଚରଣ । ସମସ୍ତଙ୍କ ମୁହଁରେ ଓଡ଼ିଶାର, ଓଡ଼ିଆଙ୍କ ଭୁରି ଭୁରି ପ୍ରଶଂସା ।

ଅଧିକ ପଢ଼ନ୍ତୁ: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

Bhubaneswar Narendra Modi
Advertisment
Advertisment