ସଂକ୍ଷେପରେ ଆଜିର ତାଜା ଖବର - Monday, 18 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ହୁ ହୁ ମାଡୁଛି ସ୍କ୍ରବ୍ ଟାଇଫସ୍, ବରଗଡ଼ରେ ୬ ଜଣଙ୍କ ମୃତ୍ୟୁ !

କେନ୍ଦୁଝରରେ ସର୍ବାଧିକ ୬୨୭ ରୋଗୀ ଚିହ୍ନଟ । ଦୁଇ ଜିଲ୍ଲାକୁ ଗଲା ଜନସ୍ବାସ୍ଥ୍ୟ ବିଭାଗ ସ୍ପେଶାଲ ଟିମ୍ । More

ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି । More

ଆସୁଛନ୍ତି ଗଜାନନ... ଝଲସୁଛି ବାରିବଦା, ଆକର୍ଷଣ ସାଜିଛି ରୁଦ୍ରାକ୍ଷ ଗଣେଶ

ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବାବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି । More

ଥମୁନି ଶିକ୍ଷକ ଆନ୍ଦୋଳନ; ବଳ ଯୋଗାଇଲା ଅଭିଭାବକଙ୍କ ସମର୍ଥନ

ଶିକ୍ଷକ ଆନ୍ଦୋଳନ ସହ ତେଜୁଛି ରାଜନୀତି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ବିରୋଧୀ ଦଳମାନେ ଶିକ୍ଷକଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାକୁ ସଜବାଜ ହେଲେଣି । More

ସୌମ୍ୟଙ୍କୁ ମହଙ୍ଗା ପଡ଼ିଲା କି 5Tଙ୍କୁ ନିଶାନ? ‘ସମ୍ବାଦ’ ଅଫିସରେ କ୍ରାଇମବ୍ରାଞ୍ଚର ରେଡ୍

‘ସମ୍ବାଦ’ ଅଫିସ୍‌ରେ କ୍ରାଇମବ୍ରାଞ୍ଚ EOW ଟିମ୍‌ର ରେଡ୍ । HR ହେଡ୍ ବୈଜୟନ୍ତୀ କରଙ୍କୁ ଜେରା । ଆକାଉଣ୍ଟସ୍ ସେକ୍ସନରେ ବି ଖୋଳତାଡ଼ । ନିଜ କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ ଠକେଇ ଅଭିଯୋଗ ମାମଲାରେ ସମ୍ବାଦ ଅଫିସ୍‌ରେ ଆଜି ଚଢାଉ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । More

ଏଥର ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ନୁହେଁ ମାଟିରେ ତିଆରି ଗଜାନନଙ୍କ ମୂର୍ତ୍ତି

ପାଖେଇ ଆସୁଛି ଗଣେଷ ପୂଜା । ଗାଁ ଗାଁରେ, ଛକ ଛକରେ ପୂଜାକୁ ଜାକ ଯମକରେ କରିବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ହେଲେ ଏଥର ପ୍ଲାଷ୍ଟର ଅଫ୍‌ ଫ୍ୟାରିସ କି କସମେଟିକ୍‌ ରଙ୍ଗରେ ନୁହେଁ ବରଂ ମାଟିରେ ଏବଂ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ତିଆରି କରିବାକୁ ନିଆଯାଇଛି ନିଷ୍ପତ୍ତି । ସେଇଥି ଲାଗି ତ ସ୍କୁଲ ପରିସରରେ ତିଆରି ଚାଲିଛି ଏମିତି ପ୍ରସ୍ତୁତି । More

ଆନ୍ଦୋଳନ ସ୍ଥଗିତ ରଖିଲେ ଶିକ୍ଷକ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ସୂଚନା ଦେଲେ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର । ତେବେ କେଉଁ କାରଣରୁ ସଂଘ ଆନ୍ଦୋଳନ ସ୍ଥଗିତ ରଖିଛି ସେନେଇ ସୂଚନା ମିଳିପାରିନାହିଁ । More

ଦୁର୍ଦ୍ଦିନରେ ବୁଣାକାର ପରିବାର । ସାହାଯ୍ୟ ନମିଳିଲେ ବୁଡିଯିବ କୂଳ ବେଉସା !

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଚାଂୟତ ବଡ ନୁଆଁପାଲି ଗାଁରେ ଏବେ କାରିଗରଙ୍କ ସମସ୍ୟା କହିନେ ନସରେ । ଏଠାରେ ସୁକ୍ଷ୍ମ ସୂତାର ନିଖୁଣ କାରିଗରୀରେ ସମ୍ବଲପୁରୀ ଶାଢୀ ଓ ଡ୍ରେସ କପଡା ତିଆରି କରୁଛନ୍ତି ହରିଜନ ସମ୍ପ୍ରଦାୟର ଲୋକେ More

ଗଣଶିକ୍ଷା ମନ୍ତ୍ରୀଙ୍କ ଇଲାକାରେ ଶିକ୍ଷକ ଅଭାବ...ପିଲାଙ୍କୁ ଗାଁ ଲୋକ ପଢାଉଛନ୍ତି ପାଠ

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା More

ଦିଦି ଯାଇଛନ୍ତି ଆନ୍ଦୋଳନକୁ...ପିଲାଙ୍କୁ ପାଠ ପଢାଉଛନ୍ତି ପିଲା

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ More

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୪ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍‌ରେ ମୋଟ୍‌ ୫ଜଣ ଯାତ୍ରା କରୁଥିବାବେଳେ ସେମାନେ କେଉଁଠାରୁ କେଉଁଠାକୁ ଯାଇଥିଲେ ତାହା ଜଣାପଡ଼ିନାହିଁ । More

ଏଇଠି ଜୋର ଧରିଲା ମେଡିକାଲ କଲେଜ ଦାବି,୧୩ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣା..ସେପ୍ଟେମ୍ବର ୨୩ରେ ଅର୍ଥନୈତିକ ଅବରୋଧ ପାଇଁ ଚେତାବନୀ More

ପିଲା ଅଣ୍ଡା ଖାଇବେ, ଭଲ ପୋଷାକ ପିନ୍ଧିବେ! ହେଲେ ଏଠାରେ ୨୦୦ ପିଲାଙ୍କୁ ୨ ଶିକ୍ଷୟିତ୍ରୀ, ଯାହା ହେବ ପାଠପଢ଼ା

ସତରେ ସରକାର କି ପ୍ରହସନ ଚଳାଇଛନ୍ତି ! ଏଠାରେ ୨୦୦ ପିଲାଙ୍କୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ନଥିବାରୁ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ..କ’ଣ ଯେ ହେବ ଏମାନଙ୍କ ଭବିଷ୍ୟତ More

ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା

ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ହେଲା ଶେଷକୃତ୍ୟ..ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ସିଂ ମେହେଟ୍ଟା..ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ More

୧୧ ଦିନହେଲା ପାଠପଢ଼ା ଠପ୍, ଆଜି ବାହାରିବ କି ନିଷ୍କର୍ସ ?

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ.. ଆଜି ଅପରାହ୍ଣରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ..ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ.. More

କେତେ ହେଲେ ଆଉ ପେଟ ପୂରିବ ? ଦଲାଲ୍ ସହ ବାଣ୍ଟିକୁଣ୍ଟି ଖାଇଗଲେ ଗରିବ ଖଟିଖିଆଙ୍କ ଟଙ୍କା

ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦଲାଲ୍ ପ୍ରୀତି। ତମର ଅଧେକୁ ଆମର ଅଧେ। ଜଣେ ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବାହାଘର ପ୍ରୋତ୍ସାହନ ରାଶି ଆତ୍ମସାତ୍ ଅଭିଯୋଗ । More

ବର୍ଷାରେ ଭିଜିବ ଗଣେଷ ପୂଜା; ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଉତ୍ତର ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାରେ ଆଜି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । More

Panchang Today 18th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି More

ଭୟଙ୍କର ଦୁର୍ଘଟଣା ! ମୋ ବସ୍‌-କାର୍‌ ଧକ୍କା, ଜଣେ ମୃତ

କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । More

ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ଆଜି ଶେଷକୃତ୍ୟ

ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ । More

ମହାନଦୀର କୋପ; ବୁଡ଼େଇଲା ହୁଳୁହୁଳା ପୋଲ, ଭସାଇଲା ୫ ପଞ୍ଚାୟତ

ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି । More

ପରଲୋକରେ ଗୀତା ମେହେଟ୍ଟା; ବଡ଼ ଭଉଣୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ... More

ନାକେଦମ୍ ହେଲେଣି ସରକାର; କାମ କରୁନି ବ୍ୟାକ୍ ଅପ୍ ପ୍ଲାନ୍‌, ଜିଦ୍‌ରେ ଅଟଳ ପ୍ରାଥମିକ ଶିକ୍ଷକ

ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ । More

ମାଆ ଛେଉଣ୍ତ କରିଦେଲା ବାପା; ଏବେ ଭାଗ୍ୟ ଭରସାରେ ୬ ଶିଶୁ

ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ । More

ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା

ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା। ମାର୍କେଟ୍‌ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ପିଓପି ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ଗଲାଣି। More