• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ଆଜି ଅନ୍ତିମ ସଂସ୍କାର କରାଯିବ । ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ବର୍ତ୍ତମାନ ଗୀତା ମେହେଟାଙ୍କ ପାର୍ଥିବ ଶରୀର ରଖାଯାଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିଛନ୍ତି । ବଡ଼ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ । ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି ।

କିଏ ତାଙ୍କୁ ଜାଣେ ବିଶ୍ୱସ୍ତରୀୟ ଲେଖିକା ଭାବେ, ଆଉ କିଏ ଜାଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଭାବେ । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହଟ୍ଟାଙ୍କୁ ସାରା ବିଶ୍ୱ ଜାଣେ ଭିନ୍ନ ଭିନ୍ନ ପରିଚୟରେ । ସେହି ଅସୀମ ପ୍ରତିଭାର ଅଧିକାରିଣୀ ଆଜି ଅତୀତ, ଅମର । ୮୦ ବର୍ଷ ବୟସରେ ଆଖିବୁଜିଛନ୍ତି ସେ । ଏହି ଖବର ପରେ ଆତ୍ମୀୟ ପରିଜନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରୁଛନ୍ତି ।

ପ୍ରବାଦ ପୁରୁଷ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହଟ୍ଟା । ୧୯୪୩ରେ ଜନ୍ମିତ ଗୀତା କେମ୍ବ୍ରିଜ୍ ଯାଇଥିଲେ ଉଚ୍ଚଶିକ୍ଷା ପାଇଁ । ୧୯୭୦ରେ ଆମେରିକୀୟ ଟେଲିଭିଜନ ଚ୍ୟାନେଲ NBC ପାଇଁ ଯୁଦ୍ଧ ରିପୋର୍ଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଆମେରିକା, ୟୁରୋପ, ଇଂଲଣ୍ଡର ବିଭିନ୍ନ ଟେଲିଭିଜନ୍ ନେଟୱର୍କ ପାଇଁ ବି ନିର୍ମାଣ କରିଥିଲେ ୧୪ଟି ଟିଭି ଡକ୍ୟୁମେଣ୍ଟାରୀ ।

ବାଂଲାଦେଶ ବିପ୍ଲବକୁ ନେଇ ତାଙ୍କ ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ ଡେଟଲାଇନ୍ ବାଂଲାଦେଶ ବେଶ ଚର୍ଚ୍ଚିତ ହୋଇଥିଲା ଦେଶ ବିଦେଶରେ । କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା ଲିଖିତ କର୍ମକୋଲା: ମାର୍କେଟିଂ ଦ ମିଷ୍ଟିକ୍ ଇଷ୍ଟ, ଏ ରିଭର୍ ସୂତ୍ର, ମାଉଣ୍ଟେନ ସୂତ୍ର, ସ୍ନେକ୍ସ ଆଣ୍ଡ୍ ଲ୍ୟାଡର୍ସ, ଇଟର୍ନାଲ୍ ଗଣେଶ ଆଦି ବହୁ ପୁସ୍ତକ ବି ଆଦୃତ ଲାଭ କରିଛି ବିଶ୍ୱବ୍ୟାପୀ ।