• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ୱାମୀ ସ୍ତ୍ରୀ ଝଗଡ଼ାରେ ବଳି ପଡ଼ିଲେ ୬ ଶିଶୁ । ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ । ଭାଗ୍ୟ ଭରଷାରେ ଛଅ ଛୁଆ ।

ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ କୋଳିମାଟି ସୁବୁନି ମୁଣ୍ଡାକୁ ହତ୍ୟା କରିଛି ସ୍ୱାମୀ ସନା ମୁଣ୍ଡା । ସୂଚନାନୁଯାୟୀ କୋଳିମାଟି ପଞ୍ଚାୟତ କାଦୁଅବାହାଳୀ ଗ୍ରାମର ସନା ମୁଣ୍ଡା ନିଜ ସ୍ତ୍ରୀ କୁ ଗୁରୁବାର ସନ୍ଧ୍ୟା ୫ ଘଟିକା ସମୟରେ ଏକ ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଛି ।

ସକାଳୁ ମୃତକ ସୁବୁନି ମୁଣ୍ଡାଙ୍କ ଝିଅ ମାଆକୁ ଡାକିବା ବେଳକୁ ମାଆ ନ ଉଠିବାରୁ ବଡଭାଇ ରମେଶ ମୁଣ୍ଡାଙ୍କୁ ଖବର ଦେଇଥିଲେ । ରମେଶ ଦେଖିଲା ବେଳକୁ ମାଆ ଆଉ ଏ ଦୁନିଆରେ ନାହିଁ । ସଙ୍ଗେ ସଙ୍ଗେ ସେ ତାର ପରିବାର ଲୋକଙ୍କୁ ଡାକି ଜଣାଇଥିଲା । ପରିବାର ଲୋକେ ମଧ୍ୟ ଦେଖିଲା ବେଳେ ସୁବୁନି ମୁଣ୍ଡା ମରି ଶୋଇଛି ।

ଏନେଇ ଗ୍ରାମବାସୀ ଘସିପୁରା ଥାନାକୁ ଖବର ଦେବା ପରେ ମୃତ ସୁବୁନି ମୁଣ୍ଡା ଶବକୁ ଜବଦ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି । ସନା ମୁଣ୍ଡାକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ମୃତ ସୁବୁନି ମୁଣ୍ଡା ଙ୍କର ତିନୋଟି ଝିଅ ଓ ତିନୋଟି ପୁଅ ଏବେ ସମ୍ପୁର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି।