ସଂକ୍ଷେପରେ ଆଜିର ତାଜା ଖବର - Saturday, 12 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବେଆଇନ୍ ଭାବେ ପୋଷ୍ଟର ମାରିବାରୁ ଫାଇନ୍ କଷିଲା ବିଏମସି

ବେଆଇନ୍ ପୋଷ୍ଟର ମାରି ସୌନ୍ଦର୍ଯ୍ୟ ନଷ୍ଟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା BMC । ଉଭୟ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଲା ବିଏମସି । More

ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର

ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି। More

କେମିତି ନକ୍ସଲବାଦର ଗୋଟି ଚଳାଉଥିଲା ମୋଷ୍ଟ ୱାଣ୍ଟେଡ୍ ମିଶିର ?

ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି। More

ବାର୍‌ର ଅନ୍ଧାର ଗଳିରେ ହଜି ଯାଉଛନ୍ତି କଅଁଳ କନ୍ୟା ?

ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ ଓ ପୋଲିସ । ନାବାଳିକାଙ୍କୁ ଖଟାଉଥିବା ୧୮ଟି ବାର୍ ଉପରେ ଚଢ଼ଉ ପ୍ଲାନ୍ । More

ସଂକଟରେ ଗଜରାଜ; ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା

କେଉଁଠି ଶିକାରୀ ମାରୁଛି..କେଉଁଠି କାଳ ହେଉଛି ଟ୍ରେନ, ତ ପୁଣି କେଉଁଠି ଘାତକ ସାଜୁଛି ବିଦ୍ୟୁତ୍ ଆଘାତ..ସଂକଟରେ ଗଜରାଜ। ତଥ୍ୟ କହୁଛି, ରାଜ୍ୟରେ ଗତ ୫ ବର୍ଷରେ ହାତୀ-ମଣିଷ ଲଢ଼େଇରୁ ୪୦୬ ହାତୀଙ୍କ ଜୀବନ ଗଲାଣି। More

ବାର୍ଦ୍ଧକ୍ୟ ଭତ୍ତା ମାଗିଲେ ବିଜୁ ବାବୁଙ୍କ ପୁତୁରା, ଲୁହଭିଜା ଆଖିରେ ବଖାଣିଲେ ଯନ୍ତ୍ରଣା

ଦରଖାସ୍ତରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇଛନ୍ତି ଦିଲ୍ଲୀପ। ତାଙ୍କ ବୟସ ୭୬ ବର୍ଷ। ଏଣୁ ସେ ଏବେ ଏହି ଯୋଜନାରେ ଜଣେ ଯୋଗ୍ୟ  ହିତାଧିକାରୀ। More

ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା; ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ!

ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା। More

ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।  More

ଶ୍ୱଶୁରଙ୍କ ଗାଡ଼ି ଭାଙ୍ଗିଦେଲେ ଦୀପିକା ! କହିଲେ- ମୁଁ ରାଗିକି କରିଛି

ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି। More

ପୋଲିସ ମୋତେ ସୁରକ୍ଷା ଦେଲାନି: ଅଦ୍ରିଜା

ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । More

ସରିଲା ସହିଦ ସୁଶାନ୍ତଙ୍କ ଶେଷକୃତ୍ୟ; ଦୁଃଖ ସାଗରେ ସାରା ପରିବାର

ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଶ୍ମଶାନ । ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । More

ଡ୍ୟାନ୍ସ ବାର୍‌ରେ ନାବାଳିକା କର୍ମଚାରୀ ଥିଲେ ଫସିବେ ବାର୍‌ ମାଲିକ ! 

ଡ୍ୟାନ୍ସ ବାର୍‌ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍‌ ମାଲିକ ! ୨୧ ବର୍ଷରୁ କମ୍‌ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। More

ଏତେ ନିଷ୍ଠୁର ଭଗବାନ ! ଅଜା ଦଶାହରେ ଚାଲିଗଲା ଦୁଇ ନାତିଙ୍କ ଜୀବନ

ଦୁଇ ନାତି ଅଜାଙ୍କ ଦଶାହ କର୍ମରେ ଯୋଗଦେଇଥିଲେ । କର୍ମ ଅନୁସାରେ ଲଣ୍ଡା ହୋଇ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ହୋଇଥିଲା । More

ଯୁବତୀଙ୍କୁ ଅପହରଣ ଉଦ୍ୟମ ବିଫଳ; ଗୋଡ଼ାଇ ଗୋଡ଼ାଇ କାବୁ କଲା ପୋଲିସ

ଅଲଟୋ କାର ରାଜପାଟଣାରୁ ଅପହରଣ କରି ନେଇଥିଲେ ୪ ଯୁବକ l ଏହି ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ଗୋଡ଼ାଇ ଗୋଡ଼ାଇ ନୟାଗଡ଼ ଚଣ୍ଡୀବସ୍ତ ରାସ୍ତାରୁ ଉଦ୍ଧାର କରିଛି ପୋଲିସ l More

ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା; ଭୁଲ୍ ଇଞ୍ଜେକସନରୁ ରୋଗୀ ମୃତ୍ୟୁ ଅଭିଯୋଗ

ମେଡିକାଲ ଗେଟ୍ ଆଗରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ଗୁରୁବାର ଦିନ ୩ଟାରେ ସର୍ଦ୍ଦାର ବନ୍ଧ ପଂଚାୟତର ଶଙ୍ଖାଭଙ୍ଗା ଗାଁର ଗଙ୍ଗାଧର ମହାନ୍ତଙ୍କ ପେଟ ବ୍ୟଥା ହେବାରୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇଥିଲେ । More

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ...

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ। More

ଅସହାୟ ମୁଖ୍ୟମନ୍ତ୍ରୀଙ୍କ ଭାଇ; ବାର୍ଦ୍ଧକ୍ୟ ଭତ୍ତା ପାଇଁ କଲେ ଆବେଦନ

କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତରେ ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି । କଟକ ବିଜୁ ପଟ୍ଟନାୟକ ଛକରେ ଥିବା ଆନନ୍ଦ ଭବନରେ ରହୁଥିବା ନବୀନ ପଟ୍ଟନାୟକ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । More

ବାପା ଶିକ୍ଷକ ପୁଅ ଡାକ ସେବକ, କିନ୍ତୁ କାମ ଜାଲ ସାର୍ଟିଫିକେଟ୍ ଯୋଗାଇବା !

ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା । More

ନବୋଦୟ ସ୍କୁଲ ହଷ୍ଟେଲ ଖାଦ୍ୟ ବିଷାକ୍ତ ! ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ଗତ ୧୦ ତାରିଖ ରାତି ଭୋଜନରେ ଭାତ, ରୁଟି, ଡାଲି, ତରକାରୀ ସହ କ୍ଷିରୀ ଖାଇଥିଲେ ଛାତ୍ରଛାତ୍ରୀ । More

ମୋଦି, ନବୀନଙ୍କ ବିରୋଧରେ ୧୭ ରାଜନୈତିକ ଦଳ...ଗାଁ ଗାଁରେ ହେବ ଆନ୍ଦୋଳନ

‘ମୋଦି ହଟାଅ, ଦେଶ ବଞ୍ଚାଅ...ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’।  ଏହି ନାରା ଦେଇ ଆନ୍ଦୋଳନ ଡ଼ାକରା ଦେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ୧୭ ରାଜନୈତିକ ଦଳ। More

Today Panchang 12th August 2023: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର –ବୃଷ ଦିବା ୦୪.୫୮ ଗତେ ମିଥୁନ । ତିଥି - ୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ । More

ଗାଁ ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍‌’

ରାୟଗଡ଼ା ଜିଲ୍ଲାରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପକ୍ଷରୁ ‘କନ୍ୟା ଏକ୍ସପ୍ରେସ୍‌’ ଲଞ୍ଚ୍‌ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌, ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍‌’। More

ଆଖିଏ ଲୁହ ନେଇ ଶେଷ ଦର୍ଶନକୁ ଅପେକ୍ଷା...ଆଜି ଜନ୍ମମାଟିକୁ ଫେରିବ ସହିଦ ଓଡ଼ିଆ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର

ଆଜି ଜନ୍ମମାଟିକୁ ଫେରିବ ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ ସୁଶାନ୍ତଙ୍କ ପାର୍ଥିବ ଶରୀର। More

ବିଏମସିର ନୂଆ ଗାଇଡଲାଇନ୍: ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏ ନେଇ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ହୋଇଛି। More

କାୟା ମେଲିଚାଲିଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ୯୦ ପ୍ରତିଶତ କେବଳ ରାଜଧାନୀ ଭୁବନେଶ୍ବରରୁ। ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର। ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡେଙ୍ଗୁ ବେଡ୍ ଏବେ ନିଅଣ୍ଟ ପଡିଲାଣି। More

୨ ବର୍ଷରେ ଲିଭିଗଲା ଗୋଟିଏ ପରିବାରର ୪ ଜୀବନ ଦୀପ

ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ। More

‘ନୂଆ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ୍ ମୋହର: ଭୋଟ୍ ଟଣା ଯୋଜନା କହି ବର୍ଷିଲା ବିଜେପି

କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି। More

ଇଏ ଯାଦୁ ନା ଆଉ କିଛି ? ଆଖି ବୁଜି କାମ କରିବା ଏମାନଙ୍କ ବାଁ ହାତର ଖେଳ..

କିଏ ଦ୍ୱିତୀୟ ଶ୍ରେଣୀରେ ପଢୁଛି ତ ଆଉ କିଏ ଯୁକ୍ତ ୨ ରେ । କିନ୍ତୁ ଏମାନେ କେହି କାହାଠୁ କମ୍ ନୁହଁନ୍ତି । More