• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଖି ବନ୍ଦ କରି ବହି ପଢିବା ହେଉ କି ରଙ୍ଗ ଚିହ୍ନିବା, କଣ ସମ୍ଭବ ? ଆପଣଙ୍କୁ ଅସମ୍ଭବ ଲାଗୁଥିଲେ ବି ଏହା ସମ୍ଭବ । ଏପରିକି ଆପଣଙ୍କ ପକେଟରେ କେଉଁ ନୋଟ୍ କେତେ ଅଛି ଓ ସେସବୁର ନମ୍ବର କେତେ, ତାହା ବି ଆଖିବନ୍ଦ କରି କହିହେବ । ସମ୍ବଲପୁରର କିଛି ପିଲା ତ ଅସମ୍ଭବ ମନେ ହେଉଥିବା, ଏମିତି ଏପରି କାମ କରୁଛନ୍ତି ଯାହା ଦେଖିଲେ ବିଶ୍ୱାସ ହିଁ କରିହେବନି । ଆଖିରେ କଳାପଟି ବାନ୍ଧି ସ୍ୱଚ୍ଛନ୍ଦରେ ସାଇକେଲ ଓ ବାଇକ ଚଳାଇବା ବି ଏମାନଙ୍କ ବାଁ ହାତର ଖେଳ । ତେବେ କଣ ସେ ଟେକନିକ୍, କେଉଁମାନେ ଏମିତି କରୁଛନ୍ତି ଜାଣନ୍ତୁ..

କିଏ ଦ୍ୱିତୀୟ ଶ୍ରେଣୀରେ ପଢୁଛି ତ ଆଉ କିଏ ଯୁକ୍ତ ୨ ରେ । କିନ୍ତୁ ଏମାନେ କେହି କାହାଠୁ କମ୍ ନୁହଁନ୍ତି । ଆଖିରେ ପଟି ବନ୍ଧା ହେବା ପରେ, ସେମାନଙ୍କୁ ରଙ୍ଗ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ରଙ୍ଗର ପ୍ଲାଷ୍ଟିକ ପଦାର୍ଥ ଦିଆଯାଉଛି । ବାସ, କେବଳ ଛୁଇଁକି କହି ଦେଉଛନ୍ତି କେଉଁଟା କେଉଁ ରଙ୍ଗର । ଆଖି ବନ୍ଦ ଥିବା ଅବସ୍ଥାରେ ବହି ଖୋଲି ଦେଲେ ପୃଷ୍ଠା ନମ୍ବର କହିବା ସହ ଓ ସେଥିରେ କଣ ଲେଖା ଅଛି, ତାହା ବି ଅତି ପ୍ରାଞ୍ଜଳ ଭାବେ ପଢି ପାରୁଛନ୍ତି । ବହିର ପୃଷ୍ଠା ପରେ ପୃଷ୍ଠା ଖୋଲି କେଁ ପୃଷ୍ଠାରେ କେଉଁ ଚିତ୍ର ଅଛି ତାହା ବି ପିଲାଟି ଡଗ ଗଡ କହିଯାଉଛି ।

ଏମିତିକି ପ୍ରଶିକ୍ଷାର୍ଥୀଙ୍କୁ ତ ନୋଟ୍ ଦେଲେ ତାକୁ ପ୍ରଥମେ ମୁଣ୍ଡ ଉପରେ ରଖି, ତାହା କେତେ ଟଙ୍କିଆର ନୋଟ୍ ଓ ସେହି ନୋଟର ସିରିଏଲ ନମ୍ବର କେତେ ତାହା ବି ନିର୍ଭୁଲ ଭାବେ କହି ଦେଉଛନ୍ତି । ସେମିତି ଆଖି ବନ୍ଦ ଅବସ୍ଥାରେ ମୋବାଇଲର ଲକ୍ ଖୋଲି ମେସେଜ ପଢ଼ିବା ବି ଏମାନଙ୍କ ପାଇଁ କିଛି ଗୋଟେ ଅସାଧ୍ୟ କଥା ନୁହେଁ । ଆଉ ଏପଟେ ଆତ୍ମରକ୍ଷା କୌଶଳ କରାଟେ ଶିଖୁଥିବା ପ୍ରଶିକ୍ଷାର୍ଥୀ ଜଣଙ୍କ ଆଖିରେ ପଟି ବନ୍ଧା ଅବସ୍ଥାରେ, ନିଜ ଚତୁଃର୍ପାଶ୍ୱରେ ବୁଲୁଥିବା ବିପରୀତ ପକ୍ଷକୁ ସଠିକ ଭାବେ ହିଟ କରି ପାରୁଛନ୍ତି ।

ସେମିତି ଆଖିରେ ପଟି ବନ୍ଧା ଅବସ୍ଥାରେ ଆଉ ଏକ ଛାତ୍ରୀ ଜଣଙ୍କ ସ୍ୱଚ୍ଛନ୍ଦରେ ବାଇକ୍ ଚଳାଉଛନ୍ତି ଓ ଆଉ ଜଣେ ପିଲା କେମିତି ସାଇକେଲ ବି ଚଳାଉଛନ୍ତି  । ଆପଣ ଦେଖିଲେ କହିବେ କି ଏସବୁ ଯାଦୁ କି ? ବିଲକୁଲ ନୁହେଁ ।

ସମ୍ବଲପୁରର ଏ ପିଲାମାନେ ଯେଉଁ କୌଶଳଟି ପାଇଁ ଏଭଳି ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ- ସେଇ କୌଶଳର ନାଁ ହେଉଛି ମିଡ୍ ବ୍ରେନ୍ ଆକ୍ଟିଭେସନ୍ । ଅର୍ଥାତ୍ ଆମ ମଧ୍ୟ ମସ୍ତିଷ୍କର କ୍ଷମତାକୁ ବିକଶିତ କରିବାର କଳାକୁ ଆୟତ୍ତ କରି ସିକ୍ସଥ ସେନସକୁ କ୍ରିୟାଶୀଳ କରାଇବା । ଏଠି ପିଲାଙ୍କୁ ମିଡ ବ୍ରେନ୍ ଆକ୍ଟିଭେସନ୍ ଟ୍ରେନିଂ ଦେଉଥିବା ପ୍ରଶିକ୍ଷିକାଙ୍କ କହିବା ଅନୁଯାୟୀ- ମିଡ ବ୍ରେନ୍ ଆକ୍ଟିଭେସନ୍ ଏକ ବିଜ୍ଞାନ ଓ ସାଧନା । ଯୋଗ, ଧ୍ୟାନ ଓ ମ୍ୟୁଜିକ୍ ଥେରାପି ଦ୍ୱାରା ମିଡ୍ ବ୍ରେନ୍‌କୁ କ୍ରିୟାଶୀଳ କରାଯାଇଥାଏ । ଯାହାକି ଏକ ୪ ମାସିଆ କୋର୍ସ ।

୫ରୁ ୧୫ ବର୍ଷର ପିଲାଙ୍କ ପାଇଁ ଏହା ଶିଖିବା ସହଜ । ମଣିଷର ପଞ୍ଚେନ୍ଦ୍ରୀୟ ଭିତରୁ ଆଖି ବନ୍ଦ କରି ଦ୍ୱାରା, ଅନ୍ୟ ୪ଟି ଇନ୍ଦ୍ରିୟ ଅଧିକ କ୍ରୀୟାଶୀଳ ହୋଇଥାନ୍ତି । ଫଳରେ ମସ୍ତିଷ୍କ ଦ୍ୱାରା ସବୁ ଜାଣି ହୁଏ । ଦୁଇ ଆଖି ପତା ମଧ୍ୟରେ ଥିବା ଅଂଚଳଟି ତୃତୀୟ ନୟନ ଭଳି କାମ କରିଥାଏ, ଯାହା ଦ୍ୱାରା ବ୍ୟକ୍ତି ନ ଦେଖି ବି ସ୍ପର୍ଶ ଓ ଗନ୍ଧ ବାରିବା ସହ ଚର୍ମର ଉପରି ଭାଗକୁ ଏକ ସ୍କାନର ସଦୃଶ ବ୍ୟବହାର କରି ସବୁ କାମ କରିବାରେ ସକ୍ଷମ ହୋଇପାରେ ।