Advertisment

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ...

ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।

author-image
Rajalaxmi Sahoo
BMC issues new guidelines for cattle and their owners

BMC issues new guidelines for cattle and their owners

ରାଜଧାନୀ ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) ନୂଆ ଗାଇଡଲାଇନ୍ ଜାରି କରିଛି। ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।

Advertisment

ଆଉ ଯେଉଁ ମାଲିକ ସେମାନଙ୍କ ଗାଈ ବୋଲି ଦାବି କରିବେ, ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯଇଛି।

ବୁଲା ଗାଈଗୋରୁଙ୍କ ପାଇଁ ସହରରେ ଯାନବାହନ ଚଳାଚଳରେ ବାଧା, ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେଛି ବିଏମ୍‌ସି।ବୈଠକରେ ବିଏମ୍‌ସି କର୍ତ୍ତୃପକ୍ଷ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment
Advertisment
Advertisment