/odishatv-khabar/media/post_attachments/uploadimage/library/16_9/16_9_0/sd_1691807814.jpg)
Odia CRPF jawan Sushant Khuntia’s mortal remains to reach Keonjhar for last rites
ଆଜି ଜନ୍ମମାଟିକୁ ଫେରିଛି ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଏହାପରେ ସିଧାସଳଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯାଇଛି ସୁଶାନ୍ତଙ୍କ ପାର୍ଥିବ ଶରୀର। ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ସାରା କେନ୍ଦୁଝର ମାଟି, ଆନନ୍ଦପୁର ସହର ଚାହିଁ ବସିଛି। ଆଜି ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ ଭାବେ ନିଯୁକ୍ତି ପାଇଥିବା ବେଳେ ଦୁଇ ମାସ ପୂର୍ବେ ବିବାହ କରିଥିଲେ। ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ତାଙ୍କ ଘରେ ମୁରବୀ କହିଲେ କେହି ନାହାନ୍ତି।
ସୂଚନାଥାଉ କି, ସ୍ୱାଧୀନତା ଦିବସର ମାତ୍ର କିଛିଦିନ ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା ହୋଇଛି। ଲାଲ୍ବାହିନୀ ଗୁଳିରେ CRPF ଯବାନ ଟଳି ପଡ଼ିଛନ୍ତି। ଝାଡଖଣ୍ଡ ଚାଇଁବାସା ନିକଟ କୋଲହାନ୍ ଜଙ୍ଗଲରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଛନ୍ତି।
ଗତ କିଛିଦିନ ଧରି ଚାଲିଥିବା ଏହି ଲଢେଇରେ ସାମିଲ ଥିଲେ ଆନନ୍ଦପୁରର ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)