Advertisment

ଗାଁ ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍‌’

ରାୟଗଡ଼ା ଜିଲ୍ଲାରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପକ୍ଷରୁ ‘କନ୍ୟା ଏକ୍ସପ୍ରେସ୍‌’ ଲଞ୍ଚ୍‌ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌, ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍‌’।

author-image
Rajalaxmi Sahoo
IMFA Launched Kanya Express

IMFA Launched Kanya Express

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପକ୍ଷରୁ ‘କନ୍ୟା ଏକ୍ସପ୍ରେସ୍‌’ ଲଞ୍ଚ୍‌ କରାଯାଇଛି। ଏହି ଗାଡ଼ିକୁ ଉପଜିଲ୍ଲାପାଳ ଭୀମସେନ ଶବର ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

Advertisment

‘କନ୍ୟା ଏକ୍ସପ୍ରେସ୍‌’ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ। ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଲଞ୍ଚ୍‌ ହୋଇଥିବା ଏହି ‘କନ୍ୟା ଏକ୍ସପ୍ରେସ୍‌’ ଗାଡ଼ିଟି ସାଧାରଣତଃ ଝିଅମାନଙ୍କ କ୍ଷେତ୍ରରେ ବେଶ୍‌ ଉପଯୋଗୀ ହେଇପାରିବ।

ବିଶେଷ ଭାବେ କନ୍ୟା ରତ୍ନଙ୍କ ପାଠପଢା, କିଶୋରୀଙ୍କ ରକ୍ତହୀନତା ଭଳି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ସଚେତନ କରିବ ଏହି ‘କନ୍ୟା ଏକ୍ସପ୍ରେସ୍‌’ ଗାଡ଼ି। କାର୍ଯ୍ୟକ୍ରମରେ ରାୟଗଡ଼ା ସିଡିଏମଓ ଲାଲ୍‌ମୋହନ ରାଉତରାୟ, କୋଲନରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

Advertisment
IMFA
Advertisment
Advertisment