ସଂକ୍ଷେପରେ ଆଜିର ତାଜା ଖବର - Tuesday, 01 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୨୬ ବର୍ଷର ରେକର୍ଡ ଭଙ୍ଗିଲା ବର୍ଷା, ରାଜଧାନୀର ୨୦ ସ୍ଥାନରେ କୃତ୍ରିମ ବନ୍ୟା

ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ବାଦଲଫଟା ବର୍ଷାକୁ ଦୋଷ ଦେଲେ ମେୟର । More

କାହା ବାପା ସ୍କୁଲ ଯାଇ ନାହାନ୍ତି ତ କାହା ମା’ ପିଅନ୍, ସମସ୍ୟା ମଧ୍ୟରେ ଏମାନେ ପାଇଛନ୍ତି ସଫଳତା

ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ଅଭାବ ଅନଟନ ମଧ୍ୟରେ ସଫଳତାର ସିଡି ଚଢିଛନ୍ତି ଅନେକ। More

ରାଜଧାନୀରେ ୧୯୯୭ରେ ଶେଷ ଥର ପାଇଁ ଏମିତି ବର୍ଷା ହୋଇଥିଲା..!

ଲଗାଣ ବର୍ଷା ଯୋଗୁଁ, ଭୁବନେଶ୍ୱରରେ ୨୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ଭୁବନେଶ୍ୱରରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ବୋଲି ମଧ୍ୟ କୁହାଯାଉଛି । More

'ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି', ମୋଦି ସରକାରଙ୍କୁ କରିବ ସମର୍ଥନ !

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟକୁ କୋଟ୍ କରି ପିଟିଆଇର ଖବର । ଦିଲ୍ଲୀ ସର୍ଭିସେସ୍ ଅଡିନାନ୍ସ ବିଲକୁ ସମର୍ଥନ କରିବ ବିଜେଡି । More

ମାଇନାଙ୍କ ଦୁଃଖ ଶୁଣିନି ପ୍ରଶାସନ : ୬ ଫୁଟିଆ ଘରେ ବିତୁଛି ୬ ଜଣଙ୍କ ଜୀବନ

ଗୁହାରି କରି କରି ଥକିଗଲେଣି ହେଲେ କେହି ଶୁଣିଲେନି । ନିଜର ବୋଇଲେ କିଛି ନାହିଁ...ସକାଳେ ବିଲରେ ଖଟିଲେ ରାତିରେ ଘରେ ଜଳିବ ଚୁଲି । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛି ପୂରା ପରିବାର More

ଏ ଖାଇବା କିଏ ଖାଇବ? ଭାତରେ ପୋକ, ଡାଲିରେ ହଳଦୀ..ଅଣ୍ଡା ତରକାରୀ କଥା ପଚାରେ କିଏ?

ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ? More

ନିମ୍ନମାନର କାମ ଲାଗି ଭୁଶୁଡ଼ିଗଲା ଛାତ, ସରପଂଚ କହୁଛନ୍ତି ରାତିରେ ଭାଙ୍ଗିଦେଲା ହାତୀ

ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଂଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା More

ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ଆଉ ପାଣି...ଘର ଭିତରେ ପାଣି ପଶିବାରୁ ଜିନିଷପତ୍ର ନଷ୍ଟ

ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ। ରାଜୀବନଗର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷାରେ ଘରଦ୍ୱାରରେ ୪ ଫୁଟ ଉଚ୍ଚର ପାଣି ପଶିଯାଇଥିଲା। More

ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି

ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । More

ପ୍ରଶାସନ କଲାନି...ଧାନ, ଚାଉଳ, ଟଙ୍କା ଏକାଠି କଲେ...କଂକ୍ରିଟ୍‌ର ପୋଲ ତିଆରି କଲେ

ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି ଗାଡ଼ି More

ଚଢାଉ କରିବାକୁ ଯାଇଥିଲେ, ନିର୍ଧୁମ ଛେଚା ଖାଇ ଫେରିଲେ

ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍‌...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍‌ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି ଆସିଲେ, ମାଡ ମାରିଲେ...ହାଣି ପକାଇଲେ More

ଛାଡିଗଲା ଚୋରି ନିଶା : ଏବେ ଜେଲ୍‌ ଗଲେ ମେକାନିକାଲ୍‌ ଇଂଜିନିୟର

ମେକାନିକାଲ୍‌ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍‌ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍‌ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ More

ଖଟିଲେ ଖାଇବେ...ଗରିବଙ୍କୁ କଣ ମିଳେ ଏମାନେ କିଛି ଜାଣନ୍ତିନାହିଁ ?

ଦିନରେ ମଜୁରୀ ଖଟିଲେ ରାତିରେ ଚୁଲି ଜଳିବ । ମହିଳା ଓ ପୁରୁଷ ସମସ୍ତେ କାମ କରନ୍ତି...ଅତି ଗରିବ ଶ୍ରେଣୀର ଏମାନେ । ସରକାର ଗରିବଙ୍କ ଲାଗି କି କି ଯୋଜନା କରିଛନ୍ତି ଏମାନେ ଜାଣିନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ହେଲାଣି...ଏମାନଙ୍କୁ ମୌଳିକ ସୁବିଧା ମିଳିବ କେବେ ? More

ହରିୟାଣାର ନୁଁହରେ ଗୋଷ୍ଠୀ ସଂଘର୍ଷ; ସ୍କୁଲ ବନ୍ଦ ସାଙ୍ଗକୁ କାଲି ଯାଏଁ ଇଣ୍ଟରନେଟ୍ ସେବା ଠପ୍‌

ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି। More

ରୁହନ୍ତୁ ସତର୍କ ! ଅତି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ...

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। More

ଚୋରିର ନୂଆ ତରିକା: ନକଲି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ବାଇକ୍‌ ବିକ୍ରି

ରାଜଧାନୀରୁ ବାଇକ ଚୋରି କରିବା ପରେ ସେଥିରେ ଏମାନେ ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଥିଲେ। ଆଉ ଜାଲ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକୁ କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ।  More

କାହା ପାଇଁ ଏତେ ବଡ଼ ବସଷ୍ଟାଣ୍ଡ ? ଉଦଘାଟନର ୭ ବର୍ଷ ପରେ ବି କାମରେ ଲାଗୁନି 

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। More

ବର୍ଷାରେ ବେହାଲ ଟ୍ୱିନ୍ ସିଟି; ଲୋକଙ୍କ ବେଡରୁମରେ ବି ପାଣି

ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍‌ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । More

Panchang Today 1st August 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର –  ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ More

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ! ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। More

ବଦଳିଲା +୨ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ

୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ । More

ଆଜି 'ସମ୍ବଲପୁରୀ ଦିନ' ପାଳୁଛି ପଶ୍ଚିମ ଓଡ଼ିଶା

ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି । More

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ଓଡ଼ିଆ ପୁଅ ସୌଭାଗ୍ୟ

ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। More

OSSC ପରିଚାଳିତ ଏକାଧିକ ପରୀକ୍ଷାରେ ବିଭ୍ରାଟ,କାଠଗଡ଼ାରେ ସରକାର

ବାଲେଶ୍ୱରରେ ପରୀକ୍ଷାର୍ଥୀଙ୍କ ହଲ୍ଲାବୋଲ୍ । ASO ମାମଲାରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ରାୟ ହାଇକୋର୍ଟରେ ବଳବତ୍ତର । More

ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି ଯୁବ ଭୋଟର ?

ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ । More

ରାଜଧାନୀରେ ବାଇକ୍ ଚୋରି ରାକେଟର ପର୍ଦ୍ଦଫାସ୍, ୪ ଗିରଫ

୩୫ଟି ଚୋରା ବାଇକ୍ ଜବତ, ଚାବି - ଫେକ୍ ନମ୍ବର ପ୍ଲେଟ୍ ଓ ଡକ୍ୟୁମେଣ୍ଟ ସିଜ୍ । ରାଜଧାନୀର ବିଭିନ୍ନ ମଲ୍, ହାଟ ଓ ମାର୍କେଟ୍ ଏରିଆରୁ ଚୋରି କରୁଥିଲେ ବାଇକ୍ । More

ଆୟକର ଦାଖଲର ଡେଡଲାଇନ୍ ଆଜି ରାତି ୧୨ଟା, ନହେଲେ ଲାଗିବ ଲେଟ୍ ଫି’

ହୋଇପାରେ ଜେଲ ଦଣ୍ଡ । ରିଟର୍ଣ୍ଣ ଦାଖଲ ଯାଞ୍ଚ ଲାଗି AI ସହାୟତା ନେଇଛି ଆଇଟି ବିଭାଗ । More