/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690881620.jpg)
Elephant attack
୨ ମାସ ତଳେ ନିର୍ମାଣ ହୋଇଥିଲା, ଏବେ ଭାଙ୍ଗିପଡିଲା । ପ୍ରମାଣ ନଷ୍ଟ କରିବାକୁ ଭାଙ୍ଗିଯାଇଥିବା ଛାତକୁ ଉଠାଇ ଦେଇ ତରବରିଆ କାମ କରୁଛନ୍ତି ସରପଂଚ । ଏମିତି ଭୟଙ୍କର ଦୁର୍ନୀତି ସାମ୍ନାକୁ ଆସିଛି ଖୋର୍ଦ୍ଧା ଟାଙ୍ଗି ବ୍ଲକ୍ରୁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତେଜିଲାଣି ଅସନ୍ତୋଷ ।
ଆଜକୁ ୨ ମାସ ତଳେ ଛାତ ପଡ଼ିଥିଲା , କିନ୍ତୁ ଛାତ କାମ ଏତେ ନିମ୍ନମାନର ହୋଇଥିଲା ଯେ ମାତ୍ର ୬୦ ଦିନରେ ସମ୍ପୂର୍ଣ୍ଣ ଛାତ ଭୁଷୁଡ଼ି ପଡ଼ିଲା । ହେଲେ ଛାତ ନିମ୍ନମାନର ନୁହେଁ ବରଂ ହାତୀ ଭାଙ୍ଗିଦେଇଥିବା କହି ଭଙ୍ଗାଛାତକୁ ତରବରିଆ ଭାବେ ହଟାଇ ନୂଆ ଛାତ କାମ ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ସରପଂଚ ।
ଖୋର୍ଦ୍ଧା ଟାଙ୍ଗି ବ୍ଲକ ଅଚ୍ୟୁତପୁର ପଂଚାୟତର ବ୍ରାହ୍ମଣଦେବୀ ମନ୍ଦିର ସମ୍ମୁଖରେ ୬୦୦ ବର୍ଗଫୁଟର ଏକ ମଣ୍ଡପ ନିର୍ମାଣ ହୋଇଥିଲା । ଛାତ ପଡିବାର ମାତ୍ର ୨ ମାସ ପରେ ଛାତଟି ଗତ ୨୫ ତାରିଖରେ ଭୁଶୁଡ଼ି ପଡ଼ିଛି । ହେଲେ ନିମ୍ନମାନର କାମକୁ ଦାୟୀ କରିବା ପରିବର୍ତ୍ତେ ରାତିରେ ଜଙ୍ଗଲରୁ ହାତୀ ଆସି ଭାଙ୍ଗିଦେଇଥିବା କହିଛନ୍ତି ସରପଂଚ । ଏମିତିକି କାମ ନିମ୍ନମାନର କାମର ପ୍ରମାଣକୁ ନଷ୍ଟ କରିବାକୁ ସମସ୍ତ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । କେବଳ ଏହି କାମ ନୁହେଁ ବରଂ ଟାଙ୍ଗି ବ୍ଲକ୍ରେ ଅଧିକାଂଶ କାମ ନିମ୍ନମାନର କରାଯାଇ ଅର୍ଥ ହରିଲୁଟ କରାଯାଇଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଆଉ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା ।
ପଂଚାୟତର ବ୍ରାହ୍ମଣୀଦେବୀ ମନ୍ଦିର ସମ୍ମୁଖରେ ମଣ୍ଡପ ନିର୍ମାଣ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପଂଚାୟତର ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ପରେ ଗତ ୨୦୨୩ ମେ’ ମାସରେ ମଣ୍ଡପର ଛାତ ପଡ଼ିଥିଲା । ହେଲେ କେତେ ଉନ୍ନତମାନର କାମ ହୋଇଛି ତାହା ଏବେ ଦାଉଦାଉ ଦେଖାଯାଉଛି । ଛାତ ଭାଙ୍ଗିବା ଘଟଣା ଜଣାପଡିବା ପରେ ସଙ୍ଗେ ସଙ୍ଗେ ଭଙ୍ଗାଛାତକୁ ହଟାଇ ଦେଇ ନୂଆ ଛାତ କରିବାକୁ ସରପଂଚ କୁଆଡେ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ ଆଖି ସାମ୍ନାରେ ଛାତ ଭୁଶୁଡ଼ିପଡ଼ିଲା । ହେଲେ ସରପଂଚଙ୍କ ସମର୍ଥକମାନେ ଏହାକୁ ଚାପି ଦେଉଥିବା କୁହାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)