/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690881152.jpg)
Locals express distress after water enters houses in Bhubaneswar
ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ। ଆଇଗିଣିଆ ସ୍ଥିତ ରାଜୀବନଗର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷାରେ ଘରଦ୍ୱାରରେ ୪ ଫୁଟ ଉଚ୍ଚର ପାଣି ପଶିଯାଇଥିଲା। ଫଳରେ ଲୋକଙ୍କ ଆସବାବପତ୍ରଠୁ ଆରମ୍ଭ କରି ଦୋକାନରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ବର୍ଷା ପାଣି ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି। କେମିତି ପୁଣି ସ୍ଥିତି ସ୍ୱାଭାବିକ ହେବ ସେନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ। କେବଳ ଘର ଓ ଦୋକାନ ସାମଗ୍ରୀ ନୁହେଁ ଲୋକଙ୍କ ଗାଡ଼ି ମଧ୍ୟ ପାଣିରେ ବୁଡ଼ିଯାଇଥିଲା । ଫଳରେ ଗାଡ଼ି ଗୁଡ଼ିକ ନଷ୍ଟ ହୋଇଯାଇଛି ।
ସେପଟେ ଖଣ୍ଡଗିରି ଅଞ୍ଚଳରେ ବି ଲୋକଙ୍କ ଅବସ୍ଥା ସଂଗୀନ । ଲେନ୍ ୨ ଅଞ୍ଚଳରେ ରାସ୍ତା ଉପରେ ପାଣିର ସୁଅ ଛୁଟିବା ସହ ଲୋକଙ୍କ ଘରେ ପାଣି ପଶି ଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜାଗମରା ଜଗମୋହନ ନଗର ଅଞ୍ଚଳରେ ବି ଦୟନୀୟ ସ୍ଥତି ଦେଖିବାକୁ ମିଳିଛି।
ଘରେ ପାଣି ଓ ରାସ୍ତାରେ ପାଣି ଚାଲିବାରୁ ଲୋକେ ସାରା ରାତି ଅନିଦ୍ରା ହୋଇ ବସିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏଭଳି ସ୍ଥିତି ଲୋକଙ୍କୁ କଲବଲ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)