Advertisment

ହରିୟାଣାର ନୁଁହରେ ଗୋଷ୍ଠୀ ସଂଘର୍ଷ; ସ୍କୁଲ ବନ୍ଦ ସାଙ୍ଗକୁ କାଲି ଯାଏଁ ଇଣ୍ଟରନେଟ୍ ସେବା ଠପ୍‌

ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Haryana Nuh Violence

Group Clash

ହରିୟାଣା ଗୁରୁଗ୍ରାମ ନିକଟ ନୁହରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ପଥରମାଡ଼ରୁ ଜୋର ଧରିଥିଲା ହିଂସାକାଣ୍ଡ । ଏହାପରେ ଜଳାପୋଡ଼ା ସହ ଗୁଳିମାଡ଼ ହୋଇଥିଲା । 

Advertisment

ସଂଘର୍ଷରେ ୨ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସଂଘର୍ଷରେ ଅନ୍ୟ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସଂଘର୍ଷରେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୦ରୁ ଅଧିକ ପୋଲିସ କର୍ମୀ ରହିଛନ୍ତି । ଗୁରୁଗ୍ରାମ-ଅଲୱର ଜାତୀୟ ରାଜପଥରେ ଗୋଟିଏ ଗୋେଷ୍ଠୀ ପକ୍ଷରୁ ଶୋଭାଯାତ୍ରା ଚାଲିଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଏହି ଶୋଭାଯାତ୍ରାକୁ ଅଟକାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

ଏହି ସଂଘର୍ଷ ଅନ୍ୟ ଅଂଚଳକୁ ମଧ୍ୟ ବ୍ୟାପିଛି । ଗୁରୁଗ୍ରାମ-ସୋହନା ଜାତୀୟ ରାଜପଥରେ ଦୁର୍ବୃତ୍ତ ଏକାଧିକ ଗାଡିରେ ନିଆଁ ଲଗାଇ ପୋଡି ଦେଇଥିଲେ । ଅନେକ ସରକାରୀ ଏବଂ ଘରୋଇ ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଗତକାଲି ଘଟିଥିଲା ଏ ସଂଘର୍ଷ । ଏହାପରେ ସ୍ଥିତିକୁ ନିୟନ୍ତ୍ରଣ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସଂଘର୍ଷ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିଥିଲା ।

Advertisment

ଗୁରୁଗ୍ରାମ-ସୋହନା ଜାତୀୟ ରାଜପଥରେ ଦୁର୍ବୃତ୍ତ ଏକାଧିକ ଗାଡିରେ ନିଆଁ ଲଗାଇ ପୋଡି ଦେଇଥିଲେ । ଅନେକ ସରକାରୀ ଏବଂ ଘରୋଇ ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଗତକାଲି ଘଟିଥିଲା ଏ ସଂଘର୍ଷ । ଏହାପରେ ସ୍ଥିତିକୁ ନିୟନ୍ତ୍ରଣ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଅନ୍ୟପଟେ ଗୁରୁଗ୍ରାମ ଏବଂ ଫରିଦାବାଦର ମଙ୍ଗଳବାର ସମସ୍ତ ବିଦ୍ୟାଳୟ ଓ କଲେଜ ବନ୍ଦ ରଖାଯାଇଛି । ଏଥିସହ ନୁହ ଜିଲ୍ଲାରେ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି ବୋଲି ହରିୟାଣା ସରକାର କହିଛନ୍ତି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ, ନୁହର ଏକ ଶିବ ମନ୍ଦିରରେ ପ୍ରାୟ ୨୫୦୦ ପୁରୁଷ, ମହିଳା ଏବଂ ଶିଶୁଙ୍କୁ ପୋଲିସ ସ୍ଥାନାନ୍ତର କରିଛି। ଏଥିମଧ୍ୟରେ ଭକ୍ତ ଏବଂ ଯେଉଁମାନେ ଗୋଷ୍ଠୀ ସଂଘର୍ଷ ସମୟରେ ସେଠାରେ ଆଶ୍ରୟ ନେଇଥିଲେ ସେମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

Group Clash
Advertisment
Advertisment