Advertisment

୧୯୯୭ରେ ଶେଷ ଥର ପାଇଁ ଏମିତି ବର୍ଷା ହୋଇଥିଲା..! ଦେଖନ୍ତୁ ଭିଡିଓ

ଲଗାଣ ବର୍ଷା ଯୋଗୁଁ, ଭୁବନେଶ୍ୱରରେ ୨୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ଭୁବନେଶ୍ୱରରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ବୋଲି ମଧ୍ୟ କୁହାଯାଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Heavy Rain In BBSR

Heavy Rain In BBSR

ଡିପ୍ ଡିପ୍ରେସନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ । ଆସନ୍ତାକାଲି ସଂକାଳ ୮ଟା ୩୦ ପର୍ଯ୍ୟନ୍ତ ଏହି ୱାର୍ଣ୍ଣିଂ ଜାରି ହୋଇଛି। ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ସେହିଭଳି ରାଜ୍ୟର ଅନ୍ୟ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡିକ ହେଲା ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର,କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର । ତେଣୁ ଏସବୁ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ,ଭୁବନେଶ୍ୱରରେ ୨୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ଭୁବନେଶ୍ୱରରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ବୋଲି ମଧ୍ୟ କୁହାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାପୂର୍ବରୁ ସର୍ବାଧିକ,୧୯୯୭ ଅଗଷ୍ଟ ୨୦ ତାରିଖରେ ୨୫୪.୨ ମିମି ବର୍ଷା ହୋଇଥିଲା।

Advertisment

ସେହିଭଳି ଲଗାଣ ବର୍ଷାରେ କଟକର ସ୍ଥିତି ବେହାଲ । ସହରର ମେରିଆବଜାର, ରାଉସାପାଟଣା, ପଟାପୋଲ ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସବୁ ଅଞ୍ଚଳରେ ଲୋକେ ଘର ପଦାକୁ ବାହାରି ପାରୁନାହାନ୍ତି । କେମିତି ପିଲା ସ୍କୁଲ ଯିବେ ଓ ଲୋକେ କାମ ପାଇଁ ବାହାରକୁ ଯିବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ।

ତେବେ ପ୍ରବଳ ବର୍ଷା ପାଇଁ କଟକରେ ଦୁଇ ତିନୋଟି ସ୍ଥାନରେ ସମସ୍ୟା ରହିଛି । ଅନ୍ୟ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଏଭଳି କହିଛନ୍ତି କଟକ ମେୟର ସୁବାସ ସିଂ । ଏଥିସହ ଯେଉଁଠାରେ ଜଳବନ୍ଦୀ ସ୍ଥିତି ରହିଛି, ସେଠାରେ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଜଳ ନିଷ୍କାସନ ପାଇଁ ୨୫୦ରୁ ଅଧିକ ପାଣି ମୋଟର ବ୍ୟବହାର କରାଯାଇଛି ବୋଲି ମେୟର କହିଛନ୍ତି ।

Odisha Weather News Weather News Weather Forecast
Advertisment
Advertisment