ସଂକ୍ଷେପରେ ଆଜିର ତାଜା ଖବର - Sunday, 28 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

'ମେକ୍ ଇନ୍ ଓଡିଶା କନ୍‌କ୍ଲେଭ' ପାଇଁ କେତେ ଲୋକଙ୍କୁ ମିଳିଛି ନିଯୁକ୍ତି?

ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି। More

ଯୁକ୍ତ ୨ ଛାତ୍ର ନିଖୋଜ କଥା ମିଛ, ପର୍ଦ୍ଦାଫାସ କଲା ପୋଲିସ

ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ। More

ବଜ୍ରପାତର ସୂଚନା ଦେବ ଆପ୍‌, ୪୦ ମିନିଟ୍ ଆଗରୁ ମୋବାଇଲକୁ ଆସିବ ମେସେଜ୍

ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ବାନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। More

୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ। More

ଧାରଣା ଦେଲା ବୋହୂ, ଆତ୍ମହତ୍ୟା କଲେ ଶାଶୁ

ଗତ କିଛିଦିନ ହେଲା, ଗଞ୍ଜାମରେ ବୋହୂ ଏବଂ ପତ୍ନୀର ମାନ୍ୟତା ଦାବିରେ ଏକାଧିକ ମହିଳାଙ୍କ ଧାରଣାକୁ ନେଇ ଲାଗିରହିଛି ଚର୍ଚ୍ଚାା More

ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଶିଳ୍ପୀଙ୍କୁ ପୋଲିସ ତାଗିଦ

ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା ସହ ମୂର୍ତ୍ତି ଭାଙ୍ଗିବାକୁ କହିଛି। କଥା ଏତିକିରେ ଅଟକିନି, ଏହି ମୂର୍ତ୍ତି ବିବାଦ ହାଇକୋର୍ଟରେ ବି ପହଞ୍ଚିଛି। More

ଶିଳ୍ପୀଙ୍କୁ ପୋଲିସ୍‌ର ତାଗିଦ୍‌; ହାଇକୋର୍ଟରେ ପହଞ୍ଚିଲା ମାମଲା

ନାରାୟଣ ମୁଦୁଲି ନାମକ ଶିଳ୍ପୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ପୁରୀଘାଟ ଥାନା ପୋଲିସ ନିର୍ମାଣ କରାଯାଉଥିବା ମୂର୍ତ୍ତିଗୁଡିକ ନଦେଖି ତଦାରଖ ନକରି ଭାଂଗିବାକୁ କହି ଏକ ଅଣ୍ଡରଟେକିଂ ଲେଖାଇ ନେଇଛନ୍ତି । More

ବୋହୂ ଧାରଣା ଦେବାରୁ ଶାଶୁ ଆତ୍ମହତ୍ୟା କରିଥିବା ଅଭିଯୋଗ

ଗଞ୍ଜାମ NACର ମଧ୍ୟ ଖଣ୍ଡସାହିରେ ସକାଳୁ ସକାଳୁ ଅଘଟଣ ଘଟିଛି । More

ମନ୍‌ କି ବାତ୍‌ରେ ପ୍ରଧାମନ୍ତ୍ରୀ ମୋଦିଙ୍କ ନୂଆଁଖାଇ ଶୁଭେଚ୍ଛା

ଓଡ଼ିଶାର ନୂ‌ଆଁଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୋଦି More

ମଶାରୀରେ ଶହେ କଣା, ହେଲେ ପଶିପାରିବନି ମଶା

ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍‌ ମାତ୍ର ଏତିକି ଟଙ୍କା More

ପୁଣି ମାଈ ହାତୀ ମୃତ, ବାରହା ଫାଶରେ ପଡ଼ି ଚାଲିଗଲା ଜୀବନ

ଗତ ୨୫ ତାରିଖରେ କେନ୍ଦୁଝର ସଦର ରେଂଜ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଦ୍ୟୁତ ତାର ଲାଗି ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା । More

ଭେଣ୍ଡିଙ୍ଗ ଜୋନ୍ ନିର୍ମାଣରେ ଦୁର୍ନୀତି : ଷ୍ଟଲ ତିଆରି ନାଁରେ ବଡ଼ ଘୋଟାଲା

୨୬ଟି ଦୋକାନ ପାଇଁ ୨୩ ଲକ୍ଷ ୪୦ ହଜାର ଟଙ୍କାର ଟଙ୍କା ଅଟକଳ ହୋଇଥିଲା । ହେଲେ ଦୋକାନ ଗୁଡିକୁ ଦେଖିଲେ ମନେ ହେବ ଯେମିତି ୨୦ ହଜାରରୁ ଅଧିକ ଖର୍ଚ୍ଚ ହୋଇନି । More

ନୂଆ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ, ଦାମୀ କାର୍‌ରେ ସିକ୍ରେଟ୍ ଚାମ୍ବର

ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ  । More

ଜନପ୍ରତିନିଧିଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଥାନାରେ ଏତଲା ପରେ ନାଏବ ସରପଞ୍ଚ ଫେରାର । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । More

କେବେ ତୁଟିବ ଅଳିଆ କଳି ? ଦୁର୍ଗନ୍ଧମୟ ହେଲାଣି ସାରା ରାଜଧାନୀ

ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । More

SI ସ୍ୱାଗତିକା ବେହେରା ମୃତ୍ୟୁ ମାମଲା : ଜି. ଉଦୟଗିରି ଥାନା IIC ରେବତୀ ଶବରଙ୍କ ନାଁରେ ଏତଲା

ଏତଲା କଲେ ମୃତ SI ସ୍ୱାଗତିକା ବେହେରାଙ୍କ ମାଆ ଉଷାରାଣୀ More

ପାଖେଇ ଆସୁଛି ଗଣପର୍ବ ନୂଆଖାଇ; ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ଲାଗିବ ନବାନ୍ନ । ଏଥିଲାଗି ଆସି ସାରିଛି ସରିଆ ଧାନ । More

ଧରାପୃଷ୍ଠକୁ ଆସିବେ ଅଗ୍ରପୂଜ୍ୟ : ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଣେଶ ପୂଜା

ଏଥର ପୂଜାକୁ ଆକର୍ଷଣୀୟ ଲାଗି ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି More

କେମିତି ଲାଗିଲା ବ୍ରହ୍ମପୁର ବଡ଼ ମେଡିକାଲରେ ନିଆଁ ? ଅଗ୍ନି ନିର୍ବାପକ ବ୍ୟବସ୍ଥା କାମ କରୁନଥିବା ଅଭିଯୋଗ

ରକ୍ଷଣାବେକ୍ଷଣା ପାଇଁ ଅଚଳ ହୋଇପଡ଼ିଥିବା ସ୍ୱୀକାର କଲେ ଅଗ୍ନିଶମ ଅଧିକାରୀ,ତୁରନ୍ତ ମରାମତି ସହ ମେଡିକାଲର ସୁରକ୍ଷା ପାଇଁ ଉଠିଲା ଦାବି More

ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଜୀବନ

ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେଲା More

ପରିଣତ ବୟୟରେ ନିଜ ଗର୍ଭକୁ କାହିଁକି ନିନ୍ଦୁଛି ଏ ବୁଢ଼ୀ ମାଆ ?

ନିଜ ଜନ୍ମଦାତାଙ୍କ ପ୍ରତି ଏଭଳି ଆଚରଣକାରୀ ପୁଅ-ଝିଅ କେମିତି ଭୁଲିଯାଉଛନ୍ତି ଯେ କାଲି ସେମାନଙ୍କ ଦିନ ବି ଆସୁଛି ବୋଲି...। More

ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ। More

ସାର ଅଭାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସାର ଅଭାବକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଏହାର ଜବାବ ଦେଇଛନ୍ତି। ରାଜ୍ୟ ଯେତିକି ସାର ମାଗିଥିଲା ତା’ଠାରୁ ଯଥେଷ୍ଟ ଅଧିକ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ହେଲେ… More

ଡ଼ାଲି, ଚାଉଳ ରେଟ୍‌ ଦେଖି ଗ୍ରାହକ ଛାନିଆଁ !

ଖାଉଟିଙ୍କ କହିବା କଥା, ସବୁ ଜିନିଷର ଦାମ ବଢ଼ିଯାଉଛି।  ଢେର୍ ବାଧୁଛି  କେମିତି ଚଳିବେ, କିଛି ବୁଝି ହେଉନି।  More

‘ଭାରତ ରତ୍ନ’ ଠାରୁ ଅପହଞ୍ଚ ଦୂରରେ ହକି ଯାଦୁକର

ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ପଛରେ କି କାରଣ ଥିଲା ଆସନ୍ତୁ ଜାଣିବା। More