• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେମିତି ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେଶାଲିଷ୍ଟ କୋଠାରେ ଲାଗିଲା ନିଆଁ ? ନିଆଁ ଲାଗିବା ବେଳେ କାମ କରିଥିଲା କି ସ୍ପ୍ରିଙ୍କଲର? ତୁରନ୍ତ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲେ ସୁଦ୍ଧା ବେଶ୍ କିଛି ସମୟ ଯାଏଁ ମେଡିକାଲରେ ଅଚଳାବସ୍ଥା ଲାଗି ରହିଥିଲା ,ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି ସହରବାସୀ ।

ମେଡିକାଲରେ ଥିବା ସ୍ରିଙ୍କଲର, ଅଗ୍ନି ନିର୍ବାପକ ଯନ୍ତ୍ର ରକ୍ଷଣାବେକ୍ଷଣର ଅଭାବରୁ କାମ କରୁନଥିବା ସ୍ୱୀକାର କରିଛନ୍ତି ଅଗ୍ନିଶମ ଅଧିକାରୀ । ଏନେଇ ମେଡିକାଲ୍ କର୍ତ୍ତପକ୍ଷଙ୍କୁ ଜଣାଯାଇଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ରେଞ୍ଜର ଫାୟାର ଅଫିସର୍ ପ୍ରଶାନ୍ତ ଦାସ ।

ଦୁଇ ଦିନ ତଳେ ଏମକେସିଜି ମେଡିକାଲ ସୁପର ସ୍ପେଶାଲିଷ୍ଟ କୋଠାର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅପରେସନ୍ ଥିଏଟରରେ ନିଆଁ ଲାଗିଥିଲା । ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ତୁରନ୍ତ ରୋଗୀ, ଡାକ୍ତର ଏବଂ ଅନ୍ୟଙ୍କୁ ସେଠୁ ସୁରକ୍ଷିତ ବାହାର କରାଯାଇଥିଲା ।

ଏମକେସିଜି ମେଡିକାଲ୍ ଉପରେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ଓ ପଡ଼ୋଶୀ ଆନ୍ଧ୍ରର ଲୋକେ ବି ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସନ୍ତି । ତେଣୁ ଏପରି ଅଘଟଣ ଯେପରି ନହେବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।