/odishatv-khabar/media/post_attachments/uploadimage/library/16_9/16_9_0/BMC_1661663129.jpg)
BMC
ତୁଟିବ କି ଅଳିଆ କଳି ? ଆବର୍ଜନା ମୁକ୍ତ ହେବ କି ବିଏମ୍ସି ? ଭୁଆଶୁଣି ଡମ୍ପିଂୟାର୍ଡ ବିବାଦ ଥମୁନଥିବା ବେଳେ, ବୈଠକରୁ ବାହାରୁନି ନିଷ୍କର୍ସ । ଏବେ ନଜର ସୋମବାର ହେବାକୁ ଥିବା ବୈଠକ ଉପରେ । କାହିଁକି ନା ଲଗାତାର ୩ ଥର ଆଲୋଚନା ବିଫଳ ପରେ ଏଭଳି ସଂଶୟ ସୃଷ୍ଟି ହୋଇଛି । ଏପଟେ ଅଳିଆ ଉଠୁନଥିବାରୁ ରାଜଧାନୀର ମୁଖ୍ୟରାସ୍ତାଠୁ ଆରମ୍ଭ କରି ଗଳିକନ୍ଦି ସବୁ ଆବର୍ଜନାରେ ପୁରିଗଲାଣି । ସୈନିକ ସ୍କୁଲ ପାଖରେ ଥିବା ଡମ୍ପିଂୟାର୍ଡରେ ଗଦା ହେଲାଣି ପାହାଡ଼ ପରି ଅଳିଆ । ଭୁୂଆଶୁଣିରେ ଡମ୍ପିଂ ବନ୍ଦ ନେଇ ବିଏମସି ପକ୍ଷରୁ ୯ ମାସର ମହଲତ ମଗାଯାଇଥିଲା । ଏନେଇ ଗ୍ରାମସଭାରେ ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଗ୍ରାମବାସୀ । ସେପଟେ ସାମୟିକ ଭାବେ ଭୁଆଶୁଣିଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।
ଦାରୁଠେଙ୍ଗ ଡମ୍ପିଂୟାର୍ଡ ଅଚଳାବସ୍ଥା ଜାରି । ବିଏମ୍ସି ବୈଠକରେ ବାହାରି ପାରିଲାନି ନିଷ୍କର୍ସ । ୨ ଦିନ ସମୟ ମାଗିଛନ୍ତି ଗାଁ ଲୋକ । #Bhubaneswar#OTVpic.twitter.com/BRYSXPFHwP
— ଓଟିଭି (@otvkhabar) August 28, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)