• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତା ଉପରେ ଛକି ବସିଥିଲା ମୃତ୍ୟୁ । କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋକୁ ଚାପିଦେଲା କୋଇଲା ବୋଝେଇ ଟ୍ରକ୍ । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ପୋଲିସ୍‌କୁ ସୂଚନା ଦିଆଯାଇଛି ।

ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର । ମୃତକ ମାନେ ହେଲେ ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ,ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛି । ମହୁଲ ଟୋଲ ପେସିବାକୁ ଅଟୋରେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ତେବେ ଦୁର୍ଘଟଣାସ୍ଥଳର ଦୃଶ୍ୟ ବେଶ୍‌ ହୃଦୟବିଦାରକ । ଦୁର୍ଘଟଣା ପରେ ଶବଗୁଡ଼ିକ ଛିନଛତର ହୋଇ ପଡ଼ିଛନ୍ତି । ନିଜ ଲୋକଙ୍କୁ ହରାଇବା ପରେ ପରିବାର ସଦସ୍ୟଙ୍କ ଅବସ୍ଥା କହିଲେ ନସରେ । ଛାତି ବାଡ଼େଇ କାନ୍ଦୁଛନ୍ତି ଲୋକେ । କାମ କରିବା ପାଇଁ ବାହାରି ଯେ ଏପରି ଜୀବନ ଚାଲିଯିବ କିଏ ଜାଣିଥିଲା !