PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସଂପର୍କରେ ଆଲୋଚନା କରିଛନ୍ତି । ଏହାସହ ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନୂଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଆଜାଜି କା ଅମୃତ ମହୋତ୍ସବ, ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି ।
ଅଗଷ୍ଟ ୧୫ ସ୍ୱାଧିନତା ଦିବସରେ ଦେଶବାସୀ ସଂଘବଦ୍ଧ ହୋଇ ଜାତୀୟ ପତାକା ଉତ୍ତୋଳନ ସହ ତିନି ଦିନ ଧରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କେବଳ ଭାରତରେ ନୁହେଁ , ପ୍ରବାସୀ ଭାରତୀୟମାନେ ମଧ୍ୟ ଅନ୍ୟାନ୍ୟ ଦେଶରେ ଅମୃତ ମହୋତ୍ସବ ପାଳନ କରିଛନ୍ତି । ଅମୃତ ମହୋତ୍ସବରେ ଭାରତବାସୀଙ୍କ ସହଭାଗିତା ଓ ସାମର୍ଥ୍ୟ ସାରା ବିଶ୍ୱ ଦେଖିଛି ବୋଲି ମୋଦି କହିଛନ୍ତି ।
ଏହାସହ ଆଜି ମନ୍ କି ବାତା କାର୍ଯ୍ୟକ୍ରମରେ ଡାଲି ଜାତୀୟ ଖାଦ୍ୟ ପଦାର୍ଥ ଉତ୍ପାଦନ ଓ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଅମୃତ ସରୋବର ନିର୍ମାଣ ଏବେ ଗଣ ଆନ୍ଦୋଳନରେ ପରିଣତ ହୋଇଛି । ଏସବୁ ବାଦ ଜଳ ଜୀବନ ମିଶନ, ଅପପୁଷ୍ଟି ବିରୋଧରେ କାର୍ଯ୍ୟକ୍ରମ ସଂପର୍କରେ ମୋଦି ରେଖାପାତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)