Advertisment

ଧାରଣା ଦେଲା ବୋହୂ, ଆତ୍ମହତ୍ୟା କଲେ ଶାଶୁ

ଗତ କିଛିଦିନ ହେଲା, ଗଞ୍ଜାମରେ ବୋହୂ ଏବଂ ପତ୍ନୀର ମାନ୍ୟତା ଦାବିରେ ଏକାଧିକ ମହିଳାଙ୍କ ଧାରଣାକୁ ନେଇ ଲାଗିରହିଛି ଚର୍ଚ୍ଚାା

author-image
Chandan Shishu
Woman kills self after being shamed by daughter-in-law

Woman kills self after being shamed by daughter-in-law

ପୁଅ-ବୋହୂଙ୍କ ଦାମ୍ପତ୍ୟ କଳିରୁ ମାଙ୍କ ଚାଲିଗଲା ପ୍ରାଣ। ନ୍ୟାୟ ଦାବିରେ ବୋହୂର ଅନଶନ ଭିତରେ ଜୀବନ ହାରିଦେଲେ ଶାଶୁ। କେହି କେବେ ଭାବିନଥିଲେ ଏଭଳି ଏକ ଅଘଟଣ ଘଟିଯିବ ବୋଲି। ଘଟଣା ଘଟିଛି ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ମଧ୍ୟଖଣ୍ଡରେ। ମୃତକ ହେଲେ ସୁଷମା ପଣ୍ଡା। ପୁୁଅ ସୁଜିତ ପଣ୍ଡା ଓ ବୋହୂ ତନ୍ମୟୀ ପଣ୍ଡା ମଧ୍ୟରେ ଲାଗିରହିଥିଲା ଦାମ୍ପତ୍ୟ କଳି। ଯାହା କୋର୍ଟରେ  ବିଚାରାଧୀନ ରହିଛି। 

Advertisment

ତାହାରି ଭିତରେ ବାପଘରେ ରହୁଥିବା ତନ୍ମୟୀ ଶନିବାର ଦିନ ଗୋଟାଏରୁ ରାତି ସାଢ଼େ ୧୦ଟା ଯାଏଁ ଶାଶୁଘର ସାମ୍ନାରେ ଅନଶନରେ ବସିଥିଲେ। ତାଙ୍କ ଦାବି ଥିଲା, ଯୌତୁକ ବାବଦ ଅର୍ଥ ଓ ୨୦ଭରି ସୁନା ଗହଣା ଫେରସ୍ତ କରାଯାଉ। ପ୍ରାୟ ୧୦ ଘଣ୍ଟା ଧରି ଧାରଣା ଦେବା ପରେ ତନ୍ମୟୀ ଫେରିଯାଇଥିଲେ। ସେ ଫେରିବାର କିଛି ସମୟ ପରେ ଲୋକଲଜ୍ଜା ଭୟରେ ସୁଷମା ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

୨୦୨୦ ଡିସେମ୍ବର ସୁଜିତ ଓ ତନ୍ମୟୀଙ୍କ ମଧ୍ୟରେ ହୋଇଥିଲା ପ୍ରେମ ବିବାହ। ନିଜ ହାତରେ ବିବାହ କରି ତନ୍ମୟୀଙ୍କୁ ବୋହୂ କରି ଘରକୁ ଆଣିଥିଲେ ସୁଷମା। କିନ୍ତୁ ବିବାହର ୨ ମାସ ବି ସୁଖରେ କଟିଲାନି ପୁଅ ବୋହୂଙ୍କ ସଂସାର। ଶେଷରେ ବାପଘରକୁ ଚାଲି ଯାଇଥିଲେ ତନ୍ମୟୀ। ତେବେ କାହିଁକି ଘଟିଲା ବିବାଦ ? କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଶାଶୁ ସୁଷମା ? ସେନେଇ ଗଞ୍ଜାମ ପୋଲିସ ତଦନ୍ତ କରୁଛି। ତାସହ ଗତକାଲିର ଧାରଣାବେଳେ ଘଟିଥିବା ଗଣ୍ଡଗୋଳକୁ ନେଇ ୨ ପକ୍ଷଙ୍କ ଏତଲାକ୍ରମେ ପୋଲିସ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଆମେ ତନ୍ମୟୀ ରହୁଥିବା ବ୍ରହ୍ମପୁର ରାମହରିନଗର ସ୍ଥିତ ଘରକୁ ଯାଇଥିଲୁ କିନ୍ତୁ କେହି ପ୍ରତିକ୍ରିୟା ଦେବାକୁ ଚାହିଁନଥିଲେ।

Advertisment

ଗତ କିଛିଦିନ ହେଲା, ଗଞ୍ଜାମରେ ବୋହୂ ଏବଂ ପତ୍ନୀର ମାନ୍ୟତା ଦାବିରେ ଏକାଧିକ ମହିଳାଙ୍କ ଧାରଣାକୁ ନେଇ ଲାଗିରହିଛି ଚର୍ଚ୍ଚାା ସତେଯେପରି ଏହା ଏକ ଟ୍ରେଣ୍ଡ୍ ପାଲଟିଯାଇଛି। ବ୍ରହ୍ମପୁରର ତପସ୍ବିନୀ ଦାଶ ହୁଅନ୍ତୁ କି ଦୀପିକାା ନ୍ୟାୟ ଦାବି କରି ଧାରଣା ଦେଇଛନ୍ତି ଅନବରତ ଭାବେ। କେବଳ ବ୍ରହ୍ମପୁର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବି ସ୍ବାମୀ-ସ୍ତ୍ରୀ ସମ୍ପର୍କ ପ୍ରସଙ୍ଗ ଉଠାଇ ରାଜରାସ୍ତାରେ ଲଢ଼େଇ କରିଛନ୍ତି ମହିଳା। ତେବେ କାହିଁକି ଘଟୁଛି ଏଭଳି ବିବାଦ? ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁ ନା ପୋଲିସ କାର୍ଯ୍ୟାନୁଷ୍ଠାନରେ ହେଉଛି ବ୍ୟତିକ୍ରମ? 

ରିପୋର୍ଟ: ସୌମ୍ୟରଂଜନ ସାହୁ ଏବଂ ଜଗନ୍ନାଥ ସାହୁ

Family Dispute Woman Kills Self
Advertisment
Advertisment