Advertisment

ଯୁକ୍ତ ୨ ଛାତ୍ର ନିଖୋଜ କଥା ମିଛ, ପର୍ଦ୍ଦାଫାସ କଲା ପୋଲିସ

ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ।

author-image
Chandan Shishu
Student missing Case

Student missing Case

ଭୁବନେଶ୍ୱରର ଏକ ଘରୋଇ କଲେଜର ଯୁକ୍ତ ୨ ଛାତ୍ର ହୃଦୟେସ୍ ପଣ୍ଡା ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ଛାତ୍ର ନିଖୋଜ ହୋଇନଥିବା କହିଲେ ଭୁବନେଶ୍ୱର ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ। ମାମଲାର ଖୁଲାସା କରି ସେ କହିଛନ୍ତି ଯେ, ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଏବଂ ଛାତ୍ର ନିଖୋଜ ଥିବା ତାଙ୍କ ବାପା ମାଆ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା।

Advertisment

ସେଥିରୁ ଜଣାପଡ଼ିଥିଲା ଯେ, ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କର ପ୍ରାୟ ୯୫ ହଜାର ବକେୟା ଥିଲା। କର୍ତ୍ତୃପକ୍ଷ ବାରମ୍ବାର ଟଙ୍କା ମାଗିବାରୁ ସେ ସେଠାରେ ରହିବାକୁ ଚାହୁଁ ନଥିଲେ। ପରେ କର୍ତ୍ତୃପକ୍ଷଙ୍କୁ ଜଣାଇ ଛାତ୍ରଜଣଙ୍କ ସେଠାରୁ ପଳାଇ ଆସି ଏକ ହୋଟେଲ୍‌ରେ ରହିଥିଲେ। ଏ ବାବଦରେ ପରିବାର ଲୋକ ସବୁ ଜାଣିଥିଲେ ଏବଂ ଛାତ୍ରଙ୍କ ବାପା ହୋଟେଲ୍ ରୁମ୍ ଭଡ଼ା ଟଙ୍କା ବି ନିଜ ଏଟିଏମ୍‌ରୁ ଦେଇଥିଲେ।

ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ସେମାନେ ଥାନାକୁ ଆସି ନିଖୋଜ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି। ସିସିଟିଭି ଫୁଟେଜ୍‌ରୁ ଏସବୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଛାତ୍ରଙ୍କ ବାପାମାଆକୁ ଡାକି ପଚରାଉଚରା କରାଯିବ ବୋଲି ଏସିପି କହିଛନ୍ତି।

Advertisment
Student Missing Case
Advertisment
Advertisment