Special story
ବୋହୂର ଧାରଣା ପରେ ଫିନାଇଲ ପିଇ ଶାଶୁ ମୃତ । ଗଂଜାମ ଜିଲ୍ଲା ଗଂଜାମ ଏନ୍ଏସି ଅନ୍ତର୍ଗତ ମଧ୍ୟଗଣ୍ଡ ସାହିରେ ଆଜି ଏଭଳି ଅଘଟଣ ଘଟିଛି । ମୃତ ମହିଳା ଜଣକ ହେଲେ ସୁଷମା ପଣ୍ଡା ।
Advertisment
୨୦୨୦ରେ ପୁଅକୁ ବାହା ଦେଇଥିଲେ ସୁଷମା । ହେଲେ ବିବାହର ମାତ୍ର ୧୦ ଦିନ ପରେ ପତ୍ନୀଙ୍କ ସହିତ କଜିଆ ଆରମ୍ଭ ହୋଇଥିଲା । ଏହା ପରେ ବୋହୂ ବାପ ଘରକୁ ଚାଲି ଯାଇଥିଲେ। ତେବେ ଏନେଇ ସୁଷମାଙ୍କ ବୋହୂ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ମାମଲା କୋର୍ଟରେ ବିଚାରାଧୀନ ରହିଛି ।
ହେଲେ ପାରିବାରିକ କଳହର ସମାଧାନ ହୋଇପାରି ନଥିବା ବେଳେ ଶନିବାର ଦିନ ସୁଷମାଙ୍କ ବୋହୂ ଘରେ ପହଞ୍ଚିଥିଲେ । ଗତକାଲି ମୃତ ମହିଳାଙ୍କ ଆଈଙ୍କ ସହ ସେ ଶାଶୂ ଘର ଆଗରେ ଧାରଣା ଦେଇଥିଲେ ।
Advertisment
ଏଥିପାଇଁ ଫିନାଇଲ ପିଇଦେଇଥିଲେ ସୁଷମା । ଆଉ ତା’ପରେ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)