• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ଗଣେଶ ପୂଜା ଫିକା ଫିକା ପଡିଥିଲା । ହେଲେ ଏଥର ଗଣେଶ ପୂଜାରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ବିଭିନ୍ନ ପୂଜା କମିଟି ଗୁଡିକ ମଧ୍ୟରେ କେଉଁଠି ୫୧ ଫୁଟର ମୂର୍ତ୍ତୀ ତ, ଆଉ କେଉଁଠି ୫୦ କିଲୋଗ୍ରାମର ଲଡୁ ଶୋଭା ପାଇବ । ତୋରଣ ବି ଆଖି ଖୋସିଲା ଭଳି ନିର୍ମାଣ ହେଉଛି । ଜୋରସୋରରେ ଏବେ ଭୁବନେଶ୍ୱର ଓ ରାଉରକେଲାରେ ଚାଲିଛି ପୂଜା ।

ଆସୁଛନ୍ତି ଅଗ୍ରପୂଜ୍ୟ । ଦୁଇ ବର୍ଷ ବ୍ୟବଧାନରେ ବିନା କଟକଣାରେ ହେବ ଗଣେଶ ପୂଜା । ଏଥିଲାଗି ଏଥର ପୂଜାକୁ ଆକର୍ଷଣୀୟ ଲାଗି ପ୍ରତି ପୂଜା କମିଟି ଜୋରଦାର ପ୍ରସ୍ତୁତି କରିଛନ୍ତି । ରାଜଧାନୀରେ ଏଥର ବମ୍ବେ ମଡେଲର ବିଶାଳ ଗଣେଶଙ୍କ ପ୍ରତିମା ପୂଜା ମୁଖ୍ୟ ଆକର୍ଷଣ ହେବ । ଭୁବନେଶ୍ୱରର ୪ଟି ସ୍ଥାନରେ ଗଣପତି ବିଶାଳ ରୂପରେ ପୂଜା ପାଇବେ । ବରଗଡରେ ବ୍ରାଇଟଷ୍ଟାର କ୍ଲବ ପକ୍ଷରୁ ଏଥର ୫୧ ଫୁଟର ଗଣନାଥଙ୍କ ପ୍ରତିମୂର୍ତ୍ତୀ ତିଆରି କରାଯାଉଛି ।

ତାସହ ଏଠାରେ ୫୧ କେଜିର ବିଶାଳ ଲଡ଼ୁ ଭୋଗ ଲାଗି ହେବ । ସେହିପରି ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣି କ୍ଲବରେ ଏଥରେ ୫୦ ଫୁଟ୍ ଉଚ୍ଚର ପ୍ରତିମା ପୂଜା ପାଇବେ । ସେହିପରି ସହିଦନଗର ଓ୍ୱିନର କ୍ଲବ୍ ପକ୍ଷରୁ ଏଥର ୪୬ ଫୁଟର ମୃଣ୍ମୟୀ ପ୍ରତିମା କରାଯାଉଛି । ଏଠାରେ ଗଜାନନ ସୂର୍ଯ୍ୟ ରଥରେ ବିରାଜିତ ଥିମ୍ରେ ପ୍ରସ୍ତୁତ ହୋଇଛି ମୂର୍ତ୍ତୀ ।ସହିଦ କ୍ଲବ ପକ୍ଷରୁ ଏଥର ମୂର୍ତ୍ତି ସହ ତୋରଣକୁ ବେଶ୍ ଆକର୍ଷଣୀୟ କରାଯାଇଛି ।

ସେପଟେ ଶୈଳଶ୍ରୀ ବିହାର ଫେଜ ଟୁ ତଳ ପଡିଆ କ୍ଲବ୍ ପକ୍ଷରୁ ୪୦ ଫୁଟ୍ ଉଚ୍ଚର ନିଆରା ବିନାୟକ ପ୍ରତିମୂର୍ତ୍ତୀ ପ୍ରସ୍ତୁତି କରାଯାଇଛି । ମୂର୍ତ୍ତୀର ବିଶେଷତ୍ୱ ହେଲା ଏହାକୁ ମାଟି ବଦଳରେ ସୋଲ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସରେ କରାଯାଇଛି ।

ସେପଟେ ଷ୍ଟିଲ୍ ସିଟି ରାଉରକେଲାରେ ବି ପୂଜାମଣ୍ଡପ ଗୁଡିକ ଚଳଚଞ୍ଚଳ । ପଶ୍ଚିମବଙ୍ଗରୁ ମୂର୍ତ୍ତିକାରମାନେ ଆସି ମୂର୍ତ୍ତି ତିଆରିରେ ଲାଗିଛନ୍ତି । ଛୋଟରୁ ବଡ ମୂର୍ତ୍ତୀ ତା ସାଙ୍ଗକୁ ଆଖି ଝଲସିଲା ଭଳି ତୋରଣ ପ୍ରସ୍ତୁତ ହେଉଛି । ବମ୍ବେ ମଡେଲ ମୂର୍ତ୍ତୀ ବି ଏଥର ପୂଜା ପାଇବ ସହରରେ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଦେବୀ ସମଲେଶ୍ୱରୀଙ୍କ ସମ୍ମୁଖରେ ଗଣେଶ ବସିଥିବା ଥିମରେ ବି ମୂର୍ତ୍ତୀ ତିଆରି ହୋଇଛି । ମହମାରୀ ପରେ ସ୍ୱାଭାବିକ ପରିସ୍ଥିତିରେ ଗଣପତିଙ୍କ ଆବାହନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।