• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାଏବ ସରପଞ୍ଚ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପରିସଲ ପଞ୍ଚାୟତ ନାଏବ ସରପଞ୍ଚ ଜୟଚନ୍ଦ୍ର ଆନନ୍ଦ ପଂଚାୟତ କାର୍ଯ୍ୟାଳୟ ପରିସରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ କାମ କରିବାକୁ ଆସିଥିବାବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ । ଏକୁଟିଆ ଥିବା ଦେଖି ନାଏବ ସରପଞ୍ଚ ଜୟଚନ୍ଦ୍ର କାର୍ଯ୍ୟାଳୟ ପରିସରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ରାମଗିରି ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜୟଚନ୍ଦ୍ର ଆନନ୍ଦ ଫେରାର ଥିବା ସୂଚନା ଦେଇଛି ଆର. ଉଦୟଗିରି ପୋଲିସ ।