Advertisment

ସାର ଅଭାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସାର ଅଭାବକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଏହାର ଜବାବ ଦେଇଛନ୍ତି। ରାଜ୍ୟ ଯେତିକି ସାର ମାଗିଥିଲା ତା’ଠାରୁ ଯଥେଷ୍ଟ ଅଧିକ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ହେଲେ…

author-image
Pramod Behera
ଅଦ୍ୟତନ ହୋଇଛି
Insufficient of fertilizer in odisha

Insufficient of fertilizer in odisha

କେନ୍ଦ୍ର-ରାଜ୍ୟ ମଧ୍ୟରେ ତୀବ୍ର ହୋଇଛି ସାର କଳି। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଏହାର ଜବାବ ଦେଇ କହିଛନ୍ତି, ରାଜ୍ୟ ଯେତିକି ସାର ମାଗିଥିଲା ତା’ଠାରୁ ଯଥେଷ୍ଟ ଅଧିକ ଯୋଗାଇ ଦିଆଯାଇଛି। ସେପଟେ ସାର ଅଭାବକୁ ନେଇ ପୁଣି ଥରେ ଦୋଷ ଲଦାଲଦି ହୋଇଛନ୍ତି ତିନି ରାଜନୈତିକ ଦଳ। ରାଜ୍ୟରେ ସାରର କଳାବଜାରି ହେଉଥିବା କହି କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।

Advertisment

ଉଷୁନା ଚାଉଳ ଉଠାଣକୁ ନେଇ କେନ୍ଦ୍ର-ରାଜ୍ୟ ବିବାଦ ପରେ ଏବେ ସାର ଯୋଗାଣକୁ ନେଇ କଳି ଦେଖାଦେଇଛି। ଖରିଫ ଚାଷ ସମୟରେ ସାର ଅଭାବକୁ ନେଇ ଦୋଷ ଲଦାଲଦି ଆବଶ୍ୟକ ଅନୁସାରେ କେନ୍ଦ୍ର ସାର ଯୋଗାଇ ଦେଇ ନଥିବା ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା ବେଳେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗବନ୍ତ ଖୁବା ଏହାକୁ ଖଣ୍ଡନ କରିଛନ୍ତି। କହିଛନ୍ତି, କେନ୍ଦ୍ର ଆବଶ୍ୟକତାଠାରୁ ଅଧିକ ସାର ଯୋଗାଇ ଦେଇଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନା କେନ୍ଦ୍ର ସାର ରାଷ୍ଟ୍ରମନ୍ତ୍ରୀ କିଏ ସତ କହୁଛନ୍ତି?

କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଚିଠି ଅନୁସାରେ ଜୁଲାଇ ୩୧ ସୁଦ୍ଧା ରାଜ୍ୟର ଆବଶ୍ୟକତାଠାରୁ ୪୬ ହଜାର ୮୭୭ ମାଟ୍ରିକ୍ ଟନ୍ ଡିଏପି ଓ ୧ ହଜାର ୧୦ ମାଟ୍ରିକ୍ ଟନ୍ ଏମ୍ଓପି ସାର କମ୍ ରହିଛି। ଖରିଫ ଚାଷ ଚାଲୁଥିବାରୁ ଚଳିତ ମାସ ଓ ସେପ୍ଟେମ୍ବରରେ ସାର ଚାହିଦା ଅଧିକ ରହିବ। ତେଣୁ ଆବଶ୍ୟକ ସାର ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଦାବି କରିଥିଲେ ନବୀନ ପଟ୍ଟନାୟକ।

Advertisment

ସେପଟେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଭଗବନ୍ତ ଖୁବା କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କୁ ନେଇ ଅଯଥାରେ ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ। ଗତ ୨୫ ଅଗଷ୍ଟ ସୁଦ୍ଧା ରାଜ୍ୟ ସରକାର ୩୦ ହଜାର ମେଟ୍ରିକ୍ ଟନ୍ ଡିଏପି ମାଗିଥିବା ବେଳେ ୫୨ ହଜାର ମେଟ୍ରିକ୍ ଟନ୍ ଯୋଗାଇ ଦିଆଯାଇଛି।

ସେହିପରି ଏମ୍ଓପି ସାର ୨୫ ହଜାର ମେଟ୍ରିକ୍ ଟନ୍ ମାଗିଥିବା ବେଳେ ଦିଆଯାଇଛି ୪୫ ହଜାର ମେଟ୍ରିକ୍ ଟନ୍, ଅର୍ଥାତ ମାଗିଥିବା ପରିମାଣଠାରୁ ଯଥେଷ୍ଟ ଅଧିକ ସାର ଦିଆଯାଇଛି। ଏହାପରେ ବିଜେଡି କହିଛି, ରାଜ୍ୟରେ ସାରର ଅଭାବ ରହିଛି। କେନ୍ଦ୍ରମନ୍ତ୍ରୀ ଏହାକୁ ହାଲୁକା ଭାବେ ନେଉଛନ୍ତି। ଏ ପ୍ରସଙ୍ଗରେ କଂଗ୍ରେସ କହିଛି ଯେ ରାଜ୍ୟ ସାରା ସାରର ଅଭାବ ରହିଛି, ଏଥିପାଇଁ ଉଭୟ ବିଜେଡି-ବିଜେପି ଦାୟୀ।

ଭଲ ବର୍ଷା ପରେ ଖରିଫ୍ ଚାଷ ଏବେ ଜୋରସୋରରେ ଚାଲିଛି। ହେଲେ ଚାଷୀଙ୍କ ପାଇଁ ସମସ୍ୟା ସାଜିଛି ସାର। କୋରାପୁଟ ଗଡପଦର ପଞ୍ଚାୟତ ଚାଷୀ କାର୍ତ୍ତିକ ପଣ୍ଡା ଚାଷ କାମ ଚାଲିଥିବାବେଳେ ଯୁରିଆ ସାର ପାଇ ନଥିବାରୁ ହନ୍ତସନ୍ତ ହେଉଛନ୍ତି। ଖାଲି କାର୍ତ୍ତିକ ନୁହନ୍ତି, ତାଙ୍କ ଭଳି ଅନେକ ଚାଷୀ ସାର ପାଇପାରୁନାନ୍ତି। ସେପଟେ ସାର ବିକ୍ରୟ କେନ୍ଦ୍ରରେ ମଧ୍ୟ ସାରର ଅଭାବ ଥିବା ଦେଖାଯାଇଛି।

ବିଧାନସଭାର ମୌସୁମୀ ଅଧିବେଶନ ବେଳେ ମଧ୍ୟ ସାର ଅଭାବ, କେନ୍ଦ୍ର ସରକାର ଆବଶ୍ୟକ ଅନୁସାରେ ସାର ଯୋଗାଇ ନଦେବା ଓ ରାଜ୍ୟରେ ସାର କଳାବଜାରୀ ହେବା ନେଇ ସରଗରମ ଆଲୋଚନା ହୋଇଥିଲା। ହେଲେ ଅସଲ ସମୟରେ ଚାଷୀ ହନ୍ତସନ୍ତ ହେଉଥିବା ଦେଖାଯାଉଛି।

(ରିପୋର୍ଟ : ଜୟପୁରରୁ ପ୍ରଭାତ ସିହ୍ନା ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)

Fertiliser Shortage Fertilisers Supply To Odisha
Advertisment
Advertisment