• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଞ୍ଜେଇ ଚୋରା ଚାଲାଣ ଏବେ ଏକ ନିତିଦିନିଆ ଖବର ହୋଇଗଲାଣି । ଆଉ ଯେତେବେଳେ ବି ଚୋରା ଚାଲାଣ ବେଳେ ଧରାପଡ଼େ, ସେତେବେଳେ କିଛି ନା କିଛି ନୂଆ ଦେଖିବାକୁ ମିଳେ । ଆଗରୁ ଟ୍ରକ ଓ ମିନିଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର ରହୁଥିଲା ଆଉ ସେଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏଭଳି ଖବର ଅନେକ ସାମ୍ନାକୁ ଆସିଛି । ତେବେ ଆଜି ଯେଉଁ ଖବର ସାମ୍ନାକୁ ଆସିଛି ତାହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।

ଦାମୀ କାର୍‌ରେ ବି ହେଉଛି ଗଞ୍ଜେଇ ଚୋରା ଚାଲାଣ । ଆଉ ସେହି ଦାମୀ କାରରେ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ତାକୁ ମୋଡିଫାଏ କରାଯାଉଛି । ସେଥିରେ ସିକ୍ରେଟ୍ ଚାମ୍ବର କରାଯାଉଛି । ଯେମିତି ସାଧାରଣ ଲୋକଟିଏ ତାହା ଦେଖିଲେ ସହଜରେ ଜାଣିପାରିବ ନାହିଁ । ଅଭିନବ ଉପାୟରେ ଗଜପତି ମୋହନାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରା ପଡ଼ିଥିଲା ଠିକ୍‌ ଏମିତି ଏକ ଦାମୀ କାର ‘ସଫାରୀ’ । ଦାମୀ କାର ବ୍ୟବହାର କରିବାର ମୁଖଁ କାରଣ ହେଉଛି ଯେ, ଲୋକଙ୍କର ସନ୍ଦେହ ହେବ ନାହିଁ । କିମ୍ବା ଆବକାରୀ ବିଭାଗ ଆଖିରେ ଧୂଳି ଦେଇ ଖସିଯିବାକୁ ଏଭଳି ଦାମୀ କାର ବ୍ୟବହାର କରୁଛନ୍ତି ମାଫିଆ ।

କାର୍‌ ସିଟ୍ ତଳେ ରହୁଛି ଏହି ଚାମ୍ବର । ଆଉ ସେହି ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ବେଳେ, ଯୋଜନାକୁ ପଣ୍ଡ କରିଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ । ସେ ଓ ତାଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଦୀର୍ଘ ୪୦କିମି ଗାଡ଼ିର ପିଛା କରିଥିଲା । ବ୍ରହ୍ମପୁର ଫାଷ୍ଟଗେଟ ନିକଟରେ ଗୁଇନ୍ଦା ବିଭାଗ କର୍ମଚାରୀ କାରକୁ ଅଟକାଇଥିଲେ । ଏହି ସମୟରେ ଉକ୍ତ ଗାଡ଼ି ଫେରାର ହେବାକୁ ଚେଷ୍ଟା କରୁଥିଲା । ହେଲେ ସଫଳ ହେଲାନି । ଏହାବାଦ୍‌ ଗାଡ଼ି ଛାଡ଼ି ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ । ହେଲେ ସେଥିରେ ମଧ୍ୟ ସେମାନେ ସଫଳ ହେଲେନି । ଅବକାରୀ ବିଭାଗର ପୋଲିସ ତାଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଗୋଡ଼ାଇ ଧରିଥିଲା ଦୁଇ ଅଭିଯୁକ୍ତଙ୍କୁ ।

ସେମାନେ ମହାରାଷ୍ଟ୍ର ଔରଙ୍ଗାବାଦର ବୋଲିସ ଜଣାପଡ଼ିଛି । ଅବକାରୀ ଗୁଇନ୍ଦା ବିଭାଗ ସେମାନଙ୍କ ଠାରୁ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ କାର ଜବତ କରିଛି ।