ସଂକ୍ଷେପରେ ଆଜିର ତାଜା ଖବର - Thursday, 18 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସହରୀ ବନ୍ୟା ! ଆପାର୍ଟମେଣ୍ଟ ଭିତରେ ଆଣ୍ଠୁଏ ପାଣି; ଘରଦ୍ୱାର ବୁଡିଛି, ଭାସୁଛି କଂସା ବାସନ

ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ । More

ମରିଯାଉଛି ମାନବିକତା ! ବଞ୍ଚି ଥାଉଥାଉ ମାଆକୁ ମଶାଣିରେ ଛାଡ଼ିଦେଲା ପୁଅ

ଆଜି ଶୀର୍ଷରେ ପହଞ୍ଚିଲାଣି ମଣିଷର ଶିକ୍ଷା, ଦୀକ୍ଷା ଆଉ ସଂସ୍କାର । କିନ୍ତୁ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଡେଣା ମେଲାଇଥିବା କୁସଂସ୍କାର ନିହାତି ଦୁର୍ଭାଗ୍ୟଜନକ । More

ଦୁର୍ଦ୍ଦଶା! ବନ୍ୟା ପାଣିରେ ମେଣ୍ଟୁଛି ବିପନ୍ନଙ୍କ ଶୋଷ, ହେଲେ ବଢ଼ାଉଛି ରୋଗ

ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ । More

ଭୟଙ୍କର ବନ୍ୟା ଆଁରେ ୧୨ ଜିଲ୍ଲା ! ପୁଣି ଲଘୁଚାପ ଆଶଙ୍କା, ଛାତିରେ ପଶିଲା ଛନକା

ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ । More

ପାଣି କମିଛି ହେଲେ ଦୁର୍ଦଶା କମିନି, ଚୁଲି ଚାଳ ବୁଡ଼ିଥିବାରୁ ଭୋକ ଉପାସରେ ବିପନ୍ନ

କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ । More

ଗୋସଂପଦକୁ ବନ୍ୟା ବିପଦ; ଭୋକରେ ଆଉଟୁ ପାଉଟୁ ଗୃହପାଳିତ ପଶୁ

ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି । More

ବର୍ଷା ହେଲା ବୋଲି ଗୁମ୍ଫାରେ ନେଇଥିଲେ ଆଶ୍ରୟ, ହେଲେ ସେଠାରେ ହିଁ ଚାଲିଗଲା ଜୀବନ

ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା । More

ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ ୧୫ ଦିନର ରିଲିଫ୍‌

ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । More

ଶ୍ରାବଣ ଛତୁର ଭାରି ଡିମାଣ୍ଡ୍ : କିଲୋ ପିଛା ଦର ୧୬୦୦, ଚିକେନ୍ ମଟନ୍ ପଛରେ . . .

କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ। More

ହଜିଗଲା ମାନବିକତା: ଅନ୍ୟ ଜାତିର ଘରେ ପୁଅ ଖାଇଲା ବୋଲି ମା’କୁ ମିଳିଲାନି ଚାରି କାନ୍ଧ

ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ କାନ୍ଧ ଦେଇନଥିଲେ। କାରଣ ତାଙ୍କ ପୁଅ ଅନ୍ୟ ଜାତିର ଘରେ ଖାଇଥିଲେ। ଶେଷରେ ବୃଦ୍ଧାଙ୍କ କୋକେଇକୁ ଘୋଷାଡି ଘୋଷାଡ଼ି ନେଇଥିଲେ ତାଙ୍କ ପୁଅ, ବୋହୂ।  More

ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  More

୧୯, ୨୦ରେ ପ୍ରବଳ ବର୍ଷା : ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

ଆଜି ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ More

ଗରିବ ହିତାଧିକାରୀଙ୍କ ଚାଉଳ ହଡପ୍ : କେବେ ମିଳିବ, କିଛି ଜଣାନାହିଁ . .

ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି More

ବିକ୍ରି ହୋଇଯାଇଛି ସରକାରୀ ଜମି : ତହସିଲଦାର ଓ ତହସିଲ୍ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ହୋଇଛି ଜାଲିଆତି

ସରକାରୀ ବଡ଼ ପଣ୍ଡାମାନେ ସବୁ ଖେଳ କରିଛନ୍ତି । More

’୩ଟା ପରେ ବନ୍ଦ ହୋଇପାରେ ହୀରାକୁଦର କିଛି ଗେଟ୍‌’

ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି More

ବନ୍ୟା ସ୍ଥିତି ପାଇଁ ASO ଲିଖିତ ପରୀକ୍ଷା ଘୁଞ୍ଚିଲା

ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । More

ପାଣି ଭର୍ତ୍ତି ଗାତରେ ପଡ଼ି ଚାଲିଗଲା ୫ ବର୍ଷ ଶିଶୁର ଜୀବନ

ଆଜି ସକାଳେ ଶିଶୁଟି ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା। More

ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ୍ ବନ୍ଦ ନିଷ୍ପତ୍ତି : EIC

କିଛି ସମୟ ମଧ୍ୟରେ କମିଯିବ ଜଳସ୍ତର ,ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ More

ପଶିଲା ପାଣି, ମନ୍ଦିର ଛାଡ଼ିଲେ ମହାପ୍ରଭୁ

ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିବା ଯୋଗୁ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା। More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ଡିପ୍ରେସନ୍‌ !

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। More

ସୁଇସାଇଡ୍ ଜୋନ୍ ପାଲଟିଛି କି ଢେଙ୍କାନାଳ ଜିଲ୍ଲା ହସ୍ପିଟାଲ୍‌ ? ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ ଛାତରୁ ଡେଇଁଲେ ୨ ରୋଗୀ

ଗତ ଶନିବାର ହସ୍ପିଟାଲ୍‌ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଜଣେ ରୋଗୀ ଛାତରୁ ଡେଇଁ ପଡ଼ିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।  More

କମୁଛି ବନ୍ୟା ଜଳ, ତଥାପି ରୁହନ୍ତୁ ସତର୍କ

ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।  More

ଆଜିଠୁ ୩ ଦିନ ବର୍ଷିବ ! ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ। ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More

ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି

ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ । More

ଚାଷ ଜମିକୁ ଧୋଇ ଦେଲାଣି ବନ୍ୟାପାଣି

ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ। More

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ; କ’ଣ ରହିଛି ଏହା ପଛର କାରଣ

ମହାନଦୀରେ ବଡ଼ ବନ୍ୟା। କ’ଣ ହୋଇପାରେ ଏହା ପଛର କାରଣ ? ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ ? ନା ହୀରାକୁଦ ଡ୍ୟାମ୍ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ୟା? ଆସନ୍ତୁ ଜାଣିବା… More

ରାଜଧାନୀବାସୀଙ୍କୁ ନୟାନ୍ତ କଲାଣି ସହରୀ ବନ୍ୟା

ବନ୍ୟା କୋପରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର। ଦୟା ନଦୀର ପଛୁଆ ପାଣିରେ ଜଳମଗ୍ନ ହୋଇଛି ସହର ଉପକଣ୍ଠ। ସୁନ୍ଦରପଦା, କୁଆ କଣ୍ଟିଲୋ, ବାଲିପାଟଣା, ଧଉଳି ହୋଇଛି ଜଳମଗ୍ନ। ପ୍ରାକୃତିକ ଜଳାଶୟ ଜବରଦଖଲ ଓ ବେଆଇନ ନିର୍ମାଣ ସହରୀ ବନ୍ୟାର କାରଣ ବୋଲି କୁହାଯାଉଛି। More

ପୁରୀ-ଖୋର୍ଦ୍ଧାରେ ବନ୍ୟାର ତାଣ୍ଡବ ! କୁଶଭଦ୍ରା-ରାଜୁଆ ନଦୀ ବଢ଼ିରେ ବୁଡ଼ିଲା ଗାଁ

ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍‌ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍‌ରେ ଗାଡ଼ି ଚଳାଚଳ ଠପ୍ । More