ସଂକ୍ଷେପରେ ଆଜିର ତାଜା ଖବର - Wednesday, 06 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାହୁଡ଼ା ପାଇଁ ତିନି ରଥକୁ ଦକ୍ଷିଣ ମୋଡ଼

ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। More

ମହାମାରୀ ପରେ ମାଟ୍ରିକ ଫଳ: ପାସ୍ ହାର ୯୦.୫୫ ପ୍ରତିଶତ

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୧୭ ହଜାର ୮୪୭ ପାସ୍ କରିଛନ୍ତି ।  ୮ ହଜାର ୬୯୯ ପିଲା ଫେଲ୍ ହୋଇଛନ୍ତି । More

ଦ୍ରୌପଦୀଙ୍କ ପାଇଁ ବିଜେପିଠୁ ବିଜେଡିର ଅଧିକ ଦରଦ !

ବିଧାନସଭା ଛାଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡିଛନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ଦ୍ରୌପଦୀଙ୍କୁ ଓଡିଶାରୁ ସବୁ ଭୋଟ ଯେମିତି ମିଳିବ ସେଥିପାଇଁ ବିଜେଡିର ପ୍ରୟାସ ଚାଲିଛି । More

କାୟା ବଢ଼ାଉଛି କରୋନାର ଚତୁର୍ଥ ଲହର

ରାଜ୍ୟରେ ମାଡ଼ିଚାଲିଛି ମହାମାରୀ କୋଭିଡ୍ । ସଂକ୍ରମଣରେ ବ୍ରେକ୍ ଲାଗୁନି । ୧୦ ଦିନ ଭିତରେ ପ୍ରାୟ ୬ ଗୁଣା ହେଲାଣି ଦୈନିକ ସଂକ୍ରମଣ । ଜୁନ୍ ୨୭ ତାରିଖରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୬୯ । ଆଉ ଆଜି ୪ ଶହ ପାର୍ କରିଛି ସଂକ୍ରମଣ । More

ଅସହ୍ୟ ହେଲା କି ବିଚ୍ଛେଦ; ହାରିଦେଲେ ଜୀବନ

ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଘୋର ଅବସାଦରେ ପୁଅ ଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମାଆ। More

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଚିନ୍ତାରେ ଗଜପତି ମହାରାଜ

ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ। More

ବନ୍ଧୁକ ଟ୍ରିଗର୍‌ରୁ ଜେସିବି ଷ୍ଟିଅରିଂ, ମାଓକ୍ୟାମ୍ପ ଛାଡ଼ିବା ପରେ..

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି । More

ମାଟ୍ରିକ୍ ପରୀକ୍ଷାରେ ବିଧାୟକ ପାଇଲେ ଫାଷ୍ଟକ୍ଲାସ୍

ମାଟ୍ରିକ ପାସ୍‌ କରିବାର ଇଛା ମନରୁ ହଟି ନଥିଲା ବୋଲି କହିଥିଲେ ଅଙ୍ଗଦ। More

୫୭ ଲକ୍ଷ ଟଙ୍କା ଧରି ATM ଭ୍ୟାନ୍‌ ଡ୍ରାଇଭର ଛୁ

ଟଙ୍କା ଭର୍ତ୍ତି ATM ଭ୍ୟାନ୍‌କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା। More

ଜମି କେଳେଙ୍କାରୀ ମାମଲା: ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ସସ୍‌ପେଣ୍ତ

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସସ୍‌ପେଣ୍ତ ହେଲେ ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର । More

ସୁଇସାଇଡ୍‌ କଲା ଗର୍ଲଫ୍ରେଣ୍ଡ୍‌, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡଙ୍କୁ ପୋଲିସ ଗିରଫ କରିଛି।  ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। More

ଦ୍ରୌପଦୀଙ୍କୁ ବିଜେଡିର ସମର୍ଥନ ପଛରେ ଅଛି କି ଭୋଟ୍ ବ୍ୟାଙ୍କ୍ ରାଜନୀତି

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍? More

ସପ୍ତମ ବନାନ ଜାଣନ୍ତିନି ସପ୍ତମ ଶ୍ରେଣୀ ପିଲା; ଏଣେ ଗଣିତ ଶିକ୍ଷକ କହିପାରୁନାହାନ୍ତି ୪୯ ରୁ ୧୨ ଗଲେ କେତେ ?

ସରକାରୀ ସ୍କୁଲର ବିକାଶ ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ସ୍କୁଲ ରୂପାନ୍ତରୀକରଣ ଚାଲିଛି। କିନ୍ତୁ ସରକାରୀ ସ୍କୁଲ ଗୁଡ଼ିକରେ ପାଠପଢ଼ା କେତେ ନିମ୍ନମାନର ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ଏଠି ସାର୍ ମାନଙ୍କ ଅବସ୍ଥା ମଧ୍ୟ ଭଲ ନୁହେଁ। ପାଠ ପଢ଼ା କେମିତି ଚାଲିଛି ଓଟିଭି ତରଫରୁ କରାଯାଇଥିଲା ଏକ ରିଅଲିଟି ଚେକ୍। More

ଅସନ୍ତୁଷ୍ଟ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ

ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ୯୦.୫୫% ରହିଛି। ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭ ଥିବାବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦। More

ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ। ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ.... More

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ବଢ଼ିଲା ସଂକ୍ରମଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  More

‘ରଶ୍ମିରେଖା ମୋତେ ଡାକୁଛି, ମୁଁ ତା’ ପାଖକୁ ଯିବି’

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ନିଜ ବେଡ୍ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି।  More

ଆଉ ଏକ ରାଗିଂ ! ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିଲେ ୩ ସିନିୟର..

କଲେଜର ୩ ସିନିଅର ଛାତ୍ର ରାଗିଂ କରୁଥିବା ଅଭିଯୋଗ କରିଛନ୍ତି More

ANM ସେଣ୍ଟରରେ ରାଗିଂ, ୩ ମାସ ହେଲା ସିନିୟର ଛାତ୍ରୀ ଦେଉଥିଲେ ନିର୍ଯାତନା !

ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଓ ସିଡିଏମଓଙ୍କୁ ଅଭିଯୋଗ କଲେ ଛାତ୍ରୀ । ସିଡିଏମଓଙ୍କ ନେତୃତ୍ୱରେ ଟିମ୍ କରୁଛି ତଦନ୍ତ । More

ତୁହାକୁ ତୁହା ବର୍ଷିଲା, ମୃଶଳଧାରାର ବର୍ଷା ଯୋଗୁଁ ଜଳାର୍ଣ୍ଣବ ଟ୍ୱିନ୍‌ ସିଟି

ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ସାଧାରଣ ଜନଜୀବନ । ୨୪ ଘଣ୍ଟା ପାଇଁ ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ । More

ବାହାରିବ ମାଟ୍ରିକ୍‌ ରେଜଲ୍ଟ, ବେଶ ଆଶାବାଦୀ ଛାତ୍ରଛାତ୍ରୀ

ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ରେଜଲ୍ଟ ପାଇପାରିବେ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌

ଓଲଟିଲା ବସ୍, ୧ ମୃତ । ରାୟଗଡ଼ାରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା । More

Breaking News: ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା

କିଛି ଦିନ ତଳେ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜେରାର ସମ୍ମୁଖିନ ହୋଇଥିଲେ ସନ୍ତୋଷ ପାତ୍ର । More

ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତ ଛାତ୍ରୀ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି । More

ରାଗିଂରେ କେମିତି ଲାଗିବ ଲଗାମ ? ୩ ମାସରେ ଗଲାଣି ୩ ଜୀବନ

ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ । More

ରୁଚିକା ଆତ୍ମହତ୍ୟା ମାମଲାରେ ଶହେ ଜଣଙ୍କୁ ଜେରା, କୁଆଡ଼େ ଗଲେ ୩ ସିନିୟର ଛାତ୍ରୀ ?

କଡ଼ା ଆଣ୍ଟି ରାଗିଂ ଆଇନ୍ ଆଣିବାକୁ ତେଜିଲା ଦାବି । More

BJDକୁ ଅଡୁଆ ନିଜ ଦଳର ବିଧାୟକ, ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଲେ ସୌମ୍ୟରଂଜନ

ସୌମ୍ୟ କହିଲେ ଭୁଲ୍ ତଥ୍ୟ ଦେଇ ଆମକୁ ସଜାଉଛନ୍ତି ମିଛୁଆ । ଆନନ୍ଦପୁରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁମର ଖୋଲିଲେ ଭାଗିରଥୀ More

ଛାତ୍ରୀ ମୃତ୍ୟୁ ଘଟଣାକୁ ଚାପିବା ପାଇଁ କଲେଜ କର୍ତ୍ତୃପକ୍ଷ ଦେଉଥିଲେ ଟଙ୍କା !

କଲେଜ କର୍ତ୍ତୁପକ୍ଷ ମାମଲା ଚପାଇ ଦେବା ଘଟଣାକୁ ଖଣ୍ଡନ କରିଛନ୍ତି । More