Advertisment

ଅସନ୍ତୁଷ୍ଟ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ

ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ୯୦.୫୫% ରହିଛି। ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭ ଥିବାବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Matric Result Announced Students who are not satisfied can apply for rechecking

Odisha Matric Result Announced Students who are not satisfied can apply for rechecking

ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ bseodisha.ac.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ।  ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।

Advertisment

ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ୯୦.୫୫% ରହିଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮,୬୯୯ ଜଣ ଫେଲ୍‌ ହୋଇଛନ୍ତି।

ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭ ଥିବାବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦। ଯେଉଁ ଛାତ୍ରଛାତ୍ରୀମାନେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ରି-ଚେକିଂ କରାଇ ପାରିବେ। ରି-ଚେକିଂ ପାଇଁ ଜୁଲାଇ ୧୧ରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ। 

Advertisment

Matric Exam Odisha Matric Result BSE Odisha Matric Exam 2022 Matric Result 2022 HSC Result
Advertisment
Advertisment