ସଂକ୍ଷେପରେ ଆଜିର ତାଜା ଖବର - Friday, 15 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ

ମଲ୍‌ର ୬ରୁ ୭ଟି ସୋ ରୁମ୍‌ରେ ଲାଗିଥିଲା ନିଆଁ। More

ଭିନ୍ନକ୍ଷମ କମିଶନଙ୍କ ଅଧ୍ୟକ୍ଷ କାହିଁକି ହେବେନି ଦିବ୍ୟାଙ୍ଗ?

ଶେଷଥର ପାଇଁ ୨୦୧୯ରେ ସୁଲୋଚନା ଦାସଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ କରିଥିଲେ ରାଜ୍ୟ ସରକାର। More

ୟୁଟ୍ୟୁବକୁ ଗୁରୁ କରି ପାହାଡ଼ିଆ ଜମିରେ ଫଳାଇଲେ ଆପଲ୍ ଓ ବେରୀ

ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ। ଆଉ ରୋଜଗାର ବି ଭଲ ହେଉଛି। More

ବିଜେପି ନଜରରେ ଅଳ୍ପ ଭୋଟ୍‌ ହାରିଥିବା ନେତା ଓ ସ୍ୱାଧୀନ ପ୍ରାର୍ଥୀ

ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ପରବର୍ତ୍ତି ଟାର୍ଗେଟ ୨୦୨୪ ସାଧରାଣ ନିର୍ବାଚନ । ଦିଲ୍ଲୀରେ ବିଜେପି ୱାର୍କିଂ ଟିମ୍, ବିଧାୟକ, ସାଂସଦମାନଙ୍କ ସହ କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ପରେ ନୂଆ ରଣନୀତି ସହ ମୌଦାନକୁ ଓହ୍ଲାଇବାକୁ ଯାଉଛି ଦଳ । More

ରାଜଧାନୀରୁ ଗିରଫ କୋକେନ୍‌ ବାପାରୀଙ୍କ ଫିଟୁଛି ଗୁମର; ହକି ବିଶ୍ୱକପ୍‌ରେ ବେପାର ଥିଲା ଲକ୍ଷ୍ୟ

ଏବେ ପ୍ରଶ୍ନ, ହକି ବିଶ୍ୱକପ୍‌କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି? More

ନରସଂହାର କରିବା ପୂର୍ବରୁ ନିଜର ଲୁଙ୍ଗି ଖୋଲିଦେଇଥିଲା ଶିବ

ଶିବ ଘରେ ପ୍ରବେଶ କରି ପ୍ରଥମେ ଖଟରେ ଶୋଇଥିବା ଭାଇବୋହୂଙ୍କୁ ହାଣିଲା। More

'ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି'

ସାମ୍ବିଧାନିକ ପଦକୁ ସମ୍ମାନ ମିଳୁ। ଅପରାଜିତା ଷଡଙ୍ଗୀଙ୍କୁ ସମ୍ମାନ ନ ମିଳୁ, ହେଲେ ସାଂସଦ ପଦକୁ ମିଳୁ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି । ଜାଣିନି ତାଙ୍କ ପାଖରେ ପହଞ୍ଚିବ କି ନାହିଁ। ମୁଁ ଓଡ଼ିଆ, ତେଣୁ ଜଗନ୍ନାଥଙ୍କ ପ୍ରସଙ୍ଗ ସବୁଆଡ଼େ ଉଠାଇବି, ମୋର କିଏ କଣ କରିବ? More

ବିଦ୍ୟୁତ କରେଣ୍ଟରେ ଚାଲିଗଲା ମା ପୁଅଙ୍କ ଜୀବନ

ବାସୁଦେବପୁର ଘଟିଲା ଅଘଟଣ । ବିଦ୍ୟୁତ କରେଣ୍ଟ ଲାଗି ମା ସହ ୧୪ ବର୍ଷର ପୁଅର ଜୀବନ ଚାଲିଗଲା । More

ପାଣିପାଗ ବିଭାଗର ନାସ୍ତିବାଣୀ: ଏବେ ତାତିରେ ହଠାତ୍ ଲାଗିବନି ବ୍ରେକ୍ !

ଗୋଟିଏ ପଟେ ଅସହ୍ୟ ଗରମ ତ ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ୍ More

ବଜ୍ରାଘାତ, ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର। More

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ତ? ନା କେବଳ ତୁଚ୍ଛାକୁ ଚର୍ଚ୍ଚା?

ପଣା ସଂକ୍ରାନ୍ତି ପରେ ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯିବ ବୋଲି ରାଜନୈତିକ ପଣ୍ଡିତ ଆଲୋଚନା କରୁଛନ୍ତି। ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । More

ନଦୀପଠା ପାଲଟିଛି ଜୀବନ ଜୀବିକାର ରାହା : ପରିବାର ଚାଷ କରି ପେଟ ପୋଷୁଛନ୍ତି ଲରିୟା ସମ୍ପ୍ରଦାୟର ଲୋକେ

ନଦୀ ଭିତରେ ବିସ୍ତୀର୍ଣ୍ଣ ମୃତ୍ତିକା, ବାଲୁକା ରାଶି ଉପରେ ପୁଣି ସବୁଜ କ୍ଷେତ । ନଦୀ ଭିତରେ ଏପରି ସବୁଜ କ୍ଷେତକୁ ଦେଖି ଆଖିକୁ ବିଶ୍ୱାସ ହୁଏ ନାହିଁ ମାତ୍ର ଏହା ସତ । More

ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ୨୦୨୨: ପାଞ୍ଜିକାରେ କଣ ଲେଖା ହୋଇଛି, କହିଲେ ରଥଶର୍ମା

ବିଶ୍ୱବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ପାଞ୍ଜିକାରେ ପରିଷ୍କାର ଭାବେ ଉଲ୍ଲେଖ କରିଛି More

ମୋବାଇଲ ଗେମ୍ ପାଇଁ ଛାତ୍ରକୁ ହତ୍ୟା

ସାମାନ୍ୟ ମୋବାଇଲ ଗେମ୍ ପାଇଁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ସପ୍ତମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରକୁ ହତ୍ୟା କରି ଦୁଇ ସମବୟସ୍କ ସାଙ୍ଗ ତାଙ୍କୁ ଫୋପାଡି ଦେଇଥିବା ସୂଚନା ଆସିଛି। More

ଥରିଲା ଓଡ଼ିଶା, ୪ ଜିଲ୍ଲାରେ ଭୂକମ୍ପରେ

ରାଜ୍ୟର ୪ ଜିଲ୍ଲାରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ  ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। More

‘ଢିଙ୍କିଆବାସୀଙ୍କୁ ମୁକ୍ତ ନକଲେ ପ୍ରତିବାଦ’ : ଢିଙ୍କିଆରେ ପୋଲିସ ଅତ୍ୟାଚାର ଚଳାଇଥିବା କହିଲେ ପ୍ରଫୁଲ୍ଲ ସାମନ୍ତରା

ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । More

ସନ୍ଧ୍ୟା ୫ଟା ଯାଏ କଟକଣା କୋହଳ, ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମିଳିଲା ଅନୁମତି

ଆଜି କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ୧୪୪ ଧାରା କୋହଳ କରିଛି। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଏହି କଟକଣାକୁ କୋହଳ କରାଯାଇଛି। ଏହି ସମୟ ଭିତରେ ଲୋକେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ।  More

ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ : ଡେମୋ ଦେଖାଇବା ପରେ ASPଙ୍କ ସୂଚନା

ପ୍ରାରମ୍ଭିକ ତଦନ୍ତ ଆଧାରରେ ହତ୍ୟାକାଣ୍ଡରେ ଏକା ଶିବର ସଂପୃକ୍ତି ରହିଥିବା ଜଣାପଡ଼ିଛି । ଭାଇ ଭାଇର ଶତ୍ରୁତା ଓ ଜମିଜମା ପାଇଁ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ । More

କୋକେନ୍ ମାଫିଆଙ୍କ ଟାର୍ଗେଟ୍‌ରେ ହକି ବିଶ୍ୱକପ୍, ବିଦେଶୀ ଦର୍ଶକଙ୍କୁ ବିକ୍ରି ପାଇଁ ହୋଇଥିଲା ପ୍ଲାନ୍‌

ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି।  More

ନଡ଼ିଆ ଫଟାଇ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ କଲେ ଦାନ ମାଝୀ, ଦିନେ ଆମ୍ବୁଲାନ୍ସ ନ ପାଇ ମୃତ ପତ୍ନୀଙ୍କ ମରଶରୀରକୁ କାନ୍ଧରେ ବୋହିଥିଲେ

ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ମୃତ ପତ୍ନୀଙ୍କ ମରଶରୀରକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି। More

‘ଶିବ ୫ ଜଣଙ୍କୁ ମାରିଛି ଶୁଣି ଛାନିଆ ହୋଇଗଲି’

ପୋଲିସ ରିମାଣ୍ଡରେ କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତ ଶିବ ସାହୁ। କୋର୍ଟଙ୍କ ଅନୁମତି ପରେ ଶିବକୁ ଗତକାଲିଠାରୁ ୩ ଦିନ ପାଇଁ ମାହାଙ୍ଗା ପୋଲିସ ରିମାଣ୍ଡରେ ନେଇଛି। ଏସବୁ ଭିତରେ ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।  More

‘ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ’...କାନ୍ଦି କାନ୍ଦି ଗୁହାରି କଲେ ଦମ୍ପତି

ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ। ମନ୍ଦିର ବାହାରେ ପୁଅର ମୃତଦେହକୁ ବାପା ଜଗି ବସିଥିବା ବେଳେ ମା’ ମନ୍ଦିର ପରିସରରେ ଅଧିଆ ପଡ଼ିଥିଲେ। ପୂଜାପାଠ ପରେ ଭଗବାନଙ୍କ କୃପାରୁ ଯେଉଁ ପୁଅକୁ ସେମାନଙ୍କ କୋଳକୁ ଭଗବାନ ଦେଇଥିଲେ, ଆଜି ଛଡ଼ାଇ ନେଛନ୍ତି।  More

ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ସୁବର୍ଣ୍ଣପୁର ବିନିକା ଥାନା ଦାନିପାଲି ଛକରେ ଦୁର୍ଘଟଣା ପରେ କଲେଜ୍ ଛକରେ ବହୁ ସଂଖ୍ୟାରେ ସ୍ଥାନୀୟବାସିନ୍ଦା ରାସ୍ତାରୋକ କରିଛନ୍ତି । More

୨୦୨୪ ସୁଦ୍ଧା ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବ: ମୁଖ୍ୟ ସାଶନ ସଚିବ

ଏୟାର ପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସାଶନ ସଚିବ ସୁରେଶ ମହାପାତ୍ର । More

ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି, ୨୦ରୁ ୨୫ ଫୁଟ୍ ଯାଏ ଲାଗିଥିଲା ସାଉଣ୍ଡ ବକ୍ସ ଓ ଲାଇଟ

ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି। ଫଳରେ ଗାଡ଼ି ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। More

ଖରାରେ ସିଜୁଛି ସାରା ଓଡ଼ିଶା; ଦେଶର ଉତ୍ତପ୍ତ ସହର ପାଲଟିଛି ସୋନପୁର

ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି । ସ୍ଥିତି ଏପରି ହୋଇଛି କି ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । More

ଆଜି ପ୍ରାର୍ଥନା ଚ୍ୟାନେଲର ଦ୍ୱାଦଶ ସ୍ୱନକ୍ଷତ୍ର; ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଆଜି ନିଜର ଦ୍ୱାଦଶ ସ୍ୱନକ୍ଷତ୍ର ପାଳନ କରୁଛି ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ପ୍ରାର୍ଥନା । ଆଜି ମଧ୍ୟ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ହୋଇଥିବାରୁ ନିଜର ସ୍ୱନକ୍ଷତ୍ର ଦିବସ ଅବସରରେ ଚ୍ୟାନେଲ ପକ୍ଷରୁ ପ୍ରାର୍ଥନା ହନୁମାନ ଉତ୍ସବର ଆୟୋଜନ କରାଯାଇଛି । More

ମହାବିଷୁବ ସଂକ୍ରାନ୍ତି ସାଙ୍ଗକୁ ଓଡ଼ିଆ ନବବର୍ଷର ଧୁମ୍

କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ । More

ପୁଣି ଏକ ବଡ଼ ଅଘଟଣ ! ଶୋଭାଯାତ୍ରା ବେଳେ ଓଲଟିଲା ଡିଜେ

କିଛି ଜଣଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଜଣଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି । More

କିଏ ଖାଉଛି ମହଙ୍ଗା ନିଶା କୋକେନ୍ ?

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର କୋକେନ ଜବତ ପରେ ବଢିଛି ଏସ୍‌ଟିଏଫ୍‌ର ଚିନ୍ତା । ଓଡ଼ିଶାରେ କେତେ ଦିନ ହେଲା ଚାଲିଛି ଏହି ନିଶା କାରବାର? ଏହା ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି? More

ନଦୀରେ ଗାଧୋଇବା ହେଉଛି କାଳ ! ପାଣିରେ ବୁଡି ଯାଉଛି ଅନେକ ଅମୂଲ୍ୟ ଜୀବନ, ଦାୟୀ କିଏ ?

ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ । More