ସଂକ୍ଷେପରେ ଆଜିର ତାଜା ଖବର - Saturday, 19 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଫେରାଇଦେଲେ ଆମ୍ବୁଲାନ୍ସ ଡ୍ରାଇଭର

ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।  More

ମିଛ ପ୍ରତିଶ୍ରୁତି ଦେଇ ୧୧୪ ପରିବାରର ମତଦାନ ଅଧିକାର ଛଡାଇନେଲା ପ୍ରଶାସନ !

ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍‌ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର। More

୩୦ ବର୍ଷର କ୍ରାଇମ୍ ଫାଇଲରେ କଣ ୱାନ୍‌ ମ୍ୟାନ୍‌ ନକଲି ଡାକ୍ତର ରମେଶ?

ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ? More

କାଲି ଥାର୍ଡ ଫେଜ ଭୋଟ: ଭୋଟର ନିର୍ଣ୍ଣୟ କରିବେ ପ୍ରତିନିଧିଙ୍କ ଭାଗ୍ୟ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । More

ମଣିଷ ଅଙ୍ଗ ଚୋରି କରୁଥିଲା ନକଲି ଡାକ୍ତର ?

ଚାରିଶ ବିଶ୍ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁଛି ପୋଲିସ୍। More

ଗ୍ରୀଡକୋର ଋଣ ସୁଝିବେ ସାଧାରଣ ଉପଭୋକ୍ତା !

ଋଣ କଲା ଜଣେ, ସୁଝିବ ଆଉ ଜଣେ । ଆଉ ଏବେ ସବୁ ଆର୍ଥିକ ବୋଝ ଉପଭୋକ୍ତାଙ୍କ ଉପରେ ଲଦିବାକୁ ମସୁଧା, କାହିଁକି ନା ଆର୍ଥିକ ସଙ୍କଟରେ ଥିବା ଗ୍ରୀଡକୋର ବାକି ପଡିଛି ୭ ହଜାର ୭ ଶହ ୮୮ କୋଟି ଟଙ୍କା । More

ଅଶାନ୍ତ ହେଲା ଜଗତସିଂହପୁରର ଢିଙ୍କିଆ: ହାଇକୋର୍ଟଙ୍କ ହାଇଲେବଲ୍ କମିଟି ଆଗରେ ମୁହାଁମୁହିଁ 

ଗତ ଜାନୁଆରୀ ୧୪ ତାରିଖରେ JSWର ପ୍ରସ୍ତାବିତ ଶିଳ୍ପ ବିରୋଧରେ ପ୍ରକଳ୍ପ ବିରୋଧୀ ଓ ଢିଙ୍କିଆ ଗାଁ ଲୋକଙ୍କ ପକ୍ଷରୁ ଶାଣିତ ହୋଇଥିଲା ପ୍ରତିବାଦ। More

କ୍ୟାନ୍‌ସର ଭଳି ମାଡ଼ିଲାଣି ବିଜେଡିର ଦଳୀୟ କନ୍ଦଳ, ହେଭିୱେଟ୍‌ ନେତାଙ୍କୁ ବି ଛାଡ଼ିଲେନି ରାସ୍ତା

୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠି କନ୍ଦଳ ନିଆଁ । କ୍ୟାନ୍‌ସର୍‌ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ । More

କେଜରିଓ୍ୱାଲଙ୍କ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ ହେବନି: ଵୈଜୟନ୍ତ

କେଜରିଓ୍ୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରାଯିବନି। More

କୁହୁଳୁଛି ଦଳୀୟ କନ୍ଦଳ ! ବିଜେଡି ନେତାଙ୍କ ଆକ୍ରମଣରେ ଆହତ ବଜେଡି ନେତ୍ରୀ ଥାନାରେ ହାଜର

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । More

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ରାଜଭବନରୁ କଡ଼ା ସୁରକ୍ଷା ମଧ୍ୟରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀଜିଉ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । More

ଥାନାକୁ ଯିବାରୁ ମହିଳାଙ୍କୁ ଜୀବନରୁ ମାରିଦେଲେ !

ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ। More

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା । ବୃଦ୍ଧଙ୍କୁ ଫେରାଇଛନ୍ତି ୬ ହଜାର ଟଙ୍କା । More

 ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ

 ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।  ତାଙ୍କୁ ପଚରାଉଚରା ବେଳେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ ।  ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୋଲିସର ଯୋଜନା ରଖିଥିବା ସୂଚନା ମିଳିଛି॥ More

ଏହି ସବୁ ଗଣଦୁଷ୍କର୍ମ ମାମଲା ରାଜ୍ୟ ଶାସନଗାଦିକୁ ହଲଚଲ କରିଦେଇଥିଲା

ଛବିରାଣୀଙ୍କଠୁ ଅଂଜନା...ବେବିନାଙ୍କଠୁ କୁନ୍ଦୁଲି ଏମାନେ ସମସ୍ତେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନ୍ୟାୟ ଅପେକ୍ଷାରେ କିଏ ଆଖି ବୁଜିଛି ତ ଆଉ କିଏ ଏବେ ଅପେକ୍ଷା କରିଛି ନ୍ୟାୟ ପାଇବାକୁ। ନର ପିଶାଚଙ୍କ ସେହି ବର୍ବରକାଣ୍ଡ ପାଇଁ ଏମାନେ ସମସ୍ତେ ସାଙ୍ଘାତିକ କଷ୍ଟ ବି ଭୋଗିଛନ୍ତି।ତେବେ ରାଜ୍ୟର ଏହି ଗଣଦୁଷ୍କର୍ମ ଘଟଣା ଏମିତି ଥିଲା କି ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା। More

ସ୍ୱାମୀର ଚିକିତ୍ସା ପାଇଁ ଭିକ ମାଗୁଥିଲେ ସ୍ତ୍ରୀ-ପୁଅ, ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଚିନ୍ତାମଣୀଙ୍କ ପାଖରେ ପହଂଚିଲା ପ୍ରଶାସନା। କିଡନୀ ରୋଗରେ ପୀଡିତ ଥିବା ଚିନ୍ତାମଣୀଙ୍କ ଘରକୁ ପହଂଚି ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ। ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଆପଣ ଏକା ନୁହନ୍ତ ଟିମ୍‍ ଦ୍ୱାରା ଚିନ୍ତାମଣୀ କିଡନୀ ରୋଗରେ ପୀଡ଼ିତ ଥିବା ପରେ ମଧ୍ୟ ସରକାରୀ ଯୋଜନାରୁ ବଂଚିତ ଥିଲେ। More

ହୁସିଆର ଅପରାଧୀ ! ଏଣିକି ଅପରାଧ କରି ଆଉ ଖସି ପାରିବେନି, ମାଡ଼ି ବସିବ ଏହି ବିଦେଶୀ କୁକୁର...

ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ। More

ଫାଇନାନ୍ସ ସଂସ୍ଥାଠାରୁ ଅର୍ଥ ହଡ଼ପ ମାମଲାରେ ୧୭ କୋଟି ଜବତ୍‌

ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍‌ ହୋଇଛି । More

ଅଚେତ ଅବସ୍ଥାରେ ମିଳିଲେ ସରପଞ୍ଚ ପ୍ରାର୍ଥୀ, ହାତଗୋଡ଼ ବାନ୍ଧି ରାସ୍ତାକଡ଼ରେ ପକାଇ ଦେଇଥିଲେ ଦୁର୍ବୃତ୍ତ...

ଭୋଟ୍‌ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି।  ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। More

କଟକ, ଭୁବନେଶ୍ୱରରେ ବୁଲୁଛି କୋଲକାତାର ୱାଣ୍ଟେଡ୍‌ କ୍ରିମିନାଲ୍‌ !

ଟ୍ୱିନ୍‌ସିଟିରେ ବୁଲୁଛି କୋଲକାତାର ୱାଣ୍ଟେଡ୍‌ କ୍ରିମିନାଲ୍‌। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ କୋଲକାତାର ଜଣେ ଓ୍ୱାଣ୍ଟେଡ୍ ଅପରାଧୀର ଫଟୋ ଜାରି କରିଛି। ଏହି ଅପରାଧୀର ନାଁ ବିମଲ ଶର୍ମା।  More

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ବ୍ରିଜ୍‌ ବାଡ଼ ଭାଙ୍ଗି ନଦୀକୁ ଖସି ପଡ଼ିଲା ଟ୍ରେଲର

ବ୍ରିଜ୍‌ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି। More

Hello କହି ଡାକିଲେ, ସ୍ପେଶାଲ୍‌ ସ୍କ୍ୱାଡ୍‌ ପରିଚୟ ଦେଇ ଲୁଟି ନେଲେ...

ପୋଲିସ୍‌ ନକଲି, ହେଲେ ଲୁଟ୍‌ ଅସଲି। ନିଜକୁ ମିଛରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଷ୍ଟାଫ୍‌ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। More

ଦେଇପାରିଲେନି ଭୋଟ୍‌: ପୋଲିଂ ପାର୍ଟିକୁ ଘେରିଲେ, ସ୍କୁଲ୍‌ ଘରେ ଅଟକ ରଖିଲେ

ବାଲାଟ୍‌ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍‌ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍‌ ଘରେ ଅଟକି ରହିଲେ ପୋଲିଂ ପାର୍ଟି।  More

ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫ଟା ୪୫ ମିନିଟ୍‌ରେ ବାହାରିବେ। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। More

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା । More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ପୋଲିସଙ୍କ ଜୀବନ, ୧୪ ଗୁରୁତର

ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । More

ଏଣିକି କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍

କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ, କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍ । ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବାଇକରେ ନିଆଗଲେ ହେଲମେଟ୍ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏନେଇ ଗତ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । More

କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି କହିଲେ ନିର୍ବାଚନ କମିଶନର

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । More

ଦୁର୍ଗମ ଅଞ୍ଚଳରେ ବି ଭଲ ହୋଇଛି ଭୋଟିଂ, ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବୁଥ୍ ଆଗରେ ଲମ୍ବାଲାଇନ୍

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । More