ସଂକ୍ଷେପରେ ଆଜିର ତାଜା ଖବର - Thursday, 17 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍: ପ୍ରତିନିଧି ବାଛିବେ ରାଜ୍ୟର ୬୨ ଲକ୍ଷରୁ ଅଧିକ ଭୋଟର

କାଲି ସେକେଣ୍ଡ ଫେଜ୍ ଭୋଟ୍ । ସାଜ ସରଞ୍ଜାମ ଧରି ବୁଥ୍ ପହଞ୍ଚିଲେଣି ପୋଲିଂ ପାର୍ଟି । ଏଣେ ପଞ୍ଚାୟତ ପରୀକ୍ଷା ଦେବାକୁ ପ୍ରାର୍ଥୀ ତୟାର ତ ପ୍ରତିନିଧି ବାଛିବାକୁ ବି ଉତ୍କଣ୍ଠାରେ ଭୋଟର । More

ଚର୍ଚ୍ଚାରେ ବାହାଦୁର ବନ-କର୍ମଚାରୀ: ଧନ ଜୀବନ ରକ୍ଷା ପାଇଁ ଜୀବନକୁ ବାଜି ଲଗାଇଲେ

ଯେଉଁ ଅଞ୍ଚଳରେ ଏହି ବିରାଟକାୟ ଦନ୍ତା ଚଳପ୍ରଚଳ କରୁଛି, ସେହି ଇଲାକାରେ ଜୀବନକୁ ପାଣି ଛଡ଼ାଇ ଡ୍ୟୁଟି କରୁଛନ୍ତି ଏହି ବନକର୍ମଚାରୀ । ଯିଏ ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି । More

ପ୍ରଚାର କରୁଛି ବିଜେଡି : ‘ବିରୋଧୀ ମାଡ ଖାଇବ, ଏଥର ଖେଳ ହେବ’

ପଶ୍ଚିମବଙ୍ଗର ଟିଏମସିକୁ ଅନୁସରଣ କରୁଛି କି ବିଜେଡି ? ଦିଦିଙ୍କ ଖେଲା ହବେ ଢାଞ୍ଚାରେ ଓଡିଶାରେ ଖେଳ ହେବ ବୋଲି ବିଜେଡି ଦେଇଛି ଆହ୍ୱାନ । More

ଭିଜିଲାନ୍ସ ଜାଲରେ ପୁଣି ବଡ଼ ମାଛ: କୋଟିଏ ୧୩ ଲକ୍ଷ ନଗଦ ଟଙ୍କା ଜବତ ପରେ ଜେଲ୍ ଗଲେ ଡାକ୍ତର ସୁକାନ୍ତ ଜେନା

ପ୍ରଶ୍ନ ଉଠୁଛି, ସରକାରୀ ପଦରେ ଥାଇ ଅସତ୍ ଉପାୟରେ ସଂପତ୍ତି ଅର୍ଜିଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ଭିଜିଲାନ୍ସ ? କାରଣ ବିଗତ ବର୍ଷଗୁଡ଼ିକରେ ଦୋଷୀ ସାବ୍ୟସ୍ତର ହାର ମାମଲାର ଅଧା ବି ହୋଇନଥିବାରୁ ଏ ବାବୁମାନେ ଯେ ସହଜରେ ଖସିନଯିବେ, ତାହା କିଏ କହିବ? More

ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ଠେଙ୍ଗାରେ ପିଟିଲେ, ହତ୍ୟା ଧମକ ଦେଲେ

ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଓ ତାଙ୍କ ସହଯୋଗୀମାନେ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। More

ଷୋଳମପୁର ଗାଁରେ ନିର୍ବାଚନୀ ହିଂସା, ପିଟିଲେ ଓ ଭାଙ୍ଗିଲେ ଅନେକ ଗାଡ଼ି

ନିର୍ବାଚନ ପୂର୍ବରୁ ଭଣ୍ଡାରୀପୋଖରୀରେ ଗଣ୍ଡଗୋଳ । ଭଦ୍ରକ ଭଣ୍ଡାରୀପୋଖରି ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । More

ଠକ ସଂସ୍ଥା ଅଉରେକ୍ସା ଡିଲର ଦୁଇ କର୍ମଚାରୀ ଗିରଫ

ଠକ ସଂସ୍ଥା ଅଉରେକ୍ସା ଡିଲର ଆଉ ଦୁଇ କର୍ମଚାରୀ ଗିରଫ । ଲୋଭନୀୟ ସ୍କିମ୍ ଜରିଆରେ ଲୋକଙ୍କୁ ଠକୁଥିଲା କମ୍ପାନୀ । ଉକ୍ତ ଘଟଣାରେ ପ୍ରଭାତ ଦାସ ଓ ଶରତ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ EOW । More

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । ଲୋକଙ୍କ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ଭୋଟ୍ ଦେବେ ସମ୍ପର୍କରେ ଶପଥ କରାଉଛନ୍ତି । More

ଖରା ଆରମ୍ଭ ନ ହେଉଣୁ ଜଳ କଷ୍ଟ, ରାତି ପାହିଲେ ଘାରୁଛି ଚିନ୍ତା

ନଳକୂପ ଅଚଳ ଥିବାରୁ କେଉଁଠି ଝରଣାର ଚୁଆ ପାଣି ଭରସା, ତ କେଉଁଠି ଗାଁ କୂଅ। ସକାଳୁ ସକାଳୁ ପାଣି ପାଇଁ ଗାଁ କୂଅ ଆଗରେ ଲାଗୁଛି ଲମ୍ବା ଲାଇନ୍। ଅପରିଷ୍କାର ପାଣି ପିଇ ଅନେକ ସମୟରେ ଲୋକେ ନାନା ରୋଗରେ ବି ଆକ୍ରାନ୍ତ ମଧ୍ୟ ହେଉଛନ୍ତି। More

ମାଟ୍ରିକ ପାସ୍ କରିନଆନ୍ତି ନକଲି ଡାକ୍ତର ? ୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିବା ସୂଚନା

୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ ୨ଟି କ୍ଲିନିକ ମଧ୍ୟ ରହିଛି । More

ମାହାଙ୍ଗା ଡବଲ ମର୍ଡର ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ ଦେଲେନି ହାଇକୋର୍ଟ

ଗତ ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। More

୨୫ ବୁଥ୍‌ରେ ପୁନଃ ମତଦାନ ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି।  More

ନିର୍ବାଚନ ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । More

ଜୟଦେବ ବିହାର ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଲେ ଯୁବକ

ଓଭରବ୍ରିଜ୍ ଉପରେ ଯୁବକ ଜଣକ ଯାଉ ଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। More

ସାହସୀ ଫରେଷ୍ଟ ଗାର୍ଡ; ମାଡ଼ି ଆସିଲା ଦନ୍ତାହାତୀ, ତଥାପି ପଛକୁ ହଟିଲେ ନାହିଁ...

ବନ ବିଭାଗରେ ଏମିତି ବି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ସାହସିକତା ଯୋଗୁ ଅନେକ ଧନଜୀବନ ବଂଚି ଯାଇଥାଏ। ଏହିପରି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ଗାଁ ଗହଳିରେ ଉଭୟ ହାତୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି। More

ନିର୍ବାଚନ ପୂର୍ବରୁ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ, ସ୍କୁଟିରେ ଲାଗିଛି ରକ୍ତଛିଟା

ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। More

'ଯଦି ପଗଡି ଓ ଚୁଡିକୁ ଅନୁମତି ଅଛି, ହିଜାବକୁ କାହିଁକି ନୁହେଁ ?'

କ’ଣ ସରକାର ଅନ୍ୟ ଧର୍ମର ଚିହ୍ନକୁ ବିଚାରକୁ ନେଉ ନାହାନ୍ତି? More

କାମ ଦେଲାନି ଆନ୍ଧ୍ରର ଚାଲ୍, ବାଟେ ବାଟେ ଫେରିଗଲା ଆମ୍ବୁଲାନ୍ସ

ଫେଲ୍‌ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଚାଲ୍। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ, ହେଲେ ଲୋକମାନେ ସେମାନଙ୍କ ନିକଟକୁ ଯାଇନଥିଲେ। ଶେଷରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା।  More

ବିଜେପି କହିଲା- ହିଂସାକାଣ୍ଡରେ ବିଜେଡି କର୍ମୀଙ୍କ ସିଧା ସମ୍ପୃକ୍ତି, ଜବାବରେ ବିଜେଡି କହିଲା- ହାରିବା ଭୟରେ ବିଜେପି ନିର୍ବାଚନୀ ହିଂସା କରୁଛି

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟଣାକୁ ନେଇ ବିଜେପି ଦୃଢ଼ ନିନ୍ଦା କରିଛି। ବିଜେପି କହିଛି, ନିର୍ବାଚନ ବେଳେ ଓ ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟାଯାଉଛି। More

ଘରେ ସାଇତି ରଖିଛନ୍ତି ମିନି ସଂଗ୍ରହାଳୟ; ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ଅନେକ ପୁରସ୍କାର

ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି । More

ନିର୍ବାଚନ ବେଳେ ମଦ ବାଣ୍ଟି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଗିରଫ

ମଦ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ। More

୨୦୨୨ ବିଶ୍ୱ ସନ୍ତରଣ ପ୍ରତିଯୋଗିତା ପାଇଁ ବିଜୁପଟ୍ଟନାୟକ ସୁଇମିଂ ପୁଲ୍‌ରେ ଚାଲିଛି ପ୍ରଶିକ୍ଷଣ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଦିଆଯାଉଛି । More

କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: କୋଟିଆରେ ପହଞ୍ଚିଲେ ପୋଲିଂ ପାର୍ଟି

ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ। More

ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା

ସିଏଚସି ଡାକ୍ତରଙ୍କ ଘରୁ ଏତେ ନଗଦ ଅର୍ଥ ପାଇ ତାଜୁବ ହୋଇଛି ଭିଜିଲାନ୍ସ ଟିମ୍। More

ଶେଷ ନିଦ୍ରାରେ କବି ହରପ୍ରସାଦ ପରିଛା ପଟନାୟକ

ପରଲୋକରେ କବି ଡ. ହରପ୍ରସାଦ ପରିଛା ପଟନାୟକ। ସେ ଦୀର୍ଘ କିଛିଦିନ ହେବ ଅସୁସ୍ଥ ଥିଲେ। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। More

ୟୁକ୍ରେନ୍‌ରେ ଫଢୁଛି ଓଡ଼ିଆ ପୁଅ, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସାରା ପରିବାର

କ୍ରିମିଆ ଅଞ୍ଚଳରେ ସମରାଭ୍ୟାସ କରୁଥିବା ଋଷ ସୈନ୍ୟ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି। More

୨୩ ପ୍ରାର୍ଥୀଙ୍କ ମୃତ୍ୟୁ: ସ୍ଥଗିତ ହେଲା ନିର୍ବାଚନ

ପ୍ରାୟ ୭୦ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। More

ଭୋଟ୍‌ ବେଳେ ସୀମା ଟପିଗଲା ରାଜନୈତିକ ହିଂସା

ପୁରୀ ଜିଲ୍ଲାର କଣାସ ବ୍ଲକ ବଡାଲ ପଞ୍ଚାୟତରେ ମତଦାନବେଳେ ବୁଥ୍ ଜବରଦଖଲ ଉଦ୍ୟମ ଅଭିଯୋଗ ହୋଇଛି, ଯାହାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ।  More