ସଂକ୍ଷେପରେ ଆଜିର ତାଜା ଖବର - Saturday, 15 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ରକ୍ତରଂଜିତ ରାଜଧାନୀ ! ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ମାରି ହତ୍ୟା

ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । More

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ

୨୦୨୦-୨୧ ବର୍ଷରେ ଗେଜେଟେଡ୍ ଅଫିସର୍ସ ବର୍ଗରେ ଏହି ଟ୍ରେନିଂ ସେଣ୍ଟରକୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଭାବେ ପୁରୁସ୍କୃତ ହେବା ପରେ ଟ୍ରେନିଂ ସେଣ୍ଟରକୁ ଦିଆଯିବ ୨୦ ଲକ୍ଷର ପୁରସ୍କାର ରାଶି । More

ନିରାଶ ହେଲେ ଆଶାୟୀ OPSC ପରୀକ୍ଷାର୍ଥୀ, ସରକାର କହିଲେ କଟକଣାରେ ହେବ ପରୀକ୍ଷା

ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ । ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ । More

ରାତି ଅଧରେ ହାତୀର ଉତ୍ପାତ ! ପାଚେରୀ ଭାଙ୍ଗି ପଶିଲା, କଲେକ୍ଟର ଅଫିସ ଆଗରେ ବୁଲିଲା

ନିକଟରେ ଖୋର୍ଦ୍ଧ ସହର ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମକୁନ୍ଦ ପ୍ରସାଦ ପେଟ୍ରୋଲ ପମ୍ପ ଓ ପଲ୍ଲା ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ହାତୀ ମାଡି ଆସିବା ପରେ ଏବେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନା ରାସ୍ତାକୁ ହାତୀ ପଶିଆସିବା ସହରବାସୀଙ୍କ ମନରେ ଆଣି ଦେଇଛି ଭୟ ଓ ଆତଙ୍କର ବାତାବରଣ । More

ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ, ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲାରୁ ଖୋର୍ଦ୍ଧାରେ ସର୍ବାଧତ୍କ ଆକ୍ରାନ୍ତ

ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧାରୁ ସର୍ବାଧତ୍କ ୩,୦୮୭ ନୂଆ ପଜିଟିଭ୍ ଥିବାବେଳେ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫ଶହ ଆକ୍ରାନ୍ତ ଅଛନ୍ତି । More

ଲୁହ ଛଳ ଛଳ ଆଖି, ନିର୍ଯାତନାର ବେଦନାରେ ଛଟପଟ ମନ ଆଉ ପ୍ରାଣ ! ନିସ୍ତବ୍ଧ ହୋଇପଡ଼ିଛି ଢ଼ିଙ୍କିଆ

ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି । More

କୋଭିଡ୍ ସ୍ଥିତିରେ କେମିତି ହେବ ପଞ୍ଚାୟତ ଭୋଟ୍?

ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ । More

ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ପ୍ରଥମ

ବଜ୍ରପାତଜନିତ ମୃତ୍ୟୁରେ ଦେଶର ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା। ଏହି ସଂଖ୍ୟା ଦେଶର ମୋଟ୍ ୭୮୭ ବଜ୍ରପାତଜନିତ ମୃତ୍ୟୁର ୨୭ ପ୍ରତିଶତ। ଭାରତୀୟ ପାଣିପାଗ ବିଭାଗର ୨୦୨୧ ଜଳବାୟୁ ରିପୋର୍ଟରୁ ଏମିତି ତଥ୍ୟ ମିଳିବା ପରେ ବଢ଼ିଛି ଚିନ୍ତା। More

ଭୟଙ୍କର ହେଉଛି ସଂକ୍ରମଣ ! ସୁରକ୍ଷା ଦେଇପାରିବ ମାସ୍କ, ହେଲେ କେଉଁ ମାସ୍କ ସବୁଠୁ ଭଲ ?

ଓମିକ୍ରନ୍‌ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । More

କରୋନାର କରାଳ ଭୟ ମଧ୍ୟରେ ବିଶେଷଜ୍ଞ ଦେଲେ ଖୁସି ଖବର

କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି । More

ଟୁସୁ ମୁନିଙ୍କ ପାଇଁ ଟୁସୁ ପୂଜା ! ହେଲେ ସେ କିଏ, କ’ଣ ରହିଛି ତାଙ୍କର ବିଶେଷତ୍ୱ ?

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ନାରା ସାହିରେ ଚାଲିଛି ଟୁସୁ ମୁନିଙ୍କ ପୂଜା । ଘରେ ଘରେ ମକର ପୂର୍ବରୁ ଲିପାପୋଛା କରି ପୂଜା ଦିନ ନୂଆ ଲୁଗା ପରିଧାନ କରି ଏହି ଟୁସୁ ପୂଜାକୁ ପାଳନ କରିଛନ୍ତି । More

ବିଜନେସ୍ ପାର୍ଟନର ଲୋଭ ଦେଖାଇ କୋଟି କୋଟି ଟଙ୍କା ଚଳୁ କରିଦେଲା ଠକ

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ । More

ଏମ୍‌ସ୍‌ କର୍ମଚାରୀ କରୋନା ପଜିଚିଟିଭ୍‌ ଚିହ୍ନଟ, ୧୭ରୁ ଓପିଡି ବନ୍ଦ

ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି ।  More

ଶୂନଶାନ୍‌, ପୁରୁଷ ଶୂନ୍ୟ ହୋଇପଡ଼ିଛି ଢିଙ୍କିଆ; ଘରୁ ବାହାରୁ ନାହାନ୍ତି ଲୋକେ...

ଶୂନଶାନ୍‌, ନିଶବ୍ବ, ପୁରୁଷ ଶୂନ୍ୟ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଅଞ୍ଚଳ। ଲୋକେ ଘରୁ ବାହାରୁ ନାହାନ୍ତି। ଯେଉଁମାନେ ଘରୁ ବାହାରୁଛନ୍ତି ପୋଲିସ୍ ଓ ପ୍ରଶାସନ ଉପରେ ରୋଷ ଝାଡ଼ିଛନ୍ତି। More

ରାଜ୍ୟରେ ଆଉ ୩୨ ଓମିକ୍ରନ୍ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ବଢ଼ୁଛି, ନୂଆ ଭାରିଆଣ୍ଟ୍ ବି ମାଡ଼ୁଛି । ଆଜି ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୫୩କୁ ବୃଦ୍ଧି ହୋଇଛି। More

୧୦୭ ପୌରାଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। More

କମ୍ ଖର୍ଚ୍ଚରେ ବନାନ୍ତୁ ଅଟାରେ ତିଆରି ଏହି ମିଠା ରେସିପି

ଆପଣ କେବେ ଅଟାରେ ତିଆରି ମିଠାର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଅଟାର ଏକ ନିଆରା ଓ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଟା ରସା’ । ଆପଣ ଏହି ରେସିପିଟିକୁ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟରେ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବେ। ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି। More

ରାଜ୍ୟରେ ୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

ପୋକ ଲାଗି ନଷ୍ଟ ହେବାକୁ ହେଲାଣି ସ୍ମାର୍ଟ ସ୍କୁଲର ଚାଉଳ

ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚାଉଳ । ପିଲାଙ୍କ ପାଇଁ ଆସିଥିବା ଚାଉଳ ଭର୍ତ୍ତି ହୋଇଛି ପୋକ । ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ଅଛି ସାଲୁବାଲୁ ପୋକ । More

ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ଶୀତ

ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ। କାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ। More

ଢ଼ିଙ୍କିଆରେ ଗୋଡ଼େଇ ପିଟିଲା ପୋଲିସ, ତଥାପି ଜୀବିକା ପାଇଁ ଲୋକଙ୍କ ଆନ୍ଦୋଳନ ଜାରି

ଜୀବିକାକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସହ ଢିଙ୍କିଆବାସୀଙ୍କ ଆର୍ର୍‌ପାର୍‌ ଲଢ଼େଇ । ସମୟ ସକାଳ ପ୍ରାୟ ସାଢ଼େ ୧୧ଟା । JSWର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଭିତରେ ଢିଙ୍ଗିଆବାସୀ ନିଜ ନିଜ ପାନବରଜକୁ ସୁରକ୍ଷା ଦେବାକୁ ବାହାରିଥିଲେ । More

ପଞ୍ଚାୟତ ନିର୍ବାଚନ: ଆଶାୟୀଙ୍କ ପ୍ରବଳ ଭିଡ଼ ଛିଣ୍ଡୁନି ଅଙ୍କ, ଅକଳରେ ପଡ଼ିଲାଣି BJD !

ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି । More

ବ୍ରହ୍ମଗିରିରେ ରିପିଟ୍‌ ହେଲା ଛତିଶଗଡ଼ ଘଟଣା, ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର ! ଜଣେ ମୃତ

ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍‌ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା । More

କାଳ ହେଲା କୁଆପଥର ମାଡ଼; ମାଟିରେ ମିଶିଲା ଚାଷୀର ମେହେନତ

ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ସଂସାର। ଉଜୁଡା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ପଡିଛି ଚଡ଼କ। ଉପାୟଶୂନ୍ୟ ହୋଇ ଏବେ ଅନେଇ ବସିଛନ୍ତି କେବଳ ସରକାରୀ ସାହାଯ୍ୟକୁ। More

ବିଗିଡ଼ିଲାଣି କରୋନା ସ୍ଥିତି ! ଜଣେ ଓମିକ୍ରନ୍‌ ଚିହ୍ନଟ ଅର୍ଥାତ୍‌ ଆଉ ୬୦ରୁ ୯୦ ଜଣ ଆକ୍ରାନ୍ତ..

ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ More