• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ହେଉଛି ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଣ୍ଟର । ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଣ୍ଟର ଭାବେ ଗୃହ ମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ କରାଯାଇଛି୦ । ୨୦୨୦-୨୧ ବର୍ଷରେ ଗେଜେଟେଡ୍ ଅଫିସର୍ସ ବର୍ଗରେ ଏହି ଟ୍ରେନିଂ ସେଣ୍ଟରକୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଭାବେ ପୁରୁସ୍କୃତ ହେବା ପରେ ଟ୍ରେନିଂ ସେଣ୍ଟରକୁ ଦିଆଯିବ ୨୦ ଲକ୍ଷର ପୁରସ୍କାର ରାଶି ।

ଏହି ପୋଲିସ ଏକାଡେମୀ ଗତ କିଛି ବର୍ଷ ହେବ ଲଗାତର ଭାବେ ପୁରସ୍କୃତ ହୋଇଆସୁଛି । ଜୋନାଲ ସ୍ତରରେ ଏହି ଏକାଡେମୀ ବିଭିନ୍ନ ଆଖିଦୃଶିଆ କାର୍ଯ୍ୟକଳାପ ପାଇଁ ବାରମ୍ବାର ପୁରସ୍କୃତ ହୋଇଆସୁଛି । ଇଷ୍ଟର୍ଣ୍ଣ ଜୋନ୍‌ ସ୍ତରରେ ଏହି ଏକାଡେମୀ ୨୦୧୫-୨୦୧୬, ୨୦୧୬-୨୦୧୭, ୨୦୧୮, ୨୦୧୯, ୨୦୧୯-୨୦୨୦ ବର୍ଷରେ ପୁରସ୍କୃତ ହୋଇଛି ।  ୨୦୦୫ ମସିହାରେ ଏହି ପୋଲିସ ଏକାଡେମୀ ଅନୁଷ୍ଠିତ ହୋଇଥିଲା ।