murder
ପୁଣି ରକ୍ତରଂଜିତ ହେଲା ରାଜଧାନୀ ଭୁବନେଶ୍ୱର । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଛୁରି ମାରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ଭୁବନେଶ୍ୱର ପ୍ରେସ ଛକ ନିକଟରେ । ମୃତ ଯୁବକଙ୍କ ନାଁ ଚିଣ୍ଟୁ ଏବଂ ତାଙ୍କ ଘର ଗାଡ଼କଣରେ ବୋଲି ଜଣାପଡ଼ିଛି ।
ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ କେକ୍ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ଆକ୍ରମଣ କରାଯାଇଥିବା କୁହାଯାଉଛି ।
ସେପଟେ ହତ୍ୟାକାରୀକୁ ଗିରଫ ଦାବିରେ ମୃତ ଯୁବକଙ୍କ ଅଞ୍ଚଳ ତଥା ଗାଡ଼କଣରେ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ତେବେ ଭୁବନେଶ୍ୱରରେ ଗତ ୧୫ ଦିନ ମଧ୍ୟରେ ତିନି ତିନିଟି ହତ୍ୟାକାଣ୍ଡ ସଂଘଟିତ ହେଲାଣି ।
ତେବେ କିଛି ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମୃତ ନିରଞ୍ଜନ (ଚିଣ୍ଟୁ) ଓ ଆହତ ଯୁବକଙ୍କ ସହିତ ଆଉ ତିନି ଜଣ ଯୁବକ ଥିଲେ। ସେମାନେ ଏକ ଦୋକାନରେ ଜଳଖିଆ ଖାଉଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଆଉ ତା’ପରେ ତିନି ଜଣ ଯୁବକ ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ସେମାନେ ନିରଞ୍ଜନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଶରୀରରେ ଛୁରୀ ଭୁସି ଦେଇଥିଲେ। ଛୁରୀମାଡ଼ରେ ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ଆହତ ଜଣଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)