• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ଅଧରେ ହାତୀର ଉତ୍ପାତ । ପାଚେରୀ ଭାଙ୍ଗି ପଶିଲା, ପୁଣି ରାସ୍ତା ଉପରେ ବୁଲିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ବିଚରଣ କରୁଥିଲା ହାତୀ । ଭୟଭୀତ ସହରବାସୀ । ଘଉଡାଇବା ପାଇଁ ପଛେ ପଛେ ଚିତ୍କାର କରି ଗୋଡାଇଲେ ସ୍ଥନୀୟବାସିନ୍ଦା । ସହରର ରାଜରାସ୍ତାରେ ବୁଲିବା ପରେ ଏକ ପାର୍କ ଭିତରେ ପଶି ସେଠାରେ ବି ପାଚେରୀ ଭାଙ୍ଗି ବରୁଣେଇ ଜଙ୍ଗଲ ଆଡେ ପଳାଇଥିଲା ହାତୀ ।

ନିକଟରେ ଖୋର୍ଦ୍ଧ ସହର ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମକୁନ୍ଦ ପ୍ରସାଦ ପେଟ୍ରୋଲ ପମ୍ପ ଓ ପଲ୍ଲା ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ହାତୀ ମାଡି ଆସିବା ପରେ ଏବେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନା ରାସ୍ତାକୁ ହାତୀ ପଶିଆସିବା ସହରବାସୀଙ୍କ ମନରେ ଆଣି ଦେଇଛି ଭୟ ଓ ଆତଙ୍କର ବାତାବରଣ ।

ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଂଜ୍‌ର ଜାଙ୍ଗଳା ଓ ବଣାଇ ଅଂଚଳରେ ବି ହାତୀ ଉପଦ୍ରବ । ବଡପୋଷରେ ଗୋଠ ଛଡା ହୋଇ ଦେବଗଡ଼ ଅଂଚଳରୁ ଚାଲି ଆସିଥିବା ଏହି ଗୋଟିକିଆ ଦନ୍ତା ଉତ୍ପାତରେ ଅତିଷ୍ଠ ଗ୍ରାମବାସୀ । ଗତ କିଛି ଦିନ ହେଲା ଗାଁ ଭିତରକୁ ପଶି ଆସି କାହାର ପାଚେରୀ ଭାଙ୍ଗିଲାଣି ତ ଆଉ କେତେବେଳେ ବିଲରେ ପଶି ଫସଲ ନଷ୍ଟ କଲାଣି । ଲୋକେ ଲାଇଟ୍ ଜାଳି, ଘଣ୍ଟ ବାଡେଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି । ସେପଟେ ବାଲେଶ୍ୱର ଜଳେଶ୍ୱର ବ୍ଲକ ବଜାରସୁଳ ଗାଁରେ ହାତୀ ଆକ୍ରମଣରେ ଯାଇଛି ଜଣେ ବୃଦ୍ଧଙ୍କ ଜୀବନ । ଶୌଚ ପାଇଁ ସକାଳୁ ଯାଉଥିବାବେଳେ ହାତୀ ତାଙ୍କୁ କଚାଡି ମାରିବା ପରେ ଗାଁରେ ଚଳାଇଥିଲା ଉପଦ୍ରବ ।

 

ଏପଟେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ଭାଲୁ ଆତଙ୍କ । କିଛି ଦିନ ହେବ ତିନିଟି ଭାଲୁ ରାତି ହେଲେ ଗାଁ ଭିତରକୁ ପଶି ଆସୁଥିବାରୁ ଲୋକଙ୍କ ମନରେ ଭୟ । କେତେବେଳେ ବାଟବଣା ହୋଇ ତ ପୁଣି କେତେବେଳେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ଜୀବଜନ୍ତୁ । ସେମାନଙ୍କ ଚଳପ୍ରଚଳ ରାସ୍ତାରେ ଜନବସତି ଗଢିଉଠିବା ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ପରିବେଶବିତ୍ ।