• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘୁଞ୍ଚିଲାନି ଓପିଏସ୍‌ସି ପରୀକ୍ଷା । ନିରାଶ ହେଲେ ଆଶାୟୀ ପରୀକ୍ଷାର୍ଥୀ । ସରକାର କହିଲେ କୋଭିଡ୍ କଟକଣା ଭିତରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା । ଜାନୁଆରୀ ୨୦ରୁ ଆରମ୍ଭ ହେବ ସିଭିଲ୍ ସର୍ଭିସ ପରୀକ୍ଷା । ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ । ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ । କୋଭିଡ୍ ଲକ୍ଷଣ ଦେଖାଗଲେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ପରୀକ୍ଷା ବ୍ୟବସ୍ଥା କରାଯିବ କହିଲେ ଆୟୋଗ ।

ସୂଚନାଯୋଗ୍ୟ, ଗିତ ଦୁଇ ଦିନ ହେବ ଓସିଏସ୍ ମେନ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଆସୁଥିଲେ ଆଶାୟୀ ପରୀକ୍ଷାର୍ଥୀ । ଓଡ଼ିଶା ସିଭିଲ ସର୍ଭିସ (ମେନ୍) ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କରୋନା ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ଏମିତିକି କିଛି ଆଶାୟୀ ମଧ୍ୟ କୋଭିଡ ପଜିଟଭ ଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ସେମାନେ ପରୀକ୍ଷା ଦେବା କଷ୍ଟକର ବ୍ୟାପାର । ତେଣୁ ଓପିଏସସିକୁ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି ଉଠିଥିଲା ।