Advertisment

ତାତିରୁ ମିଳିବ ଆଶ୍ୱସ୍ତି; ରାଜ୍ୟରେ ୭ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ତାତିରେ ଲାଗିବ କି ବ୍ରେକ୍ ? ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ, ପୁଣି ୭ ତାରିଖରୁ ବର୍ଷା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Odisha Rainfall Alert

weather

Advertisment

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଓ ଆସନ୍ତାକାଲି ପାଗ ଶୁଖିଲା ରହିବ । ଏହାପରେ ୭ ଓ ୮ ତାରିଖରେ ପୁଣି ପଶ୍ଚିମାଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ମୟୁରଭଞ୍ଜର ମୋରଦାରେ ୧୫ ମିଲିମିଟର, କେନ୍ଦୁଝରର ଚମ୍ପୁଆରେ ୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଗତକାଲି ୩୭ ଡିଗ୍ରୀ ସେଲସିୟସ ସହ ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଭୁବନେଶ୍ୱରର ତାପମାତ୍ରା ୩୫.୨ ରହିଥିବା ବେଳେ, କଟକରେ ୩୬.୮ ରହିଥିଲା ତାପମାତ୍ରା।

Advertisment
Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ